କନକ ବ୍ୟୁରୋ : ଆପଣ ଯଦି ଗାଡ଼ି ଚଳାଉଛନ୍ତି ଆଉ ଟୋଲ ଗେଟରେ ଫାସଟ୍ୟାଗ୍ ବ୍ୟବହାର କରୁଛନ୍ତି ତା’ ହେଲେ ଏହି ଖବର ଆପଣଙ୍କ ଲାଗି ଜରୁରି । ଯଦି ଆପଣ ଗାଡ଼ିର Know Your Vehicle ବା କେୱାଇଭି ଭେରିଫିକେସନ କରାଇ ନାହାନ୍ତି ତେବେ ଆପଣଙ୍କ ଫାସଟ୍ୟାଗ୍ ଅଚଳ ହୋଇଯିବ । ଅର୍ଥାତ ପୁଣି ନଗଦ ଟୋଲ ଟ୍ୟାକ୍ସ ମାନେ ଫାସଟ୍ୟାଗ୍ ଦୁଇଗୁଣା ଅଧିକ ଟଙ୍କା ଆପଣଙ୍କୁ ଦେବାକୁ ପଡିବ ।
ସୁବର୍ଣ୍ଣପୁର ବୀରମହାରାଜପୁରରେ ଲଜ୍ଜା: ଯୁବତୀଙ୍କୁ ଟେକିନେଇ ଗଣଦୁଷ୍କର୍ମ ଅଭିଯୋଗ
ଅଧିକ ପଢନ୍ତୁ .....
ପୂର୍ବରୁ ଅନେକ ଗାଡ଼ି ଚାଳକ ଗୋଟିଏ ଫାସଟ୍ୟାଗକୁ ଅଲଗା ଅଲଗା ଗାଡ଼ି ପାଇଁ ଉପଯୋଗ କରୁଥିଲେ । ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଫାସଟ୍ୟାଗ୍ ପକେଟରେ ରଖି ଟୋଲ ପ୍ଲାଜା ପାର ହୋଇଯାଉଛନ୍ତି । ଯେଉଁଥି ପାଇଁ ସିଷ୍ଟମରେ ବିଭ୍ରାଟ ଉପୁଜୁଥିଲା ।
ଆଜିଠୁ ମିଶନ୍ ଅଲିଭ ରିଡ୍ଲେ : ୭ ମାସ ପାଇଁ ପାରାଦୀପ ସମୁଦ୍ର ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଲାଗିଲା କଟକଣା
ଅଧିକ ପଢନ୍ତୁ .....
ସେଥିପାଇଁ ଏନଏଚଏଆଇ ଏବେ କେୱାଇଭିକୁ ବାଧ୍ୟତାମୂଳକ କରିଛନ୍ତି । ଏହାର ଅର୍ଥ ହେଉଛି ପ୍ରତ୍ୟେକ ଫାସଟ୍ୟାଗ ସେହି ଗାଡ଼ି ସହିତ ଯୋଡି ହୋଇ ରହିବ ତାହା ଯେଉଁ ଗାଡ଼ି ପାଇଁ ହୋଇଛି । ଏଥିରୁ ଏହା ବି ସୁନିଶ୍ଟିତ ହୋଇ ପାରିବ ଯେ ଛୋଟ ଗାଡ଼ିରେ ଭାରୀ ଯାନ ପାଇଁ ହୋଇଥିବା ଫାସଟ୍ୟାଗ୍ ଯେପରି ଉପଯୋଗ ନ ହୁଏ । ଏଣୁ କେୱାଇଭି ପ୍ରକ୍ରିୟାକୁ ବେଶ ରଳ କରାଯାଇଛି ।
ଏଥିପାଇଁ ଗାଡ଼ି ମାଲିକଙ୍କୁ ସେମାନଙ୍କ ଗାଡ଼ିର ରେଜିଷ୍ଟ୍ରେସନ ସାର୍ଟିଫିକେଟ୍ , ପରିଚୟ ପତ୍ର ଯଥା-- ଆଧାର, ପାନ୍ ଅଥବା ପାସପୋର୍ଟ) ଓ ନିଜର ସଦ୍ୟ ଉଠାଯାଇଥିବା ଫଟୋ ଅପଲୋଡ କରିବାକୁ ପଡିବ । ଏହି ଭେରିଫିକେସନ ଆପଣଙ୍କୁ ଯେଉଁଥିରେ ଫାସଟ୍ୟାଗ୍ ଦିଆଯାଇଥିଲା ସେହି ବ୍ୟାଙ୍କ ୱେବସାଇଟ୍ ଅଥବା ଆପ୍ ଜରିଆରେ ମଧ୍ୟ କରିପାରିବେ ।
ସରକାରଙ୍କ କହିବା କଥା ଏହାଦ୍ବାରା ଚୋରି ଅଥବା ବିକ୍ରି ହୋଇଥିବା ଗାଡିକୁ ଟ୍ରାକ୍ କରିବା ସହଜ ହେବ । ଶୃଙ୍ଖଳିତ ଟୋଲ ଆଦାୟ ହେବ ଓ ଡିଜିଟାଲ ଟୋଲ ସିଷ୍ଟମରେ ପାରଦର୍ଶିତା ବଢିବ । ଏହି ଭେରିଫିକେସନ ସେ ପର୍ଯ୍ୟନ୍ତ ଭାଲିଡିଟି ରହିବ ଯେଉ ପର୍ଯ୍ୟନ୍ତ ଗାଡିର ମାଲିକାନା ନ ବଦଳିଛି । ଗାଡ଼ି ଯଦି ବିକ୍ରି କରାଯାଏ ଅଥବା ନୂଆ ରେଜିଷ୍ଟ୍ରେସନ ହୁଏ ତେବେ ଗାଡ଼ି ମାଲିକଙ୍କୁ ନୂଆ କେୱାଇଭି କରିବା ଆବଶ୍ୟକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/01/98-2025-11-01-11-43-51.jpg)