ଜଙ୍ଗଲ ଦେଉଛି ଜୀବିକା,   ଖଜୁରି ପତ୍ରରୁ ଝାଡ଼ୁ ତିଆରି କରୁଛନ୍ତି ନରସିଂହପୁର ଲେମ୍ବୋ ବନ୍ଧସାହିର ମହିଳା

Advertisment

ଘରର ପ୍ରତ୍ୟେକ ଲୋକ କରନ୍ତି ସହଯୋଗ । ସୁଭଦ୍ରା ଯୋଜନା ଟଙ୍କା ବିନିଯୋଗ କରି ବଢ଼ାଇଛନ୍ତି ବ୍ୟବସାୟ ।

ଘରର ପ୍ରତ୍ୟେକ ଲୋକ କରନ୍ତି ସହଯୋଗ । ସୁଭଦ୍ରା ଯୋଜନା ଟଙ୍କା ବିନିଯୋଗ କରି ବଢ଼ାଇଛନ୍ତି ବ୍ୟବସାୟ ।

jhadu business

jhadu business Photograph: (KanakNews)

କନକ ବ୍ୟୁରୋ:  ପ୍ରତେକ ଲୋକଙ୍କ ଘରେ ଏକ ଅତ୍ୟାବଶ୍ୟକୀୟ ଜିନିଷ ଭିତରେ ଝାଡ଼ୁର ସ୍ବତନ୍ତ୍ର ସ୍ଥାନ ରହିଛି । ନହେଲେ ସଫା ହେବନି ଅଳିଆ । ସ୍ବଚ୍ଛତା ବଜାୟ ରଖିବା ସହ ରୋଜଗାର କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ନରସିଂହପୁର ବ୍ଲକ ଲେମ୍ବୋ ବନ୍ଧସାହିର ମହିଳା । ୪ଟି ମିସନ ଶକ୍ତି ମହିଳା ଏକତ୍ର ହୋଇ ଫୁଲଝାଡ଼ୁ ପ୍ରସ୍ତୁତ କରୁଛନ୍ତି । ଜଙ୍ଗଲରୁ ଖଜୁରୀ ପତ୍ର ଓ ଝାଡ଼ୁ ବାନ୍ଧିବା ପାଇଁ ଏକ ଲଟା ସଂଗ୍ରହ କରୁଛନ୍ତି । ଏହାପରେ ପତ୍ର ଗୁଡ଼ିକୁ ସୁଖାଇ ତାକୁ ବାନ୍ଧିବାରେ ଲାଗିପଡ଼ିଛନ୍ତି । ଗ୍ରୁପ୍‌ର ୪୦ରୁ ଅଧିକ ମହିଳା ମିଶି ଝାଡ଼ୁ ପ୍ରସ୍ତୁତ କରୁଛନ୍ତି । ସୁଭଦ୍ରା ଯୋଜନାରେ ମିଳିଥିବା ଟଙ୍କାକୁ ଏହି ବ୍ୟବସାୟରେ ବିନିଯୋଗ କରିଛନ୍ତି ମହିଳା ।

ଅଧିକ ପଢନ୍ତୁ: ଝାଡ଼ୁ ତିଆରି ଦେଉଛି ରୋଜଗାର: ବଲାଙ୍ଗିର ବେଲପଡ଼ା ବ୍ଲକ ଘଗୁଳୀ ଗାଁର ମହିଳାଙ୍କ ଉଦ୍ୟମ, ଝାଡ଼ୁ ତିଆରି ଓ ବିକ୍ରି କରି ହୋଇପାରିଛନ୍ତି ଆତ୍ମନିର୍ଭର

ଲେମ୍ବୋ ବନ୍ଧସାହି ଗାଁର ପ୍ରତେକ ଲୋକଙ୍କ ଘରେ ଝାଡ଼ୁ ତିଆରି ହୋଇଥାଏ । ଏହା ଲୋକଙ୍କର ଏକ ରୋଜଗାରର ମାଧ୍ୟମ କହିଲେ ଚଳେ । ତେଣୁ ଲୋକଙ୍କୁ ବ୍ୟବସାୟୀ ଓ ଦୋକାନୀଙ୍କ ଠାରୁ ଅର୍ଡର ମିଳିଥାଏ । ବିଶେଷକରି ମହିଳା ମାନେ ଘର କାମ ସାରିବା ପରେ ଏକାଠି ହୋଇ ଝାଡ଼ୁ ତିଆରି କାମରେ ଲାଗିପଡ଼ନ୍ତି । ୪ଟି ଏସ୍‌ଏଚ୍‌ଜି ମହିଳା ମିଶି ଏକ ଉତ୍ପାଦିକା ଗୋଷ୍ଠୀ ଗଠନ କରିଛନ୍ତି । କିଏ ଜଙ୍ଗଲରୁ ଖଜୁରୀ ଗଛରୁ ପତ୍ର ଆଣିବାରେ ବ୍ୟସ୍ତ ତ ଆଉ କିଏ ବାଉଁଶକୁ ହାଣି ବାଉଁଶ କୀଳା ପ୍ରସ୍ତୁତ କରୁଛନ୍ତି । ସମସ୍ତଙ୍କ ଅବଦାନରେ ପ୍ରତ୍ୟେକ ଦିନ ଶହ ଶହ ଝାଡୁ ବଜାରକୁ ବିକ୍ରି ପାଇଁ ପଠାଯାଉଛି । 

ଉଭୟ ମହିଳା ଓ ପୁରୁଷ ମାନେ ମିଶି ଆଖପାଖରେ ଥିବା ନରସିଂହପୁର, ଚମ୍ପେଶ୍ୱର, ବାଲିଝରି, ଗୋପପୁର ଓ ବଡ଼ମ୍ବା  ସାପ୍ତାହିକ ହାଟରେ ଝାଡ଼ୁ ବିକ୍ରି କରନ୍ତି । କଞ୍ଚା ମାଲ ପାଇଁ ଚାରୋଟି ମିଶନ ଶକ୍ତି ଗ୍ରୁପ ମିଶି ୨୦ ଲକ୍ଷ ଟଙ୍କାର ବ୍ୟାଙ୍କ ଲୋନ କରି ବ୍ୟବସାୟକୁ ବଢ଼ାଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe