କନକ ବ୍ୟୁରୋ : ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ । ଚିନ୍ତାରେ ଅଞ୍ଚଳବାସୀ। ନିଆଁ ଲାଗି ଆଗକୁ ଆଗକୁ ମାଡ଼ି ଚାଲିଛି । ଏ ଦୃଶ୍ୟ ହେଉଛି ବାରିପଦା ବନଖଣ୍ଡ ଅଧିନ ରସଗୋବିନ୍ଦପୁର ରେଞ୍ଜର ଜାମଷୋଳ ବିଟ୍ ଶଙ୍ଖାଭଙ୍ଗା ଗ୍ରାମ୍ୟ ଜଙ୍ଗଲର ।

Advertisment

ଅଧିକ ପଢନ୍ତୁ : ତାତି ବଢ଼ିବା ସହ ଜଳୁଛି ଜଙ୍ଗଲ; ଶାଳ ଜଙ୍ଗଲରେ ଲାଗିଲା ନିଆଁ

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, କିଛି ଆସାଧୁ ବ୍ୟକ୍ତି ନିଜ ସ୍ୱାର୍ଥ ପାଇଁ ଏହି ନିଆଁ ଲଗାଇଛନ୍ତି । ଗାଁକୁ ଲାଗି ଜଙ୍ଗଲ ରହିଛି । ନିଆଁ ଲାଗିଥିବା ଜାଗା ଠାରୁ ଅଳ୍ପ କିଛି ଦୂରରେ ଘର ଅଛି ।  ତେଣୁ ଘର ପର୍ଯ୍ୟନ୍ତ ନିଆଁ ଆସିବା ନେଇ ଭୟ ଦେଖାଦେଇଛି । ବନବିଭାଗର କର୍ମଚାରୀ ପହଞ୍ଚି ନଥିବାରୁ ଗ୍ରାମବାସୀ ଚିନ୍ତାରେ ଅଛନ୍ତି ।