ସରିଲା ପ୍ରଥମ ପର୍ଯ୍ୟାୟ ମତଦାନ, ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ କମ୍ପିଲା ପ୍ରଚାର, ପରସ୍ପରକୁ ଟାର୍ଗେଟ୍ କଲେ ଦୁଇ ମେଣ୍ଟର ନେତା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅରିୟାରରେ ଜନସଭାକୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ମୋଦୀ ମହାଗଠବନ୍ଧନକୁ କଡ଼ା ସମାଲୋଚନା କରିଛନ୍ତି । ମୋଦୀ କହିଥିଲେ, ବିହାରବାସୀ ଆଉ ଜଙ୍ଗଲରାଜ୍ ଚାହାନ୍ତି ନାହିଁ । କଂଗ୍ରେସ ଓ ଆରଜେଡି ବିହାରରେ ସାମାଜିକ ଏକତା ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି। ଆରଜେଡିର ଜଙ୍ଗଲରାଜ୍ ପାଠଶାଳାରେ ଦୁର୍ନୀତି, ଦାଦାବଟି, ହତ୍ୟା, ଅପହରଣ, ଦୁଷ୍କର୍ମ ଆଦି ଶିକ୍ଷା ଦିଆଯାଏ ବୋଲି ଅଭିଯୋଗ କରି ମୋଦୀ ଏନଡିଏ ପାଇଁ ଆଶୀର୍ବାଦ ମାଗିଥିଲେ ।    

NITISH

କନକ ବ୍ୟୁରୋ : ବିହାରରେ ଆଜି ପ୍ରଥମ ପର୍ଯ୍ୟାୟ  ଭୋଟଗ୍ରହଣ ଶେଷ ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ  ନିର୍ବାଚନ ପାଇଁ ପ୍ରଚାର ଜମିଛି। ଏନଡିଏ ଏବଂ ମହାଗଠବନ୍ଧନର ବଡ଼ ନେତାମାନେ ଜୋରଦାର ପ୍ରଚାର କରିଛନ୍ତି । ଏନଡିଏ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅନ୍ୟ ତୁଙ୍ଗନେତା ଏବଂ ମହାଗଠବନ୍ଧନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଅନ୍ୟମାନେ ପ୍ରଚାର କରିଥିଲେ । 

ଚିଟଫଣ୍ଡ ଠକେଇ ନେଇ ବ୍ରହ୍ମପୁରରେ ଇଡିର ଚଢ଼ାଉ, ଗ୍ରୀନ ଇଣ୍ଡିଆ ମାଲିକ ପ୍ରଦୀପ ସିଂଙ୍କ ବାସଭବନରେ ତନାଘନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅରିୟାରରେ ଜନସଭାକୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ମୋଦୀ ମହାଗଠବନ୍ଧନକୁ କଡ଼ା ସମାଲୋଚନା କରିଛନ୍ତି । ମୋଦୀ କହିଥିଲେ, ବିହାରବାସୀ ଆଉ ଜଙ୍ଗଲରାଜ୍ ଚାହାନ୍ତି ନାହିଁ । କଂଗ୍ରେସ ଓ ଆରଜେଡି ବିହାରରେ ସାମାଜିକ ଏକତା ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି। ଆରଜେଡିର ଜଙ୍ଗଲରାଜ୍ ପାଠଶାଳାରେ ଦୁର୍ନୀତି, ଦାଦାବଟି, ହତ୍ୟା, ଅପହରଣ, ଦୁଷ୍କର୍ମ ଆଦି ଶିକ୍ଷା ଦିଆଯାଏ ବୋଲି ଅଭିଯୋଗ କରି ମୋଦୀ ଏନଡିଏ ପାଇଁ ଆଶୀର୍ବାଦ ମାଗିଥିଲେ ।    

ନୂଆପଡ଼ାର ହଟସ୍ପଟ୍ ପାଲଟିଛି କୋମନା, ଗାଁ ଗାଁରେ ଡେରା ପକାଇଛନ୍ତି ନେତା, ଭୋଟରଙ୍କୁ ଆକୃଷ୍ଟ କରିବାକୁ ସବୁଦଳର ପ୍ରୟାସ

 କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଅରିଆରରେ ମହାଗଠବନ୍ଧନ ପାଇଁ ପ୍ରଚାର କରିଥିଲେ। ରାହୁଲ କହିଛନ୍ତି, ବିହାରରେ ୨୦ ବର୍ଷ ହେଲା ବିକାଶ ବନ୍ଦ ହୋଇଯାଇଛି । ରାଜ୍ୟକୁ ବିକାଶର ଧାରା ଫେରାଇ ଆଣିବାକୁ ହେଲେ ଏନଡିଏକୁ ଶାସନରୁ ଦୂରେଇ ରଖି ମହାଗଠବନ୍ଧନକୁ ଭୋଟ୍ ଦେବାକୁ ପଡ଼ିବ । ମୋଦୀ ଓ ନୀତୀଶ କୁମାରଙ୍କୁ ସମାଲୋଚନା କରି ରାହୁଲ କହିଥିଲେ,  ଏମାନେ ବିକାଶ କରିପାରିବେ ନାହିଁ। କାରଣ ‘’ ‘ନୀତୀଶଙ୍କ ରିମୋଟ୍ କଣ୍ଟ୍ରୋଲ ମୋଦୀଙ୍କ ହାତରେ’ ରହିଛି ବୋଲି ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ।

ନୂଆପଡ଼ାର ହଟସ୍ପଟ୍ ପାଲଟିଛି କୋମନା, ଗାଁ ଗାଁରେ ଡେରା ପକାଇଛନ୍ତି ନେତା, ଭୋଟରଙ୍କୁ ଆକୃଷ୍ଟ କରିବାକୁ ସବୁଦଳର ପ୍ରୟାସ

 
ବିହାରରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ଅଞ୍ଚଳ ଆଜି ବିଭିନ୍ନ ଦଳର ନେତାଙ୍କ ସଭା, ଶୋଭାଯାତ୍ରାରେ କମ୍ପିଥିଲା। ଏନଡିଏ ପକ୍ଷରୁ ଯୋଗୀ ଆଦିତ୍ୟନାଥ, ଅମିତ ଶାହ, ରାଜନାଥ ସିଂହ ଓ ମହାଗଠବନ୍ଧନ ପକ୍ଷରୁ ପ୍ରିୟଙ୍କା ଗାନ୍ଧୀ ପ୍ରମୁଖ ପ୍ରଚାର କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe