କନକ ବ୍ୟୁରୋ;  ରାଜ୍ୟରେ ୫ ନୂଆ ମ୍ୟୁନିସିପାଲିଟି ଓ ୨୪ ନୂଆ ଏନ୍‌ଏସି ନେଇ ବିଜ୍ଞପ୍ତି ଜାରି । ୩ଟି ଜିଲ୍ଲାରେ ୫ଟି ପୌରାଞ୍ଚଳ ଓ ୧୪ ଜିଲ୍ଲାରେ ୨୪ଟି ବିଜ୍ଞାପିତ ଅଞ୍ଚଳ ପରିଷଦର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି । ପୌରାଞ୍ଚଳ ତାଲିକାରେ ରହିଛି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, କବିସୂର୍ଯ୍ୟନଗର ଓ ପୋଲସରା । ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଏବଂ ବୌଦ୍ଧ ଜିଲ୍ଲାର ବୌଦ୍ଧଗଡ଼ ମଧ୍ୟ ପାଲଟିବ ପୌରାଞ୍ଚଳ । ୧୪ ଜିଲ୍ଲାରେ ୨୪ଟି ନୂଆ ଏନ୍‌ଏସି ଗୁଡ଼ିକ ହେଲା, ଅନୁଗୁଳ ଜିଲ୍ଲାର ପାଲଲହଡ଼ା, ବାଲେଶ୍ୱରର ସିମୁଳିଆ, ବରଗଡ଼ର ସୋହେଲା, ଭଦ୍ରକର ତିହିଡ଼ି ଓ ଧୂଷୁରୀ ।

Advertisment

ଅଧିକ ପଢନ୍ତୁ: ମିଳୁନି ସୁବିଧା: ତାତିଲେ ଧର୍ମଗଡ଼ ଏନ୍‌ଏସି ବାସିନ୍ଦା

କଟକର ସାଲେପୁର, ବଡ଼ମ୍ବା, ନରସିଂହପୁର; ଢେଙ୍କାନାଳର ଗଁଦିଆ, ଗଞ୍ଜାମର ଜଗନ୍ନାଥପ୍ରସାଦ, ପାତ୍ରପୁର; କଳାହାଣ୍ଡିର ନର୍ଲା, ଜୟପାଟଣା । ସେହିପରି କୋରାପୁଟର ବୋରିଗୁମ୍ମା; ମୟୂରଭଞ୍ଜର ବେତନଟୀ, ବାଙ୍ଗିରିପୋଷି, ଚିତ୍ରଡ଼ା, କପ୍ତିପଦା, ରାସଗୋବିନ୍ଦପୁର; ରାୟଗଡ଼ାର ବିଷମକଟକ; ସମ୍ବଲପୁରର ବାମରା, ରେଙ୍ଗାଳି; ସୁବର୍ଣ୍ଣପୁରର ବୀରମହାରାଜପୁର ଓ ଖୋର୍ଦ୍ଧାର ଟାଙ୍ଗୀ ମଧ୍ୟ ନୂଆ ଏନ୍‌ଏସି ତାଲିକାରେ ରହିଛି । ପୂର୍ବରୁ ଏନେଇ ଚିଠା ତାଲିକା ପ୍ରକାଶ ପାଇଥିଲା । ସୋମବାର ବିଧିବଦ୍ଧ ଭାବେ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି ।