କନକ ବ୍ୟୁରୋ : ଗ୍ରିନ୍‌ ଇଣ୍ଡିଆ ମୁଖ୍ୟ ପ୍ରଦୀପ ସିଂଙ୍କ ବ୍ରହ୍ମପୁର ଘରେ ଇଡି ଚଢାଉ କରିଛି । ଯେତେବେଳେ ଚିଟଫଣ୍ଡ ଠକେଇ ନେଇ ରାଜ୍ୟରେ ପଶିଥିଲା ସିବିଆଇ, ସେତେବେଳେ ପ୍ରଥମ ମାମଲା ଥିଲା ଏହି ଗ୍ରୀନ  ଇଣ୍ଡିଆ କମ୍ପାନି ବିରୋଧରେ । ଆଜି ଦୀର୍ଘ ବର୍ଷ ପରେ କମ୍ପାନି ମୁଖ୍ୟ ପ୍ରଦୀପ ସିଂ ଘରେ ଚଢାଉ ହୋଇଛି  । ସକାଳ ୭ଟାରୁ ଇଡିର ୫ ଜଣିଆ ଟିମ୍‌ ପ୍ରଦୀପଙ୍କ ଘରେ ଖୋଳତାଡ଼ ଚଳାଇଛନ୍ତି । ଆର୍ଥିକ ଅନିୟମିତତା ନେଇ ଚଢ଼ାଉ ହେଉଥିବା ଜଣାଯାଇଛି । 

Advertisment

ନୂଆପଡ଼ାର ହଟସ୍ପଟ୍ ପାଲଟିଛି କୋମନା, ଗାଁ ଗାଁରେ ଡେରା ପକାଇଛନ୍ତି ନେତା, ଭୋଟରଙ୍କୁ ଆକୃଷ୍ଟ କରିବାକୁ ସବୁଦଳର ପ୍ରୟାସ

କ୍ରାଇମବ୍ରାଞ୍ଚ ହାତରୁ ସିବିଆଇ ମାମଲା ନେବା ପରେ ପ୍ରଥମେ ବନ୍ଧାହୋଇଥିଲେ ଗ୍ରୀନ ଇଣ୍ଡିଆର ୩ ବଡ଼ ମୁଣ୍ଡ । ଏମଡି ସୁନିଲ ପଣ୍ଡା, ନିର୍ଦ୍ଦେଶକ ପ୍ରଦୀପ ସିଂ ଓ ଜିତେନ୍ଦ୍ର ମିଶ୍ରଙ୍କୁ ଗିରଫ ପରେ ରିମାଣ୍ଡରେ ନେଇ ଘାଣ୍ଟିଥିଲା ସିବିଆଇ । କମ୍ପାନିର ସମ୍ପତି ଆଟାଚ୍‌ ହୋଇଥିଲା ବେଳେ ଆଉ କିଛି ସମ୍ପତି କମ୍ପାନି ମୁଖ୍ୟଙ୍କ ପାଖରେ ରହିଥିବା କୁହାଯାଉଛି । ସେହି ସମ୍ପତି ନେଇ ଇଡି ଚଢ଼ାଉ କରିଥିବା ଚର୍ଚ୍ଚା ହେଉଛି । କ୍ଷତିଗ୍ରସ୍ତ ଜମାକାରୀ ଏଯାଏଁ ପୂରା ଟଙ୍କା ଫେରି ପାଇନାହାନ୍ତି । ତେଣୁ ଏହି ଚଢ଼ାଉ ପରେ କ’ଣ ହେବ ତା ଉପରେ ରହିଛି ନଜର । 

ପଞ୍ଚାୟତ ନିର୍ବାଚନ ପାଇଁ ମୋହନ ସରକାରଙ୍କ ବଡ଼ ପ୍ରସ୍ତୁତି, ଆସୁଛି ମୁଖ୍ୟମନ୍ତ୍ରୀଙ୍କ ମିସନ ପାୱାର, ଡେଡଲାଇନ୍ ନୁହେଁ ଏବେ ସିଧା ଟାଇମଲାଇନ୍

ଜମାକାରୀ ପ୍ରଦୀପ ସିଂଙ୍କୁ ଗିରଫ ଦାବିରେ ଅନେକ ଥର ବ୍ରହ୍ମପୁର ଅଫିସ ଆଗରେ ଆନ୍ଦୋଳନ କରିଛନ୍ତି । ଏବେ ଦୀର୍ଘ ବର୍ଷ ପ‌ରେ କମ୍ପାନି ମୁଖ୍ୟଙ୍କ ଘରେ ଇଡି ଚଢ଼ାଉ କରିବା ପରେ ହଲଚଲ ହୋଇଛି କାର୍ପଟଦାରଙ୍କ କରିଡର ।