କନକ ବ୍ୟୁରୋ : ବିଭତ୍ସ ହତ୍ୟାକାଣ୍ଡକୁ ନେଇ ୨ ଦିନ ହେଲା ମାଲକାନଗିରିରେ ବ୍ୟାପକ ହିଂସାକାଣ୍ଡ । ଏମ୍ଭି-୨୬ ଗାଁରେ ଆଜି ପୁଣି ବ୍ୟାପକ ଭଙ୍ଗାରୁଜା ଓ ପୋଡ଼ାଜଳା କରିଛନ୍ତି ହଜାର ହଜାର ଅସ୍ତ୍ରଶସ୍ତ୍ରଧାରୀ ଲୋକ । ତା ପୁଣି ପୁଲିସ ଆଖି ଆଗରେ । ସ୍ଥିତି ଶାନ୍ତ କରିବାକୁ ବିଏନ୍ଏସ୍-୧୬୩ ଧାରା ଲାଗୁ ହେବା ସହ, ୨୪ ଘଣ୍ଟା ପାଇଁ ମାଲକାନଗିରି ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି । ସେପଟେ ମୃତ ମହିଳାଙ୍କ କଟାମୁଣ୍ଡ ଖୋଜା ଚାଲିଛି ଏବଂ ହତ୍ୟାକାଣ୍ଡରେ ସଂପୃକ୍ତି ସନ୍ଦେହରେ ପୁଲିସ ୨ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ।
ପଶିଲେ... ଭାଙ୍ଗିଲେ... ଜାଳିଲେ...। ମାଲକାନଗିରିରେ ଦାଉ ଦାଉ ଉତ୍ତେଜନାର ନିଆଁ । ପୁଣି ଜଳିଲା ଏମ୍ଭି-୨୬ ଗାଁ । ବୀଭତ୍ସ ହତ୍ୟାକାଣ୍ଡକୁ ନେଇ ପୁଣି ଉଗ୍ର ହେଲା ଭିଡ଼ । ସବୁକିଛି ଚାଲିଲା ପୁଲିସ ଉପସ୍ଥିତିରେ । ଏସ୍ପିଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଘଟିଲା । ଗତକାଲି ଅପରାହ୍ଣରେ ଘଣ୍ଟାଏ ଧରି ତୁମୁଳ କାଣ୍ଡ ପରେ, ଆଜି ପୁଣି ଦିନ ୧୨ଟାରୁ ଆରମ୍ଭ ହୋଇଥିଲା ଲଙ୍କାକାଣ୍ଡ । ରାଖାଲଗୁଡ଼ା ଓ ଆଖପାଖ ଗାଁର ହଜାର ହଜାର ଲୋକ ପାଂରପରିକ ଅସ୍ତ୍ରଶସ୍ତ୍ର ଧରି, ମେଳି ବାନ୍ଧି ଏମ୍ଭି-୨୬ ଗାଁକୁ ଘେରିଯାଇଥିଲେ ଓ ଭିତରକୁ ଧସେଇ ପଶିଆସିଥିଲେ । ଗାଁର ପ୍ରାୟ ସମସ୍ତ ଘରକୁ ଗୋଟି ଗୋଟି କରି ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଲେ ।
ଅଧିକ ପଢ଼ନ୍ତୁ : ମାଲକାନଗିରି ଏମ.ଭି ୨୬ ଗାଁରେ ୧୬୩ ଧାରା ଲାଗୁ, ବ୍ୟବଚ୍ଛେଦ ପରେ କୋରାପୁଟ ମେଡିକାଲରେ ରହିଛି ମୃତଦେହ
ଛିନଛତ୍ର ଘର, ପୋଡ଼ି ପାଉଁଶ ଧାନ ଚାଉଳ, ଆସବାବପତ୍ର । ବଙ୍ଗୀୟଭାଷୀ ରହୁଥିବା ଏମ୍ଭି ୨୬ ଗାଁରେ ୨ ଦିନର ହିଂସା ପରେ, ଶାନ୍ତି ଶୋଭାଯାତ୍ରା କରିବା ସହ ଜିଲ୍ଲାପାଳ ଓ ଡିଆଇଜିଙ୍କୁ ଭେଟିଛି ବଙ୍ଗୀୟ ସମାଜ । ସେପଟେ ଗାଁରେ ପହଞ୍ଚି ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ବିଭିନ୍ନ ଆଦିବାସୀ ନେତା । ବିଏନ୍ଏସ୍-୧୬୩ ଧାରା ଲାଗୁ ହେବା ସହ ଫ୍ଲାଗମାର୍ଚ୍ଚ ହୋଇଛି । ୨୪ ଘଣ୍ଟା ପାଇଁ ମାଲକାନଗିରି ଜିଲ୍ଲାରେ ଇଣ୍ଟରନେଟ୍ କଟକଣା ଲାଗିଛି । ରାଖାଲଗୁଡ଼ାର ମୃତ ମହିଳାଙ୍କ ହତ୍ୟାକାରୀ ଚିହ୍ନଟ ହେବା ସହ, ୨ ଜଣଙ୍କୁ ଅଟକ ରଖିଛି ପୁଲିସ । ହତ୍ୟାରେ ବ୍ୟବହୃତ ଅସ୍ତ୍ର ଓ ପଥର ବି ଜବତ ହୋଇଛି । ସେପଟେ କଟାମୁଣ୍ଡ ଖୋଜିବା ପାଇଁ ଓଡ୍ରାଫ ଟିମ୍ ପୋଟେରୁ ନଈରେ ତନାଘନା ଜାରି ରଖିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/08/malkangiri-violence-2025-12-08-20-52-14.jpg)