କନକ ବ୍ୟୁରୋ : ଜଣେ କି ଦୁଇ ଜଣ ନୁହେଁ ୬୦୦ ଜଣ ପରିକ୍ଷାର୍ଥୀଙ୍କୁ ଚାକିରି କରାଇବାର ପରଲୋଭନ ଦେଖାଇ ଟଙ୍କା ଲୁଟ କରିଥିବା ଏହି ଦଲାଲ ଏବେ ଜେଲ ଯାଇଛି । ନାଁ- ବିରଞ୍ଚି ନାରାୟଣ ନାୟକ I ସିବିଆଇ ପଞ୍ଝାରେ ପଡିବା ପରେ, ୪ ଦିନିଆ ରିମାଣ୍ଡରେ ରଖି ଦିନ ରାତି ଘାଣ୍ଟିଛି ସିବିଆଇ I ରିମାଣ୍ଡ ବେଳେ ବିରଞ୍ଚି ସିବିଆଇକୁ କହିଛି - ଦିଘା ମୋଡ୍ୟୁଲ ସମ୍ଭାଳୁଥିବା ଏହି ଦଲାଲ ବିହାରରୁ ନୀତିଶ କୁମାର ନାମକ ଜଣେ ବ୍ୟକ୍ତିକୁ କୋଚିଂ, ଟ୍ରେନିଂ ଓ ପ୍ରଶ୍ନ ପତ୍ର ସମ୍ଭୋଧିତ କାର୍ଯ୍ୟ ପାଇଁ ଡାକିଥିଲା । ନୀତୀଶ ବାରମ୍ବାର ଓଡିଶା ଆସି ପରିକ୍ଷାଥୀଙ୍କୁ ଟ୍ରେନିଂ ଦେବା ସହ ଲକ୍ଷ ଲକ୍ଷ ଟଙ୍କା ଆଡ଼ଭାନ୍ସ ନେଇଥିଲା ।

Advertisment

ତେବେ ବିହାରରୁ ବନ୍ଧାହେବା ପରେ, ନୀତୀଶକୁ ଆସନ୍ତାକାଲି ଭୁବନେଶ୍ୱର ଆଣି ପଚରାଉଚରା କରିବ ସିବିଆଇ ଟିମ । ଆଜି ୪ ଦିନିଆ ରିମାଣ୍ଡ ଅବଦ୍ଧି ସରିବା ପରେ, ବିରଞ୍ଚିକୁ ସ୍ପେଶାଲ ସିଜେଏମ ସିବିଆଇ କୋର୍ଟରେ ହାଜର କରିଥିଲା ସିବିଆଇ । ଆସନ୍ତାକାଲି ବିରଞ୍ଚିର ଜାମିନ ଆବେଦନର ଶୁଣାଣି ଥିବା ବେଳେ, ଆଜି ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି ।

ଅଧିକ ପଢ଼ନ୍ତୁ : ସରିଲା ରିମାଣ୍ଡ, ଝାରପଡ଼ା ଜେଲ ଗଲା ଦଲାଲ ବିରଞ୍ଚି ନାୟକ

ସେପଟେ ଜଣ ଜଣ କରି ୧୭ ଜଣ ପରୀକ୍ଷାର୍ଥୀଙ୍କୁ ସିବିଆଇ କାର୍ଯ୍ୟାଳୟରେ ହାଜର ପାଇଁ ସମନ ଜାରି କରିଛି ସିବିଆଇ । ହାଜର ହୋଇଥିବା ପରୀକ୍ଷାର୍ଥୀ ମାନଙ୍କୁ ଦଲାଲ ବିରଞ୍ଚିର ମୁଖ୍ୟ ସହଯୋଗୀ ନିମାଇଁ ସାହୁ ଏବଂ ସ୍ପେସାଲ ସକ୍ୟୁରିଟି ବଟାଲିୟନର ଯବାନ ଅର୍ଜୁନ ନାୟକ ସହ ସାମ୍ନା ସାମ୍ନୀ ଜେରା କରୁଛି ସିବିଆଇ । ଦୁଇ ଜଣ ଏବେ ସିବିଆଇ ରିମାଣ୍ଡରେ ଥିବାରୁ ସେମାନଙ୍କ ଠାରୁ ତଥ୍ୟ, ପ୍ରମାଣ ହାସଲ ପାଇଁ ଝାଳବୁହା ଜେରା ଚାଲିଛି ।