କନକ ବ୍ୟୁରୋ : କେଉଁଠି ଟ୍ୟାଗ୍ ନାହିଁତ କେଉଁଠି ଟୋକନ୍ ସମସ୍ୟା, ଯାହାକୁ ନେଇ ଚାଷୀ ଅସନ୍ତୋଷ ଦେଖିବାକୁ ମିଳିଥିବା ବେଳେ ବରଗଡ଼ କଳାପାଣି ମଣ୍ଡିରେ ତାଲା ପକାଇ ପ୍ରତିବାଦ କରିଛନ୍ତି ଚାଷୀ । ତେବେ ଜିଲ୍ଲାର କଳାପାଣି ମଣ୍ଡିରେ ଏବେ ମଧ୍ୟ ୩୦ ହଜାରରୁ ଊର୍ଦ୍ଧ୍ବ ଧାନ ବସ୍ତା ପଡ଼ିରହିଛି । ଫଳରେ ଧାନ ବିକିବା ପାଇଁ ଦିନ ଦିନ ଧରି ଚାଷୀ ମଣ୍ଡିରେ ଜଗି ବସିଛି । ତେବେ ଚଳିତ ବର୍ଷ ଖରିଫ ଋତୁ ପାଇଁ ୨୩୦ ଗୋଟି ପ୍ୟାଡି ପ୍ରୋକ୍ୟୋରମେଣ୍ଟ ରହିଥିବା ବେଳେ ୧ ଲକ୍ଷ ୬୩ ହଜାର ୭୨୭ ଜଣ ଚାଷୀ ପଞ୍ଜିକରଣ ହୋଇଛନ୍ତି  l 

Advertisment

ଜିଲ୍ଲାର ୧୧୯ ଜଣ ମିଲର୍ସ ଚଳିତ ବର୍ଷ ଧାନ କିଣାବିକା ସାମିଲ ଅଛନ୍ତି l କିନ୍ତୁ ଠିକ୍ ଭାବରେ ମଣ୍ଡିକୁ ଟେକ୍‌ ନ ମିଳିବାରୁ ବାଧ୍ୟ ହୋଇ କିଣା ବିକାରେ ଅଚଳା ଅବସ୍ଥା ଲାଗିରହିଛି l ତେବେ ଜିଲ୍ଲାରେ କଳାପାଣି ମଣ୍ଡି ସହିତ ଜିଲ୍ଲାର ବିଭିନ୍ନ ମଣ୍ଡି ରେ ଏମିତି ସମାନ ଅବସ୍ଥା ଦେଖିବାକୁ ମିଳିଛି  l ତେବେ ଯେ ପର୍ଯ୍ୟନ୍ତ ଠିକ ଭାବରେ ଧାନ କିଣାବିକାରେ ସୁଧାର ନ ହୋଇଛି, ସେ ପର୍ଯ୍ୟନ୍ତ ଏମିତି ତାଲା ଝୁଲି ରହିବ ବୋଲି ଦେଇଛନ୍ତି ଚେତାବନୀ । ତେବେ କେମିତି ରହିଛି ମଣ୍ଡି ଅଚଳ ଅବସ୍ଥା ସେନେଇ ଆମ ପ୍ରତିନିଧି ଚାଷୀଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ।

ଅଧିକ ପଢ଼ନ୍ତୁ--ମଣ୍ଡି ଖୋଲିଲେ ବି ହୋଇପାରୁନି ଧାନ ବିକ୍ରି;ଟୋକନ୍‌ ଓ ଟାର୍ଗେଟ୍‌ ଫାଶରେ ଚାଷୀ