କନକ ବ୍ୟୁରୋ: ଗାଁରେ ଆତଙ୍କ ଖେଳାଇଥିବା ମାଙ୍କଡକୁ ଟ୍ରାଙ୍କୁଲାଇଜ କଲା ବନବିଭାଗ । ୮ ଦିନ ଧରି ଆତଙ୍କ ଖେଳାଇଥିବା ମାଙ୍କଡକୁ ବନବିଭାଗ ଟ୍ରାଙ୍କୁଲାଇଜ କରି କାବୁ କରିଛି । କଟକ ଜିଲ୍ଲା ନିଆଳି ଥାନା ଅଞ୍ଚଳ ସରାକୂଳ ଗାଁରେ ଉତ୍ପାତ କରୁଥିଲା ପାତି ମାଙ୍କଡ଼ । ଦିନ ହେଉକି ରାତି ଲୋକଙ୍କୁ ରାସ୍ତାରେ ଦେଖିଲେ ଗୋଡ଼ାଇ ଗୋଡ଼ାଇ କାମୁଡ଼ୁଥିଲା, ଆକ୍ରମଣ କରୁଥିଲା ।
ଅଧିକ ପଢନ୍ତୁ : ମାତିଛି ପାଗଳ ମାଙ୍କଡ ; ଡରରେ ଘରୁ ବାହାରୁନାହାଁନ୍ତି ଲୋକେ
ମାଙ୍କଡ ଆକ୍ରମଣରେ ସରାକୂଳ ଗାଁର ୨୦ ଜଣ ଆହତ ହୋଇ ନିଆଳି ଗୋଷ୍ଠୀ କେନ୍ଦ୍ରରେ ଚିକିତ୍ସତ ହେଉଛନ୍ତି । ସ୍ଥିତି ଏମିତି ହେଲା ଯେ ଲୋକ ଘରୁ ବାହାରିବାକୁ ଭୟ କଲେ । ଏହି ଖବର ପାଇ ଗତକାଲି ଫୁଲନଖରା ରେଞ୍ଜର ବନ କର୍ମଚାରୀ ଗାଁରେ ପହଞ୍ଚି ମାଙ୍କଡକୁ ଟ୍ରାଙ୍କୁଲାଇଜ୍ କରିବାକୁ ଉଦ୍ୟମ କରିଥିଲେ । ହେଲେ ବନକର୍ମଚାରୀଙ୍କୁ ନାକେଦମ କରିଥିଲା ପାତି ମାଙ୍କଡ଼ । ସନ୍ଧ୍ୟା ହେବାରୁ ଫେରି ଯାଇଥିଲେ, ଆଜି ସକାଳେ ମାଙ୍କଡ଼କୁ ଟ୍ରାଙ୍କୁଲାଇଜ୍ କରି କାବୁ କରାଯାଇଛି । ମାଙ୍କଡ଼ ଧରା ପଡ଼ିବା ପରେ ସରାକୂଳ ଗାଁ ଲୋକ ଆଶ୍ୱସ୍ତ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/23/monkey-2025-11-23-09-46-38.jpg)