କନକ ବ୍ୟୁରୋ : ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କର ଆଜି ଅନ୍ତିମ ସଂସ୍କାର କରାଯିବ । ୭୯ ବର୍ଷ ବୟସରେ ଗତ ରାତିରେ ତାଙ୍କର ପରଲୋକ ହୋଇଛି । ସେ ସ୍ନାୟୁଜନିତ ରୋଗରେ ପୀଡ଼ିତ ଥିଲେ । ସମ୍ବଲପୁର ଶାନ୍ତିନଗର ସ୍ଥିତ ଘରେ ଚାଲିଥିଲା ଚିକିତ୍ସା । ତାଙ୍କ ପରଲୋକରେ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟପାଳ ହରିବାବୁ କମ୍ଭମପତି , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ । ମୃତ୍ୟୁ ପରେ ରାସ୍ୱେଶ୍ୱରୀ ପାଣିଗ୍ରାହୀଙ୍କ ଚକ୍ଷୁଦାନ କରାଯାଇଛି । ଡାକ୍ତରୀ ଦଳ ଆସି ତାଙ୍କ ଆଖି ସଂଗ୍ରହ କରି ନେଇଛନ୍ତି । 

Advertisment

ଅଧିକ ପଢନ୍ତୁ : ସ୍ୱର୍ଗଦ୍ୱାରରେ ବଢ଼ୁଛି ଶବ ସଂଖ୍ୟା, ଅନ୍ତିମ ସଂସ୍କାର ପାଇଁ ଅଣ୍ଟୁନି ପିଣ୍ଡି

ପରଲୋକରେ ରାସେଶ୍ୱରୀ ସମ୍ୱଲପୁରର ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ
୨୦୧୪ରେ ସମ୍ବଲପୁର ଆସନରୁ ବିଧାୟିକା ଭାବେ ନିର୍ବାଚିତ 
ବିଜେଡି ଟିକେଟରୁ ନିର୍ବାଚନ ଲଢ଼ି ସମ୍ୱଲପୁରରୁ ଜିତିଥିଲେ 
ସମ୍ୱଲପୁରକୁ ଅବହେଳା ଅଭିଯୋଗ ଆଣି ରାଜନୀତିରୁ ସନ୍ନ୍ୟାସ ନେଇଥିଲେ
୨୦୨୪ରେ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିଲେ 
ଇସ୍ତଫା ଦେଇ ରାଜନୀତିଠୁ ଦୂରରେ ରହି ସାମାଜିକ କାର୍ୟ୍ୟରେ ନିୟୋଜିତ ଥିଲେ
ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ପଶ୍ଚିମ ଓଡ଼ିଶାର ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ 
ଜଣେ ଦକ୍ଷ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବେ ଦଶନ୍ଧି ଦଶନ୍ଧି ଧରି ଲୋକଙ୍କ ସେବା କରିଛନ୍ତି 
ବୁର୍ଲା ଭିମସାର ଓ ସମ୍ବଲପୁରରେ ଲୋକଙ୍କୁ ଚିକିତ୍ସା ସେବା ଯୋଗାଇଥିଲେ