କନକ ବ୍ୟୁରୋ : ତାତି ବଢ଼ିବା ସହ ଜଳୁଛି ଜଙ୍ଗଲ । ଆଠଗଡ଼ ଗୁରୁଡ଼ିଝାଟିଆ ଶ୍ରୀଶ୍ରୀ ଧବଳେଶ୍ଵର କଲେଜ ପରିସରରେ ଥିବା ଶାଳ ଜଙ୍ଗଲରେ ଲାଗିଛି ନିଆଁ । ଅଗ୍ନିକାଣ୍ଡ ହୋଇଥିବା ଅଞ୍ଚଳରେ ଦୁଇ ଏକରରୁ ଅଧିକ ଜଙ୍ଗଲ ରହିଥିବା ବେଳେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଁ ବ୍ୟାପୁଛି । ତେଣୁ ନିଆଁକୁ ଆୟତ୍ତ କରାନଗଲେ ଅନେକ ମୂଲ୍ୟବାନ ଗଛ ନଷ୍ଟ ହେବାର ସମ୍ଭାବନା ରହିଛି । ଗାଁ ନିକଟରେ ଜଙ୍ଗଲଟି ରହିଥିବାରୁ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । କଲେଜ ପରିସରରେ ନିଆଁ ଲାଗିଥିବାରୁ ଖୁବଶୀଘ୍ର ନିଆଁକୁ ଆୟତ କରିବାର ଆବଶ୍ୟକତା ରହିଛି ।
ତାତି ବଢ଼ିବା ସହ ଜଳୁଛି ଜଙ୍ଗଲ; ଶାଳ ଜଙ୍ଗଲରେ ଲାଗିଲା ନିଆଁ
ଆଠଗଡ଼ ଗୁରୁଡ଼ିଝାଟିଆ ଶ୍ରୀଶ୍ରୀ ଧବଳେଶ୍ଵର କଲେଜ ପରିସରରେ ଥିବା ଶାଳ ଜଙ୍ଗଲରେ ଲାଗିଛି ନିଆଁ । ଅଗ୍ନିକାଣ୍ଡ ହୋଇଥିବା ଅଞ୍ଚଳରେ ଦୁଇ ଏକରରୁ ଅଧିକ ଜଙ୍ଗଲ ରହିଥିବା ବେଳେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଁ ବ୍ୟାପୁଛି ।
/kanak/media/media_files/2025/03/12/VxAgaCbMXuYGuVUuozAS.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)