Student Photograph: (KanakNews)
କନକ ବ୍ୟୁରୋ: ବିଦ୍ୟାଳୟ ପରିସରରେ ବଢୁଛି ହିଂସାକାଣ୍ଡ । ସେବାଶ୍ରମ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିଲେ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ଛାତ୍ର । ଶୋଇଥିବା ସେଜରେ ପରିସ୍ରା କରିବାରୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ବରିଷ୍ଠ ଛାତ୍ରଙ୍କ ମାଡ଼ରେ ପ୍ରଥମ ଶ୍ରେଣୀ ଛାତ୍ରଙ୍କ ପିଠିରେ ନୋଳା ପଡ଼ିଯାଇଛି । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ସଲାଗୁଡା ସେବାଶ୍ରମରେ ଘଟିଛି ଏହି ଅଭାବନୀୟ କାଣ୍ଡ । ସୂଚନା ଅନୁସାରେ ଆଶ୍ରମ ବିଦ୍ୟାଳୟର ପ୍ରଥମ, ଦ୍ୱତୀୟ ଓ ତୃତୀୟ ଶ୍ରେଣୀର ଛାତ୍ରମାନେ ରାତିରେ ଖାଇ ସାରି ଗୋଟିଏ ସେଜରେ ଶୋଇଥିଲେ। ସେଜରେ ତାଙ୍କ ସହ ମିଶି ଶୋଇଥିବା ପ୍ରଥମ ଶ୍ରେଣୀର ଛାତ୍ର ସେଜରେ ପରିଶ୍ରା କରିଦେଇଥିଲେ। ସେଜରେ ପରିଶ୍ରା କରିବାକୁ ନେଇ ଦ୍ୱତୀୟ ଓ ତୃତୀୟ ଶ୍ରେଣୀର ଛାତ୍ରମାନେ ପ୍ରଥମ ଶ୍ରେଣୀ ଛାତ୍ର ମାଡ଼ ମାରିଥିଲେ ।
ଅଧିକ ପଢନ୍ତୁ: ଭୁବନେଶ୍ୱର ଗାନ୍ଧୀ କଲେଜ ଛାତ୍ରଙ୍କୁ ମାଡ଼ ଘଟଣାରେ ହଷ୍ଟେଲ ୱାର୍ଡନ ଗିରଫ। ବିଶ୍ୱରଂଜନ ରଣାକୁ ବାନ୍ଧିଲା ଖଣ୍ଡଗିରି ପୁଲିସ
ଖବର ପାଇ ସ୍ଥାନୀୟ ସରପଞ୍ଚ ରୋହିତ କହଁର ତୁରନ୍ତ ସ୍କୁଲରେ ପହଞ୍ଚି ନିଜ ଗାଡ଼ିରେ ଆହତ ଛାତ୍ରକୁ ଗୋଚ୍ଛାପଡା ମେଡିକାଲକୁ ନେଇଥିଲେ l ପୂର୍ବରୁ କନିଷ୍ଠ ଛାତ୍ରଙ୍କ ଆଖିରେ ଉପର ଶ୍ରେଣୀ ଛାତ୍ର ଫେବିକ୍ୱିକ୍ ଲଗାଇବା ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଥିଲା ସଲାଗୁଡ଼ା ସେବାଶ୍ରମ । ବିଦ୍ୟାଳୟରେ ମାତ୍ର ୨ଜଣ ଶିକ୍ଷକରେ ଶତାଧିକ ଛାତ୍ର ଛାତ୍ରୀ ଅନ୍ତେବାସୀ ଭାବରେ ରହି ପାଠ ପଢୁଛନ୍ତି l ଏହି ଘଟଣାକୁ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ସେ ଦେହ ଖରାପ ଥିବାରୁ ଛୁଟିରେ ଥିବା ବେଳେ ଏଭଳି ଘଟଣା ଘଟିଥିବା କହିଛନ୍ତି ।
Follow Us