କନକ ବ୍ୟୁରୋ : ମାଲକାନଗିରିରେ ପହଞ୍ଚି ଏମଭି୨୬ ହିଂସା ଘଟଣାର ସରଜମିନ୍ ତଦନ୍ତ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ଏମଭି୨୬ ହିଂସାକୁ ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଉପମୁଖ୍ୟମନ୍ତ୍ରୀଙ୍କ ସହ ରହିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । କେମିତି ରହିଛି ସ୍ଥିତି ସେନେଇ ଦୁଇ ଗୋଷ୍ଠୀ ସହ ଆଲୋଚନା କରିଛନ୍ତି କେଭି ସିଂହଦେଓ । ଜିଲ୍ଲାର ସ୍ଥିତି ନେଇ ସମୀକ୍ଷା କରିଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଲାଗି ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ବରିଷ୍ଠ ପୁଲିସ ଅଧିକାରୀ, ଆରଡିସି ଓ ଜିଲ୍ଲା ପ୍ରଶାସନକୁ ନେଇ ସ୍ଥିତିର ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ । 

Advertisment

ଆଦିବାସୀ ମହିଳାଙ୍କ ବୀଭତ୍ସ ହତ୍ୟାକାଣ୍ଡକୁ ନେଇ ବିବାଦ ତେଜିଥିଲା। ଯାହାକୁ ନେଇ ମାଲକାନଗିରି ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ଆଜି ରାତି ୧୨ଟା ଯାଏଁ ଇଣ୍ଟରନେଟ ସେବା ବନ୍ଦ ରହିବ । ୨ ଗୋଷ୍ଠୀ ମଧ୍ୟରେ ଶାନ୍ତି କମିଟି ବୈଠକ ପରେ ଶାନ୍ତି ପାଇଁ ସହମତି ହୋଇଛି । ଏହାପରେ ସ୍ଥିତି ସୁଧୁରୁଥିବାବେଳେ ନିଜ ନିଜ ଘରକୁ ଫେରୁଛନ୍ତି ଲୋକ । ଗାଁରେ ଏବେ ବି ୧୫ କମ୍ପାନୀ ଜାତୀୟ ଫୋର୍ସ, ୨୦ ପ୍ଲାଟୁନ୍ ପୁଲିସ୍ ମୁତୟନ କରାଯାଇଛି । 

ଅଧିକ ପଢ଼ନ୍ତୁ--ସ୍ୱାଭାବିକ ହେଉଛି ମାଲକାନଗିରି, ଗାଁକୁ ଫେରୁଛନ୍ତି ଏମଭି-୨୬ ଗ୍ରାମବାସୀ, ପୋଟେରୁ ନଦୀରୁ ମିଳିଲା ମୃତ ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି ଜିଲ୍ଲା ଏମଭି ୨୬ ଗାଁରେ ହିଂସାକାଣ୍ଡରେ ସବୁ କିଛି ଉଜୁଡ଼ି ଯାଇଛି । ଦୁଇ ଦିନ ପରେ ଏବେ ଲୋକ ଘରକୁ ଫେରିବା ଆରମ୍ଭ କରିଛନ୍ତି । ଆଉ ଘରକୁ ଫେରବା ବେଳକୁ ଏ ହେଉଛି ୧୬୦ରୁ ଅଧିକ ଘରର ଅବସ୍ଥା । ସବୁ କିଛି ପୋଡି ପାଉଁଶ ହୋଇ ଯାଇଛି । ପୁଣି କେମିତି ଅଣ୍ଟା ସଳଖି ଛିଡା ହେବେ, ତାକୁ ନେଇ ଗାଁ ଲୋକଙ୍କୁ ଚିନ୍ତା ଘାରିଛି । ପୁରା ଜିଲ୍ଲାରେ ପୁଲିସ ଆଲର୍ଟରେ ରହିବା ସହ ଖୋଦ ପୁଲିସ ଡିଜିଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ଅଧିକାରୀ ଗାଁ କୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ।