ହରପାର୍ବତୀ ବିବାହ ଉତ୍ସବ ନେଇ ଚଳଚଞ୍ଚଳ ସମ୍ବଲପୁର । ଆଜି ଝାଡ଼ୁଆପଡ଼ା, ବଡ଼ବଜାରପଡ଼ା ଓ ମୁଦିପଡ଼ାରେ ଅନୁଷ୍ଠିତ ହେବ ପତରପେଣ୍ଡି । କାଲି ନନ୍ଦପଡା ବାଲୁଙ୍କେଶ୍ୱର ବାବାଙ୍କ ବିବାହ ପାଇଁ ଦେବ ନିମନ୍ତ୍ରଣ କଲେ ନୃସିଂହ ଭଗବାନ

102

କନକ ବ୍ୟୁରୋ : କଟକଣା ଭିତରେ ଚାଲିଛି ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରା । ଦେବ ଦମ୍ପତିଙ୍କ ବିବାହ ଉତ୍ସବକୁ ନେଇ ଚଳଚଞ୍ଚଳ ହୋଇପଡିଛି ସମ୍ବଲପୁର ସହର । ଆଜି ଝାଡ଼ୁଆପଡ଼ା ଲୋକନାଥ ବାବା, ବଡ଼ବଜାରପଡ଼ାର ଶିତଳେଶ୍ୱର ବାବା ଓ ମୁଦିପଡ଼ାରେ ଜାଗେଶ୍ୱର ବାବାଙ୍କ ପତରପେଣ୍ଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ଗତକାଲି ନନ୍ଦପଡା ବମ୍ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ବିବାହ ପାଇଁ ଦେବ ନିମନ୍ତ୍ରଣରେ ବାହାରିଥିଲେ ନୃସିଂହ ଭଗବାନ । ସମ୍ବଲପୁରର ବିଭିନ୍ନ ଦେବାଦେବୀ ମନ୍ଦିରକୁ ଯାଇ ଶିବପାବର୍ତୀଙ୍କ ବିବାହ ପାଇଁ ନିମନ୍ତ୍ରଣ ଦେଇଛନ୍ତି । ଏଥର କେବଳ ଶଙ୍ଖ ଘଣ୍ଟ ମାଧ୍ୟମରେ ଦେବ ନିମନ୍ତ୍ରଣ କାର୍ଯ୍ୟ ସମାପନ ହୋଇଛି । ସରଗି ପତ୍ରରେ ତିଆରି ଦନାରେ ମିଠେଇ, ଗୁଆ, ହଳଦୀ ଗୁଣ୍ଡ, ହଳଦିଆ କପଡା ନେଇ ନିମନ୍ତ୍ରଣ ପତ୍ର ସ୍ୱରୁପ ସହରର ବିଭିନ୍ନ ଦେବାଳୟରେ ଦେବା ସହ ନିମନ୍ତ୍ରଣ କାର୍ଯ୍ୟ ସମାପନ କରିଛନ୍ତି । ସମ୍ବଲପୁୁର ଶୀତଳ ଷଷ୍ଠୀରେ ନନ୍ଦପଡ଼ା ବାଲୁଙ୍କେଶ୍ୱର ବାବାଙ୍କ ପାଇଁ ନୃସିଂହ ଭଗବାନ ଦେବ ନିମନ୍ତ୍ରଣ କରୁଥିବା ବେଳେ ଅନ୍ୟ ସବୁ ପଡ଼ାରେ ହନୁମାନ, ଦେବ ନିମନ୍ତ୍ରଣ ପାଇଁ ଯାଇଥାନ୍ତିି ।