କନକ ବ୍ୟୁରୋ: ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଖବର । ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା । ଏନେଇ ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ତାଙ୍କ କହିବା ମୁତାବକ, ଏଯାବତ ସୁଭଦ୍ରା ଯୋଜନାରେ ମୋଟ ୪ ଲକ୍ଷ ୫୭ ହଜାର ୬୮୧ଜଣ ମହିଳା ସାମିଲ ହୋଇସାରିଛନ୍ତି । ତାଙ୍କ ଭିତରୁ ନୂଆକରି ୧ ଲକ୍ଷ ୭୮ ହଜାର ୩୯୮ ଜଣ ମହିଳାଙ୍କୁ ସାମିଲ କରାଯାଇଛି । ଯେଉଁମାନେ କି ପ୍ରଥମ ଥର ପାଇଁ ସୁଭଦ୍ରା କିସ୍ତି ପାଇବେ । ତେବେ ପ୍ରଥମ ଏବଂ ଦ୍ୱିତୀୟ କିସ୍ତିରୁ ବାଦ୍ ପଡ଼ିଥିବା ୨ ଲକ୍ଷ ୫୫ ହଜାର ୨୬୫ ଜଣଙ୍କୁ ଏଥର ସୁଭଦ୍ରା ଯୋଜନାରେ ସାମିଲ କରାଯାଇଛି । ସେମାନେ ଏଥର ଏକାବେଳକେ ଦୁଇଟି କିସ୍ତିର ଟଙ୍କା ପାଇବେ । ମିଳିଥିବା ସୂଚନା ଅନୁସାରେ, ଅଭିଯୋଗ ଶୁଣାଣି ପରେ ୨୪ ହଜାର ୧୮ ଜଣ ହିତାଧିକାରୀଙ୍କୁ ସୁଭଦ୍ରାରେ ସାମିଲ କରାଯାଇଥିବା ନେଇ ଉପ-ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
ଷ୍ଟୋରି ଅପଡେଟ୍ ହେଉଛି...
ଆହୁରି ପଢ଼ନ୍ତୁ : ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି ; ୧ ଲକ୍ଷ ବିଦେଶୀଙ୍କ ଭିସା ରଦ୍ଦ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2026/01/13/subhadra-2026-01-13-12-36-33.jpg)