କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲା ରାଖାଲଗୁଡାର ମହିଳାଙ୍କୁ ନିର୍ମମ ହତ୍ୟା ଘଟଣା । ଗାଁରେ ପହଞ୍ଚିଲା ମୃତଦେହ । ଗତକାଲି ମୃତଦେହ ବ୍ୟବଚ୍ଛେଦ ପରେ ଆଜି ପରିବାର ଲୋକଙ୍କ ମୃତଦେହ ହସ୍ତାନ୍ତର କରାଯାଇଥିଲା । ଗାଁରେ ମୃତଦେହ ପହଞ୍ଚିବା ପରେ କଡ଼ା ସୁରକ୍ଷା ବଳୟରେ ଅନ୍ତିମ ସଂସ୍କାର ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଶାସନ ପକ୍ଷରୁ ମୃତ ମହିଳାଙ୍କ ପରିବାରକୁ ୩୦ହଜାର ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯାଇଛି । ମହିଳାଙ୍କୁ ନିର୍ମମ ହତ୍ୟା ପରେ ଏମଭି-୨୬ ଗାଁରେ ପୋଡ଼ାଜଳା, ଭଙ୍ଗାରୁଜା ହିଂସାକାଣ୍ଡ ପରେ ପୁଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି । ରାଖାଲଗୁଡ଼ା ଗାଁରେ ଦକ୍ଷିଣ ପଶ୍ଚିମାଂଚଳ ଡିଆଇଜି, ଜିଲ୍ଲାପାଳ, ଏସପି ଉପସ୍ଥିତ ଅଛନ୍ତି । ସେପଟେ ହିଂସାକାଣ୍ଡକୁ ନେଇ ଆଜି ଶାନ୍ତି କମିଟି ବୈଠକ ବସିବ ବୋଲି ମାଲକାନଗିରି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେପଟେ ହିଂସାକାଣ୍ଡରେ କ୍ଷୟକ୍ଷତିର ପରିମାଣ ଆକଳନ ଚାଲିଛି । ଉପଦ୍ରବୀଙ୍କୁ ରୋକିବାକୁ ସିସିଟିଭି ଲଗାଇଛ ପ୍ରଶାସନ ।
ଅଧିକ ପଢନ୍ତୁ: ମାଲକାନଗିରି ଏମ.ଭି ୨୬ ଗାଁରେ ୧୬୩ ଧାରା ଲାଗୁ, ବ୍ୟବଚ୍ଛେଦ ପରେ କୋରାପୁଟ ମେଡିକାଲରେ ରହିଛି ମୃତଦେହ
ବିଧାନସଭାରେ ମାଲକାନଗିରି ତାତି, ଶୂନ୍ୟକାଳରେ ମାଲକାନଗିରି ନିଆଁ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଲେ ବିରୋଧୀ । ଗୃହରେ ମାଲକାନାଗିରି ହିଂସା ପ୍ରସଙ୍ଗ ଉଠାଇ ସରକାର ଉପରେ ବର୍ଷିଛନ୍ତି ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । କହିଛନ୍ତି ଏବେ ମାଲକାନଗିରି ଜଳୁଛି, ଆଗକୁ ଆଉ ଏକ କନ୍ଧମାଳ ହେବାକୁ ଯାଉଛି । ଅନକେ ଘର ପୋଡ଼ି ଦିଆଗଲାଣି, ଜୀବନ ଗଲାଣି । ହେଲେ ଆମେ ଏଠି ବସି କାର୍ଯ୍ୟକ୍ରମ କରୁଛେ । ଲୋକ କଣ କହିବେ ବୋଲି ପ୍ରଶ୍ନ କରିଛନ୍ତି ରାଜା ସ୍ୱାଇଁ । ରାଜ୍ୟର ଗୋଟିଏ ଅଂଶ ଜଳୁଥିବା ବେଳେ ଆମେ ଏଠି ନିୟମ ତିଆରି କରୁଛେ ଏହା କେତେ ଠିକ୍ ବୋଲି ପ୍ରଶ୍ନ ଉଠାଇଛନ୍ତି ।
ମୁଖ୍ୟମନ୍ତ୍ରୀ ଗୃହକୁ ଆସୁ ନାହାନ୍ତି କି ଏହି ପ୍ରସଙ୍ଗରେ ମୁହଁ ଖୋଲୁନାହାନ୍ତି । ଯେମିତି ମଣିପୁର ଜଳୁଥିଲା, ସେମିତି ଏବେ ମାଲକାନଗିରି ଜଳୁଛି । ବେଙ୍ଗଲି କହୁଥିବା ଲୋକ ସମସ୍ତେ ବାଂଲାଦେଶୀ ନୁହଁନ୍ତି । କିନ୍ତୁ ରାଜ୍ୟରେ ସେଭଳି ବାତାବରଣ ତିଆରି କରାଯାଉଛି ବୋଲି ସରକାରଙ୍କୁ ଦୋଷ ଦେଇଛନ୍ତି ରାଜା ସ୍ୱାଇଁ । ଏଥିସହ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତ୍ତି ଦେବାକୁ ବାଚସ୍ପତି ନିର୍ଦ୍ଦେଶ ଦିଅନ୍ତୁ ଏବଂ ତୁରନ୍ତ ହାଉସ କମିଟି ଗଠନ କରି ମାଲକାନଗିରି ପଠାଯାଉ ବୋଲି ଦାବି କରିଛନ୍ତି ବିଜେଡି ବିଧାୟକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/12/09/malkangiri-2025-12-09-16-15-43.jpg)