ବଦଳିଲା ଫାସଟ୍ୟାଗ୍ ନିୟମ : କେୱାଇଭି କରିନଥିଲେ କାମ କରିବନି ଫାସଟ୍ୟାଗ୍

Advertisment

ଆପଣ ଯଦି ଗାଡ଼ି ଚଳାଉଛନ୍ତି ଆଉ ଟୋଲ ଗେଟରେ ଫାସଟ୍ୟାଗ୍ ବ୍ୟବହାର କରୁଛନ୍ତି ତା’ ହେଲେ ଏହି ଖବର ଆପଣଙ୍କ ଲାଗି ଜରୁରି । ଯଦି ଆପଣ ଗାଡ଼ିର Know Your Vehicle ବା କେୱାଇଭି ଭେରିଫିକେସନ କରାଇ ନାହାନ୍ତି ତେବେ ଆପଣଙ୍କ ଫାସଟ୍ୟାଗ୍ ଅଚଳ ହୋଇଯିବ

ଆପଣ ଯଦି ଗାଡ଼ି ଚଳାଉଛନ୍ତି ଆଉ ଟୋଲ ଗେଟରେ ଫାସଟ୍ୟାଗ୍ ବ୍ୟବହାର କରୁଛନ୍ତି ତା’ ହେଲେ ଏହି ଖବର ଆପଣଙ୍କ ଲାଗି ଜରୁରି । ଯଦି ଆପଣ ଗାଡ଼ିର Know Your Vehicle ବା କେୱାଇଭି ଭେରିଫିକେସନ କରାଇ ନାହାନ୍ତି ତେବେ ଆପଣଙ୍କ ଫାସଟ୍ୟାଗ୍ ଅଚଳ ହୋଇଯିବ

98

Photograph: (KANAKNEWS)

କନକ ବ୍ୟୁରୋ : ଆପଣ ଯଦି ଗାଡ଼ି ଚଳାଉଛନ୍ତି ଆଉ ଟୋଲ ଗେଟରେ ଫାସଟ୍ୟାଗ୍ ବ୍ୟବହାର କରୁଛନ୍ତି ତା’ ହେଲେ ଏହି ଖବର ଆପଣଙ୍କ ଲାଗି ଜରୁରି । ଯଦି ଆପଣ ଗାଡ଼ିର Know Your Vehicle ବା କେୱାଇଭି ଭେରିଫିକେସନ କରାଇ ନାହାନ୍ତି ତେବେ ଆପଣଙ୍କ ଫାସଟ୍ୟାଗ୍ ଅଚଳ ହୋଇଯିବ । ଅର୍ଥାତ ପୁଣି ନଗଦ ଟୋଲ ଟ୍ୟାକ୍ସ ମାନେ ଫାସଟ୍ୟାଗ୍ ଦୁଇଗୁଣା ଅଧିକ ଟଙ୍କା ଆପଣଙ୍କୁ ଦେବାକୁ ପଡିବ   । 

ସୁବର୍ଣ୍ଣପୁର ବୀରମହାରାଜପୁରରେ ଲଜ୍ଜା: ଯୁବତୀଙ୍କୁ ଟେକିନେଇ ଗଣଦୁଷ୍କର୍ମ ଅଭିଯୋଗ

ଅଧିକ ପଢନ୍ତୁ ..... 

ପୂର୍ବରୁ ଅନେକ ଗାଡ଼ି ଚାଳକ ଗୋଟିଏ ଫାସଟ୍ୟାଗକୁ ଅଲଗା ଅଲଗା ଗାଡ଼ି ପାଇଁ ଉପଯୋଗ କରୁଥିଲେ । ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଫାସଟ୍ୟାଗ୍ ପକେଟରେ ରଖି ଟୋଲ ପ୍ଲାଜା ପାର ହୋଇଯାଉଛନ୍ତି । ଯେଉଁଥି ପାଇଁ ସିଷ୍ଟମରେ ବିଭ୍ରାଟ ଉପୁଜୁଥିଲା   ।   

ଆଜିଠୁ ମିଶନ୍ ଅଲିଭ ରିଡ୍‌ଲେ : ୭ ମାସ ପାଇଁ ପାରାଦୀପ ସମୁଦ୍ର ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଲାଗିଲା କଟକଣା

ଅଧିକ ପଢନ୍ତୁ ..... 

ସେଥିପାଇଁ ଏନଏଚଏଆଇ ଏବେ କେୱାଇଭିକୁ ବାଧ୍ୟତାମୂଳକ କରିଛନ୍ତି । ଏହାର ଅର୍ଥ ହେଉଛି ପ୍ରତ୍ୟେକ ଫାସଟ୍ୟାଗ ସେହି ଗାଡ଼ି ସହିତ ଯୋଡି ହୋଇ ରହିବ ତାହା ଯେଉଁ ଗାଡ଼ି ପାଇଁ ହୋଇଛି ।  ଏଥିରୁ ଏହା ବି ସୁନିଶ୍ଟିତ ହୋଇ ପାରିବ ଯେ ଛୋଟ ଗାଡ଼ିରେ ଭାରୀ ଯାନ ପାଇଁ ହୋଇଥିବା ଫାସଟ୍ୟାଗ୍ ଯେପରି ଉପଯୋଗ ନ ହୁଏ । ଏଣୁ କେୱାଇଭି ପ୍ରକ୍ରିୟାକୁ ବେଶ ରଳ କରାଯାଇଛି   । 

ଏଥିପାଇଁ ଗାଡ଼ି ମାଲିକଙ୍କୁ ସେମାନଙ୍କ ଗାଡ଼ିର ରେଜିଷ୍ଟ୍ରେସନ ସାର୍ଟିଫିକେଟ୍ , ପରିଚୟ ପତ୍ର ଯଥା-- ଆଧାର, ପାନ୍ ଅଥବା ପାସପୋର୍ଟ)   ଓ  ନିଜର ସଦ୍ୟ ଉଠାଯାଇଥିବା ଫଟୋ ଅପଲୋଡ କରିବାକୁ ପଡିବ । ଏହି ଭେରିଫିକେସନ ଆପଣଙ୍କୁ ଯେଉଁଥିରେ ଫାସଟ୍ୟାଗ୍ ଦିଆଯାଇଥିଲା ସେହି ବ୍ୟାଙ୍କ ୱେବସାଇଟ୍ ଅଥବା ଆପ୍ ଜରିଆରେ ମଧ୍ୟ କରିପାରିବେ । 

ସରକାରଙ୍କ କହିବା କଥା ଏହାଦ୍ବାରା ଚୋରି ଅଥବା ବିକ୍ରି ହୋଇଥିବା ଗାଡିକୁ ଟ୍ରାକ୍ କରିବା ସହଜ ହେବ ।  ଶୃଙ୍ଖଳିତ ଟୋଲ ଆଦାୟ ହେବ ଓ ଡିଜିଟାଲ ଟୋଲ ସିଷ୍ଟମରେ ପାରଦର୍ଶିତା ବଢିବ  ।  ଏହି ଭେରିଫିକେସନ ସେ ପର୍ଯ୍ୟନ୍ତ ଭାଲିଡିଟି ରହିବ ଯେଉ ପର୍ଯ୍ୟନ୍ତ ଗାଡିର ମାଲିକାନା ନ ବଦଳିଛି  ।  ଗାଡ଼ି ଯଦି ବିକ୍ରି କରାଯାଏ ଅଥବା ନୂଆ ରେଜିଷ୍ଟ୍ରେସନ ହୁଏ ତେବେ ଗାଡ଼ି ମାଲିକଙ୍କୁ ନୂଆ କେୱାଇଭି କରିବା ଆବଶ୍ୟକ  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe