କନକ ବ୍ୟୁରୋ: ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ହତ୍ୟା ଘଟଣା ସାମ୍ପ୍ରଦାୟିକ ହିଂସା ସହ ଜଡ଼ିତ ନୁହେଁ ବୋଲି ବାଂଲାଦେଶ ସରକାର ସ୍ପଷ୍ଟ କରିଛନ୍ତି । ଦୀପୁଚନ୍ଦ୍ର ଦାସଙ୍କ ହତ୍ୟା ପରେ ୨୯ ବର୍ଷର ଯୁବକ ଅମୃତ ମଣ୍ଡଳ ଓରଫ୍ ସମ୍ରାଟ ବାଂଲାଦେଶର ପାଙ୍ଗସା ଉପଜିଲ୍ଲା ରାଜବାରିରେ ହତ୍ୟାର ଶିକାର ହୋଇଛନ୍ତି । ଅମୃତ ମଣ୍ଡଳଙ୍କୁ ଉତ୍ତେଜିତ ସ୍ଥାନୀୟ ଲୋକ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ବାଂଲାଦେଶ ସରକାର କହିଛନ୍ତି, ଏହା ସାମ୍ପ୍ରଦାୟିକ ହିଂସା ନୁହେଁ ।
ଅଧିକ ପଢନ୍ତୁ: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା
ମୃତ ଅମୃତ ମଣ୍ଡଳ ଦାଦାବଟି ଆଦାୟ କରୁଥିଲେ। ସେ ଜଣେ କୁଖ୍ୟାତ ଅପରାଧୀ । ଦାଦାବଟି ଆଦାୟକୁ କେନ୍ଦ୍ର କରି ଅମୃତଙ୍କୁ ସ୍ଥାନୀୟ ଲୋକ ଉତ୍ତେଜିତ ହୋଇ ହତ୍ୟା କରିଥିବା ବାଂଲାଦେଶ ସରକାରଙ୍କ ପକ୍ଷରୁ ଏକ ବିବୃତିରେ କୁହାଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପୁଅ ତାରିକ୍ ରହମାନ ୧୭ ବର୍ଷ ଲଣ୍ଡନରେ ଆତ୍ମନିର୍ବାସନ ରହି ଫେରିବା ପରେ ଏହି ହତ୍ୟାକାଣ୍ଡ ଘଟିଥିବାରୁ ରାଜନୈତିକ ମହଲରେ ଏହାକୁ ଗମ୍ଭୀରତା ସହିତ ବିଚାର କରାଯାଉଛି ।
ଆସନ୍ତାବର୍ଷ ତାରିକ ରହମାନ ନିର୍ବାଚନରେ ଭାଗନେବେ ଓ ସରକାର ଗଠନ କଲେ ନିରାପତ୍ତା ଓ ନ୍ୟାୟକୁ ଗୁରୁତ୍ୱ ଦେବ ବୋଲି କହିଛନ୍ତି। କିନ୍ତୁ ସେ ସ୍ୱଦେଶ ଫେରିବା ପରେ ଆଉ ଜଣ ହିନ୍ଦୁଙ୍କୁ ହତ୍ୟା ନେଇ ଉଦବେଗ ପ୍ରକାଶ ପାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/12/26/bangladesh-2025-12-26-15-59-58.jpg)