କନକ ବ୍ୟୁରୋ : ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ଟିଠିପାଲି ଗ୍ରାମରେ ଗତ ୨୦୨୮ ରେ ଘଟିଥିବା ଏକ ହତ୍ୟା ଘଟଣାର ଶୁଣାଣି ହୋଇଛି । ମାମଲାର ବିଚାର କରି ଏଥିରେ ସଂପୃକ୍ତ ଥିବା ଅଭିଯୁକ୍ତ ବାପା-ପୁଅ ଙ୍କୁ ଦୋଷୀ ସାବ୍ୟସ୍ତ କରି ସେମାନଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଜିଲ୍ଲା ଦୌରା ଜଜ୍ । ଦୋଷୀ ବାପାପୁଅ ହେଲେ ଟିଠିପାଲି ଗ୍ରାମର ଦାମନ ରଣା ଓ ଗଜପତି ରଣା । ତାଙ୍କୁ ଆଜୀବନ କାରାଦଣ୍ଡାଦେଶ  ସହିତ ୧୦ ହଜାର ଟଙ୍କା ଜରିମାନା ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ୬ ମାସର କାରାଦଣ୍ଡାଦେଶ ଶୁଣାଇଥିବା ଜଣାପଡ଼ିଛି । 

Advertisment

ସୂଚନା ଅନୁଯାୟୀ ଏହି ଦୁଇଜଣ ଅଭିଯୁକ୍ତ ଜମି ବିବାଦକୁ କେନ୍ଦ୍ର କରି ଉକ୍ତ ଗ୍ରାମର ଚୈତନ୍ୟ ରଣାଙ୍କୁ ହତ୍ୟା କରିଥିଲେ । ପୁଲିସ ଘଟଣାର ତଦନ୍ତ କରି ଦୁଇଜଣଙ୍କୁ ଗିରଫ କରିଥିଲା । ସୁବର୍ଣ୍ଣପୁର ଜିଲ୍ଲା ଦୌରା ଜଜ୍‌ଙ୍କ ଅଦାଲତରେ ମାମଲା ବିଚାରଧୀନ ରହିଥିଲା । ତେବେ ସାତ ବର୍ଷ ପରେ ଆଜି ମାମଲାର ଶୁଣାଣି ହୋଇଛି । ସମସ୍ତ ସାକ୍ଷ୍ୟ ପ୍ରମାଣଙ୍କୁ ଭିତ୍ତି କରି ଦୁଇଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ଆଉ ଜଣେ ବ୍ୟକ୍ତି ସନ୍ତୋଷ ରଣାଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି । 
ଏନେଇ ମାମଲା ପରିଚାଳନା କରୁଥିବା ପବ୍ଲିକ ପ୍ରୋସିକ୍ୟୁଟର ମଧୁମିତା ଅମାତ୍ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଡେପୁଟି ଡାଇରେକ୍ଟର ଅଫ ପ୍ରୋସିକୁସନ୍ ବେଣୁଧର ପ୍ରଧାନଙ୍କ ତତ୍ତ୍ଵାବଧାନରେ ମଧୁମିତା ଆମାତ୍ୟା ମାମଲା ଲଢ଼ୁଥିଲେ ।

ଅଧିକ ପଢ଼ନ୍ତୁ--ଏସ୍ଆଇ ନିଯୁକ୍ତି ସ୍କାମ୍‌, ଓଡ଼ିଶାରୁ ବିହାର; ନୀତୀଶ ବିହାରୀ ଖୋଲିବ ବଡ଼ବଡ଼ିଆଙ୍କ ମୁଖା