ଜାଳିଦେଲା ଅବ୍ୟବସ୍ଥାର ନିଆଁ ! ନଷ୍ଟ ହୋଇଗଲା ୮ ଏକର ଜମିର ଫସଲ

Advertisment

ନିଆଁ ଆଁରେ ଫସଲ । ନା ଫସଲ ନୁହେଁ ଚାଷୀର ସ୍ୱପ୍ନ । ଯେଉଁ ସ୍ୱପ୍ନ ସଜାଇବାକୁ ଚଷା ପୁଅ ରାତି ଦିନ ଏକ କରିଦେଇଥିଲା । ଯାହା ପରିବାର ପେଟକୁ ଦାନା ଦେଇଥାନ୍ତା । ନାନା ଆବଶ୍ୟକତା ପୂରଣ କରିଥାନ୍ତା । ଆଜି ସେ ହୁତୁହୁତୁ ହୋଇ ଜଳୁଛି । ସବୁକିଛି ଛାରଖାର ହୋଇଯାଇଛି । ଚାଷୀ ଆଜି ସର୍ବସ୍ୱାନ୍ତ ।

ନିଆଁ ଆଁରେ ଫସଲ । ନା ଫସଲ ନୁହେଁ ଚାଷୀର ସ୍ୱପ୍ନ । ଯେଉଁ ସ୍ୱପ୍ନ ସଜାଇବାକୁ ଚଷା ପୁଅ ରାତି ଦିନ ଏକ କରିଦେଇଥିଲା । ଯାହା ପରିବାର ପେଟକୁ ଦାନା ଦେଇଥାନ୍ତା । ନାନା ଆବଶ୍ୟକତା ପୂରଣ କରିଥାନ୍ତା । ଆଜି ସେ ହୁତୁହୁତୁ ହୋଇ ଜଳୁଛି । ସବୁକିଛି ଛାରଖାର ହୋଇଯାଇଛି । ଚାଷୀ ଆଜି ସର୍ବସ୍ୱାନ୍ତ ।

Paddy Crops

Paddy Crops Photograph: (Kanak News)

କନକ ବ୍ୟୁରୋ : ଧାନ ଚାଷ ଆରମ୍ଭରୁ ଅମଳ ପର୍ଯ୍ୟନ୍ତ ସବୁରେ କଷଣ ଭୋଗୁଛି ଚାଷୀ । କେତବେଳେ ପ୍ରାକୃତିକ ବିପର୍ଯ୍ୟୟ, ଆଉ କେତବେଳେ ଜଙ୍ଗଲୀ ଜନ୍ତୁ ଉପଦ୍ରବ । ଆଉ ଏବେ ଅଗ୍ନିକାଣ୍ଡ । ଗଞ୍ଜାମ ବାଦଗଡ଼ ଗାଁର ୩ ଜଣ ଚାଷୀଙ୍କ ୮ ଏକର ଜମିର ଫସଲ ନିଆଁରେ ପୋଡ଼ି ପାଉଁଶ ହୋଇଯାଇଛି । ସମ୍ପୂର୍ଣ୍ଣ ସର୍ବସ୍ୱାନ୍ତ ହୋଇ ଚାଷୀ ଏବେ କ୍ଷତିପୂରଣର ଅପେକ୍ଷା କରିଛି ।

ନିଆଁ ଆଁରେ ଫସଲ । ନା ଫସଲ ନୁହେଁ ଚାଷୀର ସ୍ୱପ୍ନ । ଯେଉଁ ସ୍ୱପ୍ନ ସଜାଇବାକୁ ଚଷା ପୁଅ ରାତି ଦିନ ଏକ କରିଦେଇଥିଲା । ଯାହା ପରିବାର ପେଟକୁ ଦାନା ଦେଇଥାନ୍ତା । ନାନା ଆବଶ୍ୟକତା ପୂରଣ କରିଥାନ୍ତା । ଆଜି ସେ ହୁତୁହୁତୁ ହୋଇ ଜଳୁଛି । ସବୁକିଛି ଛାରଖାର ହୋଇଯାଇଛି । ଚାଷୀ ଆଜି ସର୍ବସ୍ୱାନ୍ତ । ଖଳା ମୁଣ୍ଡରେ ଛାତି ଫଟାଇ କାନ୍ଦୁଛି ଆଉ ସରକାରଙ୍କୁ ସାହାଯ୍ୟ ମାଗୁଛି । ଭାଗ୍ୟକୁ ନିନ୍ଦିବା ଛଡ଼ା ଆଉ କିଛି ବାଟ ନାହିଁ । ବନ୍ୟା, ବାତ୍ୟା, ମରୁଡ଼ି ସତ୍ତ୍ୱେ ଛାତିକୁ କଠୋର କରି ଚାଷକୁ ଆପଣାଇଥିବା ଚାଷୀର ଅଣ୍ଟା ଭାଙ୍ଗିଦେଇଛି ଅଗ୍ନିକାଣ୍ଡ । ଏ ଅଭାବନୀୟ ଦୃଶ୍ୟ ଗଞ୍ଜାମ ଶେରଗଡ଼ ବ୍ଳକ ବାଦଗଡ଼ ଗାଁର । ନିଆଁ ଲାଗି ଭସ୍ମ ହୋଇଯାଇଛି (ସ୍ଲଗ୍‌) ୩ ଜଣ ଚାଷୀଙ୍କ ୮ ଏକର ଜମିର ଫସଲ ।

ଅଧିକ ପଢ଼ନ୍ତୁ : ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଖବର ; ୧୮ ତାରିଖ ସୁଦ୍ଧା ମିଳିବ ଟଙ୍କା

ଗଞ୍ଜାମରେ ମଣ୍ଡି ଖୋଲିଛି, ହେଲେ ଏଯାଏଁ ଅନେକ ଚାଷୀ ଟୋକନ୍ ପାଇନାହାନ୍ତି । ତେଣୁ ଖଳା ମୁଣ୍ଡରେ ଚାଷୀ ଧାନ ଗଦା କରି ରଖିଥିବା ସମୟରେ ନିଆଁ ମୁହଁରେ ଚାଲିଯାଇଛି ସର୍ବସ୍ୱ । ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇପାରିନି । ସେରଗଡ଼ ତହସିଲର କିଛି କର୍ମଚାରୀ ପହଞ୍ଚି କ୍ଷୟକ୍ଷତି ଆକଳନ କରିଛନ୍ତି ।

ଚାଷୀର ଏ ଦୁର୍ଦ୍ଦିନ ପାଇଁ ପ୍ରତ୍ୟେକ୍ଷ ଏବଂ ପରୋକ୍ଷରେ ଦାୟୀ ସରକାର ଆଉ ଆମ ବ୍ୟବସ୍ଥା । ଯଦି ଆଜି ଚାଷୀ ଟୋକନ୍‌ ପାଇଥାନ୍ତା, ତାହେଲେ ଧାନ ମଣ୍ଡିରେ ସୁରକ୍ଷିତ ଥାଆନ୍ତା । ବୋଧ ହୁଏ ଏମିତି ଦୁଃଖର ସାମନା କରିନଥାନ୍ତା । କି ଆଜି ସହାୟତାର ଭିକ ମାଗୁନଥାନ୍ତା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe