କନକ ବ୍ୟୁରୋ: ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବ ଲ୍ୟାଣ୍ଡଫଲ ପ୍ରକ୍ରିୟା । ଆନ୍ଧ୍ରପ୍ରଦେଶ କାକିନାଡ଼ାରେ ଅନୁଭୂତ ହେଲାଣି ବାତ୍ୟା ମୋନ୍ଥାର ପ୍ରଭାବ । ଘଣ୍ଟାପ୍ରତି ୧୫ କିମି ବେଗରେ ଆସୁଛି । ଆନ୍ଧ୍ରପ୍ରଦେଶ କାକିନାଡାର କୋନାସୀମାରେ ସ୍ଥଳଭାଗ ଅତିକ୍ରମ କରିବ । ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ୧୦୦ରୁ ୧୧୦ କିମି ରହିପାରେ । ବର୍ତ୍ତମାନ ମଚ୍ଛଲିପଟ୍ଟନମ ଠାରୁ ୧୦୦କିଲୋମିଟର, କାକିନାଡାଠୁ ୧୮୦କିମି, ଗୋପାଳପୁରଠୁ ୫୦୦ କିମି ଦୂରରେ ଘନୀଭୂତ ରହିଛି ମୋନ୍ଥା । ମୋନ୍ଥା ପ୍ରଭାବରେ ବର୍ଷାର ପରିମାଣ ମଧ୍ୟ ବଢ଼ିବାରେ ଲାଗିଛି । ଆନ୍ଧ୍ରର ୩୦ଟି ବିଧାନସଭା କ୍ଷେତ୍ରରେ ବର୍ଷା ହୋଇଛି ।
ଜାରି ରହିଛି ବାତ୍ୟା ମୋନ୍ଥାର ପ୍ରଭାବ । ସମୟ ଯେତିକି ଗଡ଼ୁଛି, ବିପଦ ସେତିକି ଘନଉଛି । ବିଭିନ୍ନ ସ୍ଥାନରେ ବର୍ଷାଜନିତ କ୍ଷୟକ୍ଷତି ଦେଖିବାକୁ ମିଳିଛି । ଆଜି ବର୍ଷା ପାଇଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଆଇଏମ୍ଡି । ଏହା ସହ ନବରଙ୍ଗପୁର, କଳାହାଣ୍ତି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୨୯ ତାରିଖ ପାଇଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ତି, ନବରଙ୍ଗପୁର ଜିଲ୍ଲାକୁ ବିପଦ ରହିଛି । ଏହି ସମୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ସେହିପରି ପବନ ପାଇଁ ଆଜି ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କଳାହାଣ୍ତିକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ୨୯ ତାରିଖ ପାଇଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତିରେ ପ୍ରବଳ ପବନ ବହିପାରେ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ।
ଆହୁରି ପଢ଼ନ୍ତୁ... କିଛି ସମୟରେ ସ୍ଥଳଭାଗ ଛୁଇଁବ ବାତ୍ୟା ମୋନ୍ଥା; ପ୍ରବଳ ବର୍ଷୁଛି
ବାତ୍ୟା ମୋନ୍ଥାର ପ୍ରକୋପ ଏତେ ଭୟଙ୍କର ଯେ, ତୁହା କୁ ତୁହା ବର୍ଷା ହେଉଛି । ଗଜପତି ପ୍ରଶାସନ ଦିନ ରାତି ଏକ କରି ପ୍ରତିଟି ବ୍ଲକର ଆଶ୍ରୟସ୍ଥଳୀ ବୁଲି ବୁଲି ସମସ୍ତ ପ୍ରକାର ସହଯୋଗ କରି ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରୁଛନ୍ତି । ଏହାରି ମଧ୍ୟରେ ଆର.ଉଦୟଗିରି ବ୍ଲକର ଅନଘା ପଞ୍ଚାୟତର ରାସ୍ତା କଡ଼ ପାହାଡ଼ରୁ ବିରାଟକାୟ ପଥର ଖସି ରାସ୍ତା ଅବରୋଧ ହୋଇଛି । ବଡ଼ ଗାଁ ରାସ୍ତା ଅବରୋଧ ହେବାରୁ ଯାତାୟତ ଠପ୍ ହୋଇଯାଇଛି । ଏହି ସମ୍ପର୍କରେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିବା ସୂଚନା ମିଳିଛି ।
ବାତ୍ୟା ମୋନ୍ଥା ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର । ଲୋକସେବା ଭବନରେ ରାଜସ୍ବ ମନ୍ତ୍ରୀ, ଏସ୍ଆର୍ସି ଓ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ମୋନ୍ଥା ପାଇଁ ମନ୍ଥନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସମୀକ୍ଷା ବୈଠକ ପରେ ପ୍ରତିକ୍ରିୟା ରଖି କହିଛନ୍ତି, ବାତ୍ୟା ପାଇଁ ୮ ଜିଲ୍ଲା ପ୍ରଭାବିତ ହେଉଛି । ଏହି ସବୁ ଜିଲ୍ଲାରେ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି । ୩୦ ଓଡ୍ରାଫ୍ ଓ ୧୦୦ରୁ ଅଧିକ ଅଗ୍ନିଶମ ବାହିନୀ ପ୍ରସ୍ତୁତ ଅଛି । ପର୍ଯ୍ୟଟନ କ୍ଷେତ୍ରକୁ ନ ଯିବାକୁ ଅନୁରୋଧ କରାଯାଇଛି । ପାୱର କଟ୍ ହେଲେ ଜେନେରେଟର ବ୍ୟବସ୍ଥା ତୁରନ୍ତ କରାଯିବ । ଗୃହ ପାଳିତ ପଶୁଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଇଛି । ଜିରୋ କାଜୁଆଲଟି ସରକାରଙ୍କ ପ୍ରଥମ ଲକ୍ଷ୍ୟ ରହିଛି । ଜିଲ୍ଲାପାଳଙ୍କୁ ସ୍ବତନ୍ତ୍ର କ୍ଷମତା ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/28/montha-cyclone-2025-10-28-16-28-32.jpg)