କନକ ବ୍ୟୁରୋ: ଯେଉଁ ଦେଶରେ ହିନ୍ଦୁ-ମୁସଲିମ୍- ଖ୍ରୀଷ୍ଟିଆନ୍-ବୌଦ୍ଧଧର୍ମର ଲୋକମାନେ ଶାନ୍ତିରେ ବଞ୍ଚୁଥିଲେ, ସେଠି ଅଶାନ୍ତିର ମଞ୍ଜି ବୁଣିଛନ୍ତି କଠୋରପନ୍ଥୀ । ଏହାର ଆରମ୍ଭ ହୋଇଥିଲା କୋଭିଡ୍ ସମୟରୁ । ଅନଲାଇନ୍ ମାଧ୍ୟରେ ସଂଖ୍ୟାଲଘୁଙ୍କ ସମ୍ପର୍କରେ ମିଛ କହି କିଛି ଲୋକଙ୍କୁ ଉସକାଯାଇଥିଲା । ଦଙ୍ଗା ସୃଷ୍ଟି ପାଇଁ ଚେଷ୍ଟା କରାଯାଇଥିଲା। । ସତକୁ ସତ ଦଙ୍ଗା ହେଲା, ଲୋକଙ୍କ ଘର ପୋଡ଼ି ଦିଆଗଲା । ପ୍ରାୟ ୨ବର୍ଷ ହେଲା ବାଂଲାଦେଶରେ ଇସଲାମ୍କୁ ଅପମାନ ନାଆଁରେ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରାଯାଇଥିଲା। ସେବେଠୁ ଏବେ କିଛି ବଦଳିନି । ଇସ୍କନ ସାଧୁ ଆଜି ବି ଜେଲରେ ଅଛନ୍ତି। ଦୀପୁ ଭିଡ଼ହତ୍ୟାରେ ଶିକାର ହେଲେ, ଆଉ ଅମୃତ ମଧ୍ୟ ଜୀବନ ହାରିଲେ ।
ବାଂଲାଦେଶରେ ଏହି ଦୁଇଟି ଘଟଣାକୁ ନେଇ ଭାରତ ପ୍ରତିକ୍ରିୟା ରଖିଛି । ହିନ୍ଦୁଙ୍କ ଉପରେ ବଢ଼ୁଥିବା ଅତ୍ୟାଚାରକୁ ଭାରତ ଆଉ ସହ୍ୟ କରିବ ନାହିଁ । ମହମ୍ମଦ ୟୁନୁସଙ୍କ ଅନ୍ତରୀଣ ସରକାରଙ୍କୁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କଡ଼ା ଭାଷାରେ ଭର୍ତ୍ସନା କରିଛି । ମୁଖପାତ୍ର ରଣଧୀର ଜୈସୱାଲ ସ୍ପଷ୍ଟ କରିଛନ୍ତି, ସଂଖ୍ୟାଲଘୁଙ୍କ ସୁରକ୍ଷା ପ୍ରସଙ୍ଗରେ ଭାରତ ଚୁପ୍ ରହିବ ନାହିଁ । ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ଭାରତ। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି କଠୋର ଦଣ୍ଡ ଦେବାକୁ ଢାକା ପ୍ରଶାସନ ଉପରେ ନୂଆଦିଲ୍ଲୀ ଚାପ ପକାଇଛି ।
ଅଧିକ ପଢନ୍ତୁ: ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କ ହତ୍ୟାକୁ ସାମ୍ପ୍ରଦାୟିକ ନୁହେଁ ବୋଲି କହିଲେ ୟୁନୁସ୍ ସରକାର
ଅନ୍ୟପଟେ ଆସନ୍ତା ଫେବ୍ରୁଆରି ମାସରେ ହେବାକୁ ଥିବା ନିର୍ବାଚନରେ ରଣାଙ୍ଗନକୁ ଓହ୍ଲାଛନ୍ତି ହିନ୍ଦୁନେତା ତଥା ଆଇନଜୀବୀ ଗୋବିନ୍ଦ ଚନ୍ଦ୍ର ପରମାଣିକ । ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଗଡ଼ କୁହାଯାଉଥିବା ଗୋପାଳଗଞ୍ଜ-୩ ଆସନରୁ ନିର୍ବାଚନ ଲଢ଼ିବା ପାଇଁ ସେ ଘୋଷଣା କରିଛନ୍ତି। ପରମାଣିକ ଦେଶରେ ସଂଖ୍ୟାଲଘୁ ହିନ୍ଦୁମାନଙ୍କୁ ସୁରକ୍ଷା ଦେବା ଏବଂ ହିଂସା ବିରୋଧରେ ସ୍ୱର ଉତ୍ତୋଳନ କରିବା ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି । ବାଂଲାଦେଶର କିଛି ଯୁବନେତା ଭାରତ ନାଆଁରେ ବଡ଼ବଡ଼ ଗପ ମାରୁଛନ୍ତି। ଆଉ ସେ ଗପ ଭିତରେ କୁହାଯାଉଛି ଯେ ଭାରତକୁ ପାନେ ଶିଖାଅ, ହେଲେ ନେତାମାନେ ଜାଣିପାରୁନାହାନ୍ତି। ବାଂଲାଦେଶର ଅର୍ଥନୀତି ଭାରତ ଉପରେ ନିର୍ଭର କରୁଛି। ନଜର ପକାନ୍ତୁ କେମିତି ଭାରତ ବିନା ଚଳିପାରିବନି ବାଂଲାଦେଶ!
୨୦୨୪ ବର୍ଷର ତଥ୍ୟ ଅନୁଯାୟୀ
କପାସୂତା ୨.୭୦ ଅରବ ଡଲାର
ପେଟ୍ରୋଲିୟମ ଉତ୍ପାଦ ୧.୨୯ ଅରବ ଡଲାର
ଇଲେକ୍ଟ୍ରିକାଲ୍ ଏନର୍ଜି ୧.୦୮ ଅରବ ଡଲାର
ମେସିନାରି, ନ୍ୟୁକ୍ଲିୟର ରିଆକ୍ଟର, ଅର୍ଗାନିକ କେମିକାଲ୍ ୩୮୩.୫୫ ମିଲିଅନ୍ ଡଲାର
ଚା’, କଫି ଓ ଅନ୍ୟ ୩୧୭.୦୪ ମିଲିଅନ୍ ଡଲାର
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/12/26/bangladesh-2025-12-26-21-15-14.jpg)