କନକ ବ୍ୟୁରୋ : ବାତ୍ୟା ମୋନ୍ଥା ପ୍ରଭାବରେ ସମୁଦ୍ର ଅଶାନ୍ତ ରହୁଛି । ତେଣୁ ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଏଥିପାଇଁ ଚିଲିକାରୁ ଅନେକ ମତ୍ସ୍ୟଜୀବୀ ନିଜ ନିଜ ଡଙ୍ଗାଗୁଡିକ ନେଇ କୂଳକୁ ଆସିଛନ୍ତି ,ବାତ୍ୟା ନସିରିବା ଯାଏ ଡଙ୍ଗା ଭିତରେ ହିଁ ସମୟ ବିତାଇବେ ମତ୍ସ୍ୟଜୀବୀ । ଯୋଗାଯୋଗ ପାଇଁ ସାଥିରେ ମୋବାଇଲ ରଖିଛନ୍ତି । ଡଙ୍ଗାରେ ଖାଦ୍ୟ, ପାନୀୟ ସହ, ଚାର୍ଜିଂ ପାଇଁ ସୋଲାର ପ୍ୟାନେଲ୍ ବ୍ୟବସ୍ଥା ରହିଛି । 

Advertisment

ଅଧିକ ପଢ଼ନ୍ତୁ--କିଛି ସମୟରେ ସ୍ଥଳଭାଗ ଛୁଇଁବ ବାତ୍ୟା ମୋନ୍ଥା; ପ୍ରବଳ ବର୍ଷୁଛି

ଜାରି ରହିଛି ବାତ୍ୟା ମୋନ୍ଥାର ପ୍ରଭାବ । ସମୟ ଯେତିକି ଗଡ଼ୁଛି, ବିପଦ ସେତିକି ଘନଉଛି । ବିଭିନ୍ନ ସ୍ଥାନରେ ବର୍ଷାଜନିତ କ୍ଷୟକ୍ଷତି ଦେଖିବାକୁ ମିଳିଛି । ଆଜି ବର୍ଷା ପାଇଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରିଛି ଆଇଏମ୍‌ଡି । ଏହା ସହ ନବରଙ୍ଗପୁର, କଳାହାଣ୍ତି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୨୯ ତାରିଖ ପାଇଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ତି, ନବରଙ୍ଗପୁର ଜିଲ୍ଲାକୁ ବିପଦ ରହିଛି । ଏହି ସମୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ସେହିପରି ପବନ ପାଇଁ ଆଜି ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କଳାହାଣ୍ତିକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ୨୯ ତାରିଖ ପାଇଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତିରେ ପ୍ରବଳ ପବନ ବହିପାରେ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ।