କନକ ବ୍ୟୁରୋ: ଗୋଟିଏ ପଟେ ପ୍ରଚଣ୍ଡ ତାତି । ଅନ୍ୟପଟେ ଜଳୁଛି ଜଙ୍ଗଲ । ଜଙ୍ଗଲ ନିଆଁରେ ଜଳିଗଲେ ମହିଳା । କାମାକ୍ଷାନଗରରେ ନିଆଁ ଲିଭାଇବାକୁ ପ୍ରୟାସ ବେଳେ ଜଳିଯାଇଛନ୍ତି ମହିଳା । ସେପଟେ ନିୟମିତ ଜଙ୍ଗଲ ଜଳୁଥିବାରୁ ଏହା ଉପରେ ରୋକ ଲଗାଇବାକୁ ବନ ବିଭାଗର ବଡ଼ ପଦକ୍ଷେପ । ଏଆଇ କ୍ୟାମେରା ସହାୟତାରେ ଲିଭିବ ଜଙ୍ଗଲ ନିଆଁ ।
ଜଙ୍ଗଲ ନିଆଁର ପ୍ରଭାବ କେତେ ଯେ ଭୟଙ୍କର ହୋଇପାରେ ଦୃଶ୍ୟ ଦେଖିଲେ ହିଁ ବିଶ୍ୱାସ କରି ପାରିବେ । ଢେଙ୍କାନାଳ ଜିଲ୍ଲା ମହାବୀର ରୋଡ ଥାନା ଗୋବରୀ ଗାଁରେ ଜଙ୍ଗଲ ନିଆଁରେ ଜଳିଗଲେ ମହିଳା । ଜଙ୍ଗଲକୁ ଲାଗି ଘର ଥିବାରୁ ହଠାତ୍ ମାଡ଼ିଆସିଥିଲା ନିଆଁ । ନିଆଁ ମାଡ଼ିଆସୁଥିବା ଦେଖି କେନାଲ ହୁଡ଼ାରେ ନିଆଁ ଲିଭାଇବାକୁ ପ୍ରୟାସ କରିଥିଲେ ବୁଦ୍ଧିନୀ ମହାନ୍ତ । ଆଉ ସେହି ନିଆଁରେ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ବୁଦ୍ଧିନୀ ମହାନ୍ତ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ପ୍ରଚଣ୍ଡ ତାତି ଭିତରେ ଜଙ୍ଗଲ ଜଳିବାର ଦୃଶ୍ୟ ଭୟ ସୃଷ୍ଟି କରୁଛି । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ରେଞ୍ଜ ଠିଆନାଳ ସଂରକ୍ଷିତ ଜଙ୍ଗଲରେ ଲାଗିଲା ନିଆଁ । ପ୍ରାୟ ୧ ହେକ୍ଟର ଜଙ୍ଗଲ ଜମିରେ ନିଆଁ ଲାଗିଛି । ବନ କର୍ମଚାରୀ ନିଆଁ ଲିଭା କାର୍ୟ୍ୟରେ ଲାଗିଛନ୍ତି । ଅନେକ ଛୋଟ ବଡ଼ ଗଛ ପୋଡି ପାଉଁଶ ହୋଇଛି । ଜଙ୍ଗଲରେ ବନବିଭାଗ କର୍ମଚାରୀ ପେଟ୍ରୋଲିଂ କରୁଥିବା ସମୟରେ ନିଆଁ ଲାଗିଥିବା ଜାଣିଥିଲେ ।
ଜଙ୍ଗଲ ନିଆଁରେ ଲାଗିବ ରୋକ୍
ବ୍ୟବହାର ହେବ ଏଆଇ କ୍ୟାମେରା
ଜଙ୍ଗଲ ନିଆଁ ରୋକିବାକୁ ବଡ଼ ପଦକ୍ଷେପ । ଏଆଇ କ୍ୟାମେରାକୁ ଭରସା କରିଛି ବନବିଭାଗ । ଶିମିଳିପାଳରେ ୫ଟି ଓ ରାଉରକେଲା ବନ ବିଭାଗରେ ୪ଟି କ୍ୟାମେରା ଲାଗିଥିବା ସୂଚନା ଦେଇଛନ୍ତି ପିସିସିଏଫ । କହିଛନ୍ତି, ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ଜିଲ୍ଲା ସ୍ତରରେ ଆକ୍ସନ ପ୍ଲାନ୍ କରାଯାଉଛି । ନିଆଁ ଲିଭାଇବାରେ ୯୯ ପ୍ରତିଶତ ସଫଳ ହୋଇଛି ବନ ବିଭାଗ । ଆବଶ୍ୟକ ପଡ଼ିଲେ, ଓଡ୍ରାଫର ସହାୟତା ନିଆଯିବ । ଦେଶର ପ୍ରଥମ ରାଜ୍ୟ ଭାବେ ଙୠଗଝ ଫରେଷ୍ଟ ଫାୟାର ଆପ୍ଲିକେସନ୍ ବ୍ୟବହାର କରୁଛନ୍ତି ବନ କର୍ମଚାରୀ । ପ୍ରତିବର୍ଷ ଖରାଦିନ ଆରମ୍ଭରୁ ଜଙ୍ଗଲ ଜଳିବା ଓ ନିଆଁକୁ ଲିଭାଇବାର ବନ ବିଭାଗର ତତ୍ପରତା, ସାଧାରଣ କଥା । କିନ୍ତୁ ଏହି ନିଆଁ ଲାଗୁଛି କେଉଁଠି, ତାକୁ ଖୋଜି ନବାହାର କରିବା ପର୍ୟ୍ୟନ୍ତ ହୁଏତ ଏ ନିଆଁ ଥମିବ ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/03/17/32hBe5lELf18c6TjeM51.jpg)