କନକ ବ୍ୟୁରୋ : ଝାଡୁ ମରାକୁ କେନ୍ଦ୍ର କରି ଅଷ୍ଟମ ଓ ନବମ ଶ୍ରେଣୀ ଛାତ୍ରଙ୍କୁ ଆକ୍ରମଣ । ନୀଳଗିରି ବ୍ଲକ ଜାମୁଡିହା ପଞ୍ଚାୟତରେ ଥିବା ବଣଭୂଇଁ ଆଶ୍ରମ ସ୍କୁଲରେ ଦଶମ ଶ୍ରେଣୀ ଛାତ୍ରଙ୍କ ବିରୋଧରେ ଆସିଛି ଏଭଳି ଅଭିଯୋଗ । ଜୋର ଜବରଦସ୍ତ ଘର ଓଳାଇବା ପାଇଁ କହିବା ସହ ସେମାନଙ୍କ କଥା ମାନି ଚଳିବା ପାଇଁ କହିଥିଲେ । ହେଲେ ଘର ନଓଳାଇବାରୁ ଦଶମ ଶ୍ରେଣୀ ଛାତ୍ରମାନେ ଅଷ୍ଟମ ଓ ନବମ ଶ୍ରେଣୀର ଛାତ୍ରମାନଙ୍କୁ ବାଡିରେ ମାଡ଼ ମାରିଥିଲେ। ପରେ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଅଭିଯୋଗ ପରେ ଅଭିଭାବକଙ୍କୁ ଡାକି ଏକ ବୈଠକ କରାଯାଇ ପିଲାଙ୍କୁ ତାଗିଦ କରାଯାଇଥିଲା । ଜନ ମଙ୍ଗଳ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Advertisment