ବାରିପଦା ବନଖଣ୍ଡରେ ଜଙ୍ଗଲ ଅଗ୍ନିକାଣ୍ଡ , ଗାଁକୁ ମାଡ଼ିଆସୁଛି ନିଆଁ ଭୟରେ ଗ୍ରାମବାସୀ

Advertisment

ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ । ଚିନ୍ତାରେ ଅଞ୍ଚଳବାସୀ । ନିଆଁ ଲାଗି ଆଗକୁ ଆଗକୁ ମାଡ଼ି ଚାଲିଛି ।

ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ । ଚିନ୍ତାରେ ଅଞ୍ଚଳବାସୀ । ନିଆଁ ଲାଗି ଆଗକୁ ଆଗକୁ ମାଡ଼ି ଚାଲିଛି ।

Forest Fire

କନକ ବ୍ୟୁରୋ : ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ । ଚିନ୍ତାରେ ଅଞ୍ଚଳବାସୀ। ନିଆଁ ଲାଗି ଆଗକୁ ଆଗକୁ ମାଡ଼ି ଚାଲିଛି । ଏ ଦୃଶ୍ୟ ହେଉଛି ବାରିପଦା ବନଖଣ୍ଡ ଅଧିନ ରସଗୋବିନ୍ଦପୁର ରେଞ୍ଜର ଜାମଷୋଳ ବିଟ୍ ଶଙ୍ଖାଭଙ୍ଗା ଗ୍ରାମ୍ୟ ଜଙ୍ଗଲର ।

ଅଧିକ ପଢନ୍ତୁ : ତାତି ବଢ଼ିବା ସହ ଜଳୁଛି ଜଙ୍ଗଲ; ଶାଳ ଜଙ୍ଗଲରେ ଲାଗିଲା ନିଆଁ

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, କିଛି ଆସାଧୁ ବ୍ୟକ୍ତି ନିଜ ସ୍ୱାର୍ଥ ପାଇଁ ଏହି ନିଆଁ ଲଗାଇଛନ୍ତି । ଗାଁକୁ ଲାଗି ଜଙ୍ଗଲ ରହିଛି । ନିଆଁ ଲାଗିଥିବା ଜାଗା ଠାରୁ ଅଳ୍ପ କିଛି ଦୂରରେ ଘର ଅଛି ।  ତେଣୁ ଘର ପର୍ଯ୍ୟନ୍ତ ନିଆଁ ଆସିବା ନେଇ ଭୟ ଦେଖାଦେଇଛି । ବନବିଭାଗର କର୍ମଚାରୀ ପହଞ୍ଚି ନଥିବାରୁ ଗ୍ରାମବାସୀ ଚିନ୍ତାରେ ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe