ଭୁବନେଶ୍ୱର ଗାନ୍ଧୀ କଲେଜ ଛାତ୍ରଙ୍କୁ ମାଡ଼ ଘଟଣାରେ ହଷ୍ଟେଲ ୱାର୍ଡନ ଗିରଫ। ବିଶ୍ୱରଂଜନ ରଣାକୁ ବାନ୍ଧିଲା ଖଣ୍ଡଗିରି ପୁଲିସ

ଛାତ୍ରବାସର ୨ ଅନ୍ତେବାସୀଙ୍କୁ ନିସ୍ତୁକ ପିଟୁଥିବାର ଭିଡିଓ ହୋଇଥିଲା ଭାଇରାଲ

485

କନକ ବ୍ୟୁରୋ: ଛାତ୍ରବାସରେ ରହୁଥିବା ୨ ଜଣ ଅନ୍ତେବାସୀଙ୍କୁ ନିସ୍ତୁକ ମାଡ଼ ମାରିବା ଘଟଣାରେ ହଷ୍ଟେଲ ୱାର୍ଡନ ଗିରଫ । ହଷ୍ଟେଲ ୱାର୍ଡନ ବିଶ୍ୱରଂଜନ ରଣାକୁ ଆଜି ଗିରଫ କରିଛି ଖଣ୍ଡଗିରି ପୁଲିସ ଗିରଫ । ଗତକାଲି ଭୁବନେଶ୍ୱର ଗାନ୍ଧୀ +୨ ଓ +୩ କଲେଜ ଛାତ୍ରବାସରେ ଅନ୍ତେବାସୀଙ୍କୁ ହଷ୍ଟେଲ ୱାର୍ଡନ ମାଡ ମାରୁଥିବାର ଭିଡିଓ ଭାଇରାଲ ହୋଇଥିଲା ।

ଏକ ବାଡି ଧରି ୨ ଜଣ ଛାତ୍ରଙ୍କୁ ଗୋରୁଗାଈ ପରି ପିଟୁଥିଲେ ୱାର୍ଡେନ । ତେବେ ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବା ପରେ ସବୁ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ପିଲାମାନଙ୍କୁ ହଷ୍ଟେଲରେ ରଖି ପାଠପଢ଼ାଉଥିବା ଅବିଭାବକମାନଙ୍କୁ ଏଭଳି ଘଟଣା ବିଶେଷ ଭାବେ ବିଚଳିତ କରିବ । ଗତ ୧୧ତାରିଖ ଦିନ ଏହି ଘଟଣା ଘଟିଥିଲା ବୋଲି କୁହାଯାଉଛି । ଏହାକୁ କଲେଜ ଅଧ୍ୟକ୍ଷ ସ୍ୱୀକାର ବି କରିଛନ୍ତି । ଏବଂ ଦୁଇ ଛାତ୍ରଙ୍କ ପରିବାର ସହ ୱାର୍ଡେନଙ୍କର ସମ୍ପର୍କ ଥିବାରୁ ସେ ଏଭଳି କରିଥାଇପାରନ୍ତି ବୋଲି ସଫେଇ ଦେଇଥିଲେ କଲେଜ ଅଧ୍ୟକ୍ଷ ।