କନକ ବ୍ୟୁରୋ: ଯୁବତୀଙ୍କୁ ଟେକିନେଇ ଗଣଦୁଷ୍କର୍ମ ଅଭିଯୋଗ । ସୁବର୍ଣ୍ଣପୁର ବୀରମହାରାଜପୁର ଥାନା ଅଞ୍ଚଳରୁ ଏଭଳି ଏକ ଅଭିଯୋଗ ଆସିଛି । ଅଭିଯୋଗ ପରେ ପୁଲିସର ତଦନ୍ତ ଆରମ୍ଭ କରିଛି । ଦୁଇ ଜଣକୁ ଅଟକ ରଖି ପଚରା ଉଚରା କରୁଛି ପୁଲିସ । ଯୁବତୀ ଜଣଙ୍କ ଏକ ସୋରୁମ୍ରେ କାମ କରନ୍ତି ।
ଆଜିଠୁ ମିଶନ୍ ଅଲିଭ ରିଡ୍ଲେ : ୭ ମାସ ପାଇଁ ପାରାଦୀପ ସମୁଦ୍ର ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଲାଗିଲା କଟକଣା
କାମ ସାରି ଘରକୁ ଫେରୁଥିବା ବେଳେ ବାଟରେ ତିନି ଜଣ ଯୁବକ ଅଟକାଇଥିଲେ । ମୁହଁରେ ସ୍ପ୍ରେ କରି ଜୋର୍ ଜବରଦସ୍ତି ଟେକି ନେଇଥିଲେ। ନିକଟରେ ଥିବା ଆଇଟିଆଇ କଲେଜ ପଛପଟେ ଗଣ ଦୁଷ୍କର୍ମ କରି ଅଚେତ୍ ଅବସ୍ଥାରେ ଛାଡ଼ି ପଳାଇଥିବା ଅଭିଯୋଗ ହୋଇଛି । ଯୁବତୀ ଜଣକ ଚେତା ଆସିବା ପରେ ଘରକୁ ଯାଇ ସବୁକଥା କହିଥିବାବେଳେ ପରିବାର ଲୋକ ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୁଲିସ ତନାଘନା କରି ଦୁଇ ଜଣକୁ ପଚରା ଉଚରା କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/01/22-2025-11-01-11-00-17.jpg)