କନକ ବ୍ୟୁରୋ : ବାଂଲାଦେଶରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ, ମୁହଁ ଖୋଳିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା । ଭାରତର ଉତ୍ତର-ପୂର୍ବ ଓ ଚିକେନ ନେକ କରିଡରକୁ ନେଇ ହେଉଥିବା ବୟାନବାଜି ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେପଟେ ଓସମାନ ହାଦୀକୁ ହତ୍ୟା ଓ ହିନ୍ଦୁ ଯୁବକଙ୍କୁ ବିଭତ୍ସଭାବେ ହତ୍ୟା କରାଯିବା ପରେ ବାଂଲଦେଶ ଜଳୁଛି ।
ଅଧିକ ପଢ଼ନ୍ତୁ : ‘ସରକାର ଆଇନଶୃଙ୍ଖଳା ରକ୍ଷାରେ ଅକ୍ଷମ’: ବାଂଲାଦେଶ ସରକାରଙ୍କୁ କଡ଼ା ନିନ୍ଦା କଲେ ଶେଖ୍ ହସିନା
ଅଳ୍ପସଂଖ୍ୟକ ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରମଣ ପରେ ଉଭୟ ଭାରତ ସହ ବିଗିଡିଛି ବାଂଲାଦେଶର ସମ୍ପର୍କ । ଏହା ଭିତରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବଡ ବୟାନ ସାମ୍ନାକୁ ଆସିଛି ।
ହିନ୍ଦୁଙ୍କୁ ଆକ୍ରମଣ, ୟୁନୁସ୍ ଦାୟୀ !
- ବାଂଲାଦେଶରେ ବିଗୁଡ଼ୁଥିବା ସ୍ଥିତି ପାଇଁ ଅନ୍ତରୀଣ ୟୁନୁସ୍ ସରକାର ଦାୟୀ
- ତାଙ୍କ ଇସାରାରେ ହିନ୍ଦୁଙ୍କୁ ଆକ୍ରମଣ ଓ ଅତ୍ୟାଚାର କରାଯାଉଛି
- ୟୁନୁସଙ୍କ ଛତ୍ରଛାୟାରେ ବଢ଼ୁଛି ଉଗ୍ରବାଦୀ ଗତିବିଧି
- କଠୋରପନ୍ଥୀଙ୍କ ବଳ ସାଜିଛନ୍ତି ୟୁନୁସ୍
- ସଜା କାଟୁଥିବା ଉଗ୍ରବାଦୀଙ୍କୁ ମୁକ୍ତ କରାଯାଇଛି
- ଦକ୍ଷିଣ ଏସିଆ ପାଇଁ ବିପଦ ବଢ଼ୁଛି
- ୟୁନୁସଙ୍କ ନୀତି ପାଇଁ ବିଗୁଡ଼ୁଛି ଆଇନଶୃଙ୍ଖଳା ପରିସ୍ଥିତି
- ଚିକେନ୍ ନେକକୁ ନେଇ ଭାରତକୁ ବାରମ୍ବାର ଧମକ ଦେବା ଉଚିତ ନୁହେଁ
- ୟୁନୁସଙ୍କ ହାତରେ ଅସୁରକ୍ଷିତ ବାଂଲାଦେଶ
ହସିନା ଆଶା ବ୍ୟକ୍ତ କରିଛନ୍ତି ଯେ ଏଥରକ ନିର୍ବାଚନରେ ଦେଶହିତ ସରକାର ଗଠନ ହେବ ଓ ବାଂଲାଦେଶକୁ ଶାନ୍ତି ଫେରିବ । ଜୁଲାଇ ମାସରେ ଛାତ୍ର ଆନ୍ଦୋଳନ ତାତି ଭିତରେ ଜଳିଥିଲା ବାଂଲାଦେଶ ଓ ଦେଶ ଛାଡି ବତ୍ତର୍ମାନ ଭାରତରେ ଆଶ୍ରୟ ନେଇଛନ୍ତି ହସିନା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/22/bangladesh-2025-12-22-21-36-43.jpg)