କନକ ବ୍ୟୁରୋ : ଜନ୍ତାରେ ପଡ଼ିଲା ଆତଙ୍କ ଖେଳାଇଥିବା ହନୁମାଙ୍କଡ଼ । ଦୀର୍ଘ ଦୁଇ ସପ୍ତାହ ଧରି ଗୋପ ବ୍ଲକ ଅନ୍ତର୍ଗତ ପୟରା ଗାଁରେ ମାଙ୍କଡ଼ଟି ଅତଙ୍କ ଖେଳାଇଥିଲା । ୪ ଜଣଙ୍କୁ କାମୁଡି ଗୁରୁତର ଆହତ କରିଥିଲା । ଏପରିକି ସ୍କୁଲରେ ପଶିବା କାରଣରୁ ୨ ଦିନ ପାଇଁ ସ୍କୁଲ ବନ୍ଦ ରହିଥିଲା । କିଛି ଦିନ ଧରି ପୟରା ଗାଁରେ ମାଙ୍କଡ଼କୁ ନେଇ ଭୟର ବାତାବରଣ ଲାଗିରହିଥିଲା ।
ଗ୍ରାମବାସୀ ବାରମ୍ବାର ବନ ବିଭାଗକୁ ଖବର ଦେଲେ ମଧ୍ୟ ବନ ବିଭାଗ ଶୁଣି ନଥିଲା । ଯେତେବେଳେ ମାଙ୍କଡ଼ କାମୁଡିବା ପରେ ୪ ଜଣ ଡାକ୍ତରଖାନାରେ ଭର୍ତ୍ତି ହେଲେ ଓ ଭୁବନେଶ୍ଵର ୬ ନମ୍ବରକୁ ଅଧିକ ଚିକିତ୍ସା ଲାଗି ଗଲେ ସେତେବେଳେ ବନବିଭାଗର ଚେତା ପଶିଥିଲା । ଆଜି ସକାଳୁ ଗୋପ ବନବିଭାଗ କର୍ମଚାରୀ ଓ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ହନୁମାଙ୍କଡ଼ଟି ଜନ୍ତାରେ ପଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/SKMeezbFvFvTP4H18FWS.jpg)