ଗାଁରେ ଆତଙ୍କ ଖେଳାଇଥିବା ମାଙ୍କଡକୁ ଟ୍ରାଙ୍କୁଲାଇଜ କଲା ବନବିଭାଗ

ଗାଁର ୨୦ ଜଣ ଆହତ ହୋଇ ନିଆଳି ଗୋଷ୍ଠୀ କେନ୍ଦ୍ରରେ ଚିକିତ୍ସତ ।

Monkey

Monkey Photograph: (Google)

କନକ ବ୍ୟୁରୋ: ଗାଁରେ ଆତଙ୍କ ଖେଳାଇଥିବା ମାଙ୍କଡକୁ ଟ୍ରାଙ୍କୁଲାଇଜ କଲା ବନବିଭାଗ । ୮ ଦିନ ଧରି ଆତଙ୍କ ଖେଳାଇଥିବା ମାଙ୍କଡକୁ ବନବିଭାଗ ଟ୍ରାଙ୍କୁଲାଇଜ କରି କାବୁ କରିଛି । କଟକ ଜିଲ୍ଲା ନିଆଳି ଥାନା ଅଞ୍ଚଳ ସରାକୂଳ ଗାଁରେ ଉତ୍ପାତ କରୁଥିଲା ପାତି ମାଙ୍କଡ଼ । ଦିନ ହେଉକି ରାତି ଲୋକଙ୍କୁ ରାସ୍ତାରେ ଦେଖିଲେ ଗୋଡ଼ାଇ ଗୋଡ଼ାଇ କାମୁଡ଼ୁଥିଲା, ଆକ୍ରମଣ କରୁଥିଲା ।

ଅଧିକ ପଢନ୍ତୁ : ମାତିଛି ପାଗଳ ମାଙ୍କଡ ; ଡରରେ ଘରୁ ବାହାରୁନାହାଁନ୍ତି ଲୋକେ

ମାଙ୍କଡ ଆକ୍ରମଣରେ ସରାକୂଳ ଗାଁର ୨୦ ଜଣ ଆହତ ହୋଇ ନିଆଳି ଗୋଷ୍ଠୀ କେନ୍ଦ୍ରରେ ଚିକିତ୍ସତ ହେଉଛନ୍ତି । ସ୍ଥିତି ଏମିତି ହେଲା ଯେ ଲୋକ ଘରୁ ବାହାରିବାକୁ ଭୟ କଲେ । ଏହି ଖବର ପାଇ ଗତକାଲି ଫୁଲନଖରା ରେଞ୍ଜର ବନ କର୍ମଚାରୀ ଗାଁରେ ପହଞ୍ଚି ମାଙ୍କଡକୁ ଟ୍ରାଙ୍କୁଲାଇଜ୍ କରିବାକୁ ଉଦ୍ୟମ କରିଥିଲେ । ହେଲେ ବନକର୍ମଚାରୀଙ୍କୁ ନାକେଦମ କରିଥିଲା ପାତି ମାଙ୍କଡ଼ । ସନ୍ଧ୍ୟା ହେବାରୁ ଫେରି ଯାଇଥିଲେ, ଆଜି ସକାଳେ ମାଙ୍କଡ଼କୁ ଟ୍ରାଙ୍କୁଲାଇଜ୍ କରି କାବୁ କରାଯାଇଛି । ମାଙ୍କଡ଼ ଧରା ପଡ଼ିବା ପରେ ସରାକୂଳ ଗାଁ ଲୋକ ଆଶ୍ୱସ୍ତ ହୋଇଛନ୍ତି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe