କନକ ବ୍ୟୁରୋ: ବିଶ୍ୱର ପ୍ରତିଷ୍ଠିତ ମେଡିକାଲ୍ ପତ୍ରିକା ‘ଲାନ୍ସେଟ୍’ ଦ୍ୱାରା ପ୍ରକାଶ ପାଇଛି ଚିନ୍ତାଜନକ ରିପୋର୍ଟ । ଭାରତରେ ପ୍ରତିବର୍ଷ ପ୍ରଦୂଷଣଜନିତ କାରଣରୁ ପ୍ରାୟ ୧୫ ଲକ୍ଷ ଲୋକଙ୍କର ମୃତ୍ୟୁ ହେଉଛି । ପ୍ରଦୂଷଣ ହେଉଛି ଦେଶରେ ମୃତ୍ୟୁର ଏକ ମୁଖ୍ୟ କାରଣ । ଏହି ତଥ୍ୟ ସାମ୍ନାକୁ ଆସିବା ପରେ ପରିବେଶ ଏବଂ ସ୍ୱାସ୍ଥ୍ୟ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅତ୍ୟଧିକ ବାୟୁ ଏବଂ ଜଳ ପ୍ରଦୂଷଣ ଯୋଗୁଁ ବିଭିନ୍ନ ପ୍ରକାର ରୋଗ ବ୍ୟାପିବାରେ ଲାଗିଛି, ଯାହା ଶେଷରେ ଜୀବନ ନେଉଛି ।
ଇଣ୍ଡିଗୋ ଏୟାରଲାଇନ୍ସର ସ୍ଥିତିରେ ସୁଧାର; ତିନି ଦିନରେ ଗୋଟିଏ ବି ବିମାନ ହୋଇନି ବାତିଲ
ରିପୋର୍ଟରେ ଏହା ମଧ୍ୟ ଦର୍ଶାଯାଇଛି, ପ୍ରଦୂଷଣ କାରଣରୁ ହେଉଥିବା ମୃତ୍ୟୁ ହାରରେ ଭାରତ ବିଶ୍ୱର ପ୍ରମୁଖ ରାଷ୍ଟ୍ରମାନଙ୍କ ମଧ୍ୟରେ ଅଛି, କିନ୍ତୁ ବିଡ଼ମ୍ବନାର ବିଷୟ, ସଂସଦରେ ଏହି ସମ୍ପର୍କରେ ତଥ୍ୟ ମଗାଯିବାରୁ ସରକାର କହିଛନ୍ତି, ଦେଶରେ ପ୍ରଦୂଷଣଜନିତ ମୃତ୍ୟୁ ସଂଖ୍ୟା ଉପରେ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ଉପଲବ୍ଧ ନାହିଁ । ବିଶେଷଜ୍ଞମାନେ ସରକାରଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସଙ୍କଟ ଉପରେ ତୁରନ୍ତ ଧ୍ୟାନ ଦେବାକୁ ଏବଂ ସଠିକ୍ ତଥ୍ୟ ସଂଗ୍ରହ କରିବାକୁ ପରାମର୍ଶ ଦେଇଛନ୍ତି ।
ପ୍ରଦୂଷଣ ନେଉଛି ଜୀବନ
ଲାନ୍ସେଟ୍ ରିପୋର୍ଟରେ ପ୍ରଦୂଷଣକୁ ଏକ ବଡ଼ ସ୍ୱାସ୍ଥ୍ୟ ସଙ୍କଟ ଭାବରେ ଦର୍ଶାଯାଇଛି
ବାର୍ଷିକ ପ୍ରାୟ ୧୫ ଲକ୍ଷ ମୃତ୍ୟୁ ପାଇଁ ପ୍ରଦୂଷଣକୁ ଦାୟୀ କରାଯାଇଛି
ବାୟୁ ପ୍ରଦୂଷଣ ସମେତ ଜଳ ଏବଂ ମୃତ୍ତିକା ପ୍ରଦୂଷଣ ମୃତ୍ୟୁର କାରଣ
ସଂସଦରେ ଏ ସମ୍ପର୍କରେ ତଥ୍ୟ ମଗାଯିବାରୁ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ତଥ୍ୟ ନଥିବା କୁହାଯାଇଛି
ବିଶ୍ୱସ୍ତରରେ ପ୍ରଦୂଷଣଜନିତ ମୃତ୍ୟୁରେ ଭାରତରେ ସର୍ବାଧିକ
ବିଶେଷଜ୍ଞମାନେ ପ୍ରଦୂଷଣଜନିତ ସମସ୍ୟା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆହ୍ୱାନ କରିଛନ୍ତି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/11/21-2025-12-11-14-42-17.jpg)