କନକ ବ୍ୟୁରୋ : କେବେ ଟୋକନ୍ ତ’ କେବେ ଟାର୍ଗେଟ। ଚଳିତ ବର୍ଷ ଚାଷୀର ପିଛା ଛାଡ଼ୁନି ମଣ୍ଡି ସମସ୍ୟା। ରାୟଗଡ଼ା ପଦ୍ମପୁରରେ ଚାଷୀଙ୍କୁ ଘାରିଛି ଟୋକନ୍ ସମସ୍ୟା । ଆବଶ୍ୟକତା ଠାରୁ କମ ପରିମାଣର ଟୋକେନ ଚାଷୀଙ୍କୁ ମିଳିଥିବା ଅଭିଯୋଗ ହୋଇଛି। ଫଳରେ ଚାଷୀ ଧାନ ବିକ୍ରି କରିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଖୋଲା ଆକାଶ ତଳେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ । କେଉଁଠି ରାସ୍ତା କଡ଼ରେ ତ’ କେଉଁଠି ଖଳାରେ । ମଣ୍ଡିରେ ବିକି ଦୁଇ ପଇସା ରୋଜଗାର ଅପେକ୍ଷାରେ ଥିବା ଚାଷୀର ନିଦ ହଜାଇଛି ଟୋକନ ଅବ୍ୟବସ୍ଥା । ରାୟଗଡ଼ା ପଦ୍ମପୁରରେ ଚାଷୀଙ୍କ ଜମିର ପରିମାଣ ଓ ମୌଜା ସଠିକ ରହିଥିଲେ ସୁଦ୍ଧା ଅନେକ ଚାଷୀଙ୍କୁ ଟୋକନ୍ ମିଳିନଥିବା ଅଭିଯୋଗ ଆସିଛି । ସରକାର ଉତ୍ପାଦିତ ଧାନ ନ କିଣିଲେ ଆମେ କାହାକୁ ଧାନ ବିକ୍ରି କରିବୁ ? ବୋଲି ଚାଷୀ ପ୍ରଶ୍ନ କରିଛନ୍ତି ।
ଚଳିତ ବର୍ଷ ଗୁଣପୁରରେ ୧୭ ହଜାର ୯୧୨ ହେକ୍ଟର ଓ ପଦ୍ମପୁରରେ ୬ ହଜାର ୮୧୦ ହେକ୍ଟର ଜମିରେ ଧାନ ଚାଷ ହୋଇଛି । ଧାନ କିଣା ବିକା ପାଇଁ ବ୍ଲକର ୭ଟି ସ୍ଥାନରେ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ମଣ୍ଡି ବ୍ୟବସ୍ଥା କରାଯାଇଛି । ପଦ୍ମପୁରର ୩ ହଜାର ୮୮୩ ଜଣ ଚାଷୀ ମଣ୍ଡିରେ ଧାନ ବିକିବା ପଞ୍ଜୀକରଣ କରିଛନ୍ତି । ୪୩୦ ଜଣ ଚାଷୀ ବର୍ତ୍ତମାନ ସୁଦ୍ଧା ମଣ୍ଡିରେ ଧାନ ବିକ୍ରି କରିଥିବା କ୍ରୟକାରୀ ସଂସ୍ଥା ପକ୍ଷରୁ ସୂଚନା ମିଳିଛି । ପ୍ରଥମ ପର୍ଯ୍ୟାୟରେ ୭୯ ହଜାର ୯୯୦ କ୍ବିଣ୍ଟାଲ ଧାନ କ୍ରୟ କରିବା ପାଇଁ ପ୍ରଶାସନ ପକ୍ଷରୁ ଲକ୍ଷ୍ୟ ରଖାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୨ ହଜାର ୨୮୪ କ୍ବିଣ୍ଟାଲ କିଣିଛି କ୍ରୟକାରୀ ସଂସ୍ଥା । ଗତ ବର୍ଷ ତୁଳନାରେ କମ ପରିମାଣରେ ମିଲର୍ସ ଟ୍ୟାଗ୍ ହୋଇଥିବାରୁ ମଣ୍ଡିରେ ଧାନ କିଣା ସ୍ୱାଭାବିକ ହୋଇ ପାରୁନଥିବା ଅଭିଯୋଗ ହୋଇଛି । ମଣ୍ଡିରେ ଧାନ ବିକିବା ଚିନ୍ତା ଠୁ ଋଣ ପରିଶୋଧ କରିବା ଅଧିକ ଚିନ୍ତାଜନକ ହୋଇପଡ଼ିଛି । ପ୍ରଶାସନ ତୁରନ୍ତ ଚାଷୀଙ୍କ ସମସ୍ୟା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଇଛି ।
ଅଧିକ ପଢ଼ନ୍ତୁ---ଘାରିଛି କାଳରୋଗ କ୍ୟାନସର ; ଲୋକଙ୍କ ଦାନରେ ବଞ୍ଚିଛନ୍ତି ୪ ପ୍ରାଣୀ କୁଟୁମ୍ବ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2026/01/12/mandi-problem-2026-01-12-18-03-45.png)