Mandi Open Photograph: (KanakNews)
କନକ ବ୍ୟୁରୋ; ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡରେ ଖରିଫଋତୁ ଧାନ ସଂଗ୍ରହ ପାଇଁ ସପ୍ତାହେ ହେଲା ଖୋଲିଲାଣି ମଣ୍ଡି । ଉପଖଣ୍ଡରେ ମୋଟ୍ ୫୭ଟି ଧାନ ସଂଗ୍ରହ କେନ୍ଦ୍ର କରାଯାଇଥିବା ବେଳେ, ୫୧ଟି ସଂଗ୍ରହ କେନ୍ଦ୍ରରେ ସମବାୟ ସମିତି ଓ ୬ଟି କେନ୍ଦ୍ରରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଧାନ ସଂଗ୍ରହ କରୁଛନ୍ତି । ହେଲେ ଟୋକନ ଏବେ ସବୁଠୁ ବଡ଼ ସମସ୍ୟା ସାଜିଛି । ମଣ୍ଡି ଖୋଲିବା ଆଗଦିନ ରାତିରେ କିଛି ଚାଷୀଙ୍କ ଟୋକାନ ଆସିଥିଲା । ଏବେ ପ୍ରାୟ ୩ଟି ମଣ୍ଡି ସାରିଲାଣି କିନ୍ତୁ ଅଧିକାଂଶ ଚାଷୀଙ୍କ ଟୋକନ୍ ଆସିନଥିବା ଅଭିଯୋଗ ହୋଇଛି । ଟୋକନ ସମସ୍ୟା ନେଇ ଟୋଲ ଫ୍ରି ନମ୍ବରରେ ଫୋନ କଲେ କିଛି ସନ୍ତୋଷ ଜନକ ଉତ୍ତର ମଧ୍ୟ ମିଳୁନଥିବା ଚାଷୀ କହିଛନ୍ତି ।
ଅଧିକ ପଢନ୍ତୁ : ତୁଟୁନି ମଣ୍ଡି ସମସ୍ୟା ; ପଡ଼ିରହିଛି ୩୦ ହଜାର ଧାନ ବସ୍ତା
ବାଉରୀଗୋଡା ମଣ୍ଡିରେ ମା ସରସ୍ବତୀ ଏସ୍ଏଚ୍ଜି ଧାନ କିଣୁଛନ୍ତି । କିନ୍ତୁ ତାଙ୍କ ପାଖରେ ଧାନ କିଣା ସମ୍ପର୍କିତ କୌଣସି ତଥ୍ୟ ନାହିଁ । ରାସ୍ତା ଉପରେ ଧାନ ଗାଡି ଛିଡା ହୋଇ ସିଧା ମିଲକୁ ଯାଉଥିବା କହିଛନ୍ତି ଏସ୍ଏଚ୍ଜି ସଭାପତି । ନାଁ ଏଠି ମାନ ନିରୂପଣ କରାଯାଉଛି ନାଁ ଏଠି ଭିତ୍ତି ଭୂମିର ସୁବିଧା ଅଛି । ଅନ୍ୟପଟେ ସଭାପତି କହୁଛନ୍ତି ଚାଷୀ ଓ ମିଲରଙ୍କ ସହମତିରେ ଧାନ ଉଠୁଛି । ଏଠି ପ୍ରଶ୍ନ ଉଠୁଛି, ଯଦି ସହମତିରେ ଧାନ ମିଲ୍କୁ ଯାଉଛି, ତେବେ ଏସ୍ଏଚ୍ଜିର କାମ କ'ଣ? ମଣ୍ଡିରେ ଧାନ ବିକିପା ପାଇଁ ଟୋକନ୍ ଜରୁରୀ, ଋଣ ଶୁଝିବା ପାଇଁ ବିନା ଟୋକନ୍ରେ ଏବେ ଦଲାଲଙ୍କୁ ଶାଗ ମାଛ ଦରରେ ଧାନ ବିକିବା ପାଇଁ ପ୍ରସ୍ତୁତ ଚାଷୀ ।
Follow Us