ଅମଳ ଆଗରୁ ଉଜୁଡ଼ିଗଲା ଫସଲ; ଭାଙ୍ଗିଗଲା ଚାଷୀର ସ୍ବପ୍ନ

ଅଜଣା ରୋଗ ଗ୍ରାସି କଳା ପଡ଼ିଗଲାଣି ଧାନ କେଣ୍ଡା । ଫଳରେ ନଷ୍ଟ ହୋଇଯାଇଛି ଏକର ଏକର ଫସଲ । କୃଷି ବିଭାଗ କହୁଛି, ନେକ୍‌ ବ୍ଲାଷ୍ଚ୍‌ ରୋଗ ପୋକ ପାଇଁ ନଷ୍ଟ ହୋଇଛି ଫସଲ ।

Farmer

Farmer Photograph: (kanak news)

କନକ ବ୍ୟୁରୋ : ଧାନ ଅମଳ ବେଳକୁ ଚାଷୀ ମୁଣ୍ଡରେ ଚିନ୍ତା । ଅଜଣା ରୋଗ ଗ୍ରାସି କଳା ପଡ଼ିଗଲାଣି ଧାନ କେଣ୍ଡା । ଫଳରେ ନଷ୍ଟ ହୋଇଯାଇଛି ଏକର ଏକର ଫସଲ । କୃଷି ବିଭାଗ କହୁଛି, ନେକ୍‌ ବ୍ଲାଷ୍ଚ୍‌ ରୋଗ ପୋକ ପାଇଁ ନଷ୍ଟ ହୋଇଛି ଫସଲ । 

ଆଉ ଦିନ କେଇଟାରେ ଅମଳ ହୋଇଥାନ୍ତା ଫସଲ । ଚାଷୀର ସ୍ବପ୍ନକୁ ଚୁରମାର କରିଦେଲା ଅଜଣା ରୋଗ ପୋକ । ସୁନ୍ଦରଗଡ ଜିଲ୍ଲା ବାଲିଶଙ୍କରା ବ୍ଲକ ତେଲିଯୋର ଗାଁର ଏକର ଏକର ଧାନ କ୍ଷେତ ଏବେ ଅଜଣା ରୋଗ ପୋକ କବଜାରେ । ଧାନ କେଣ୍ଡା ସବୁ କଳା ହୋଇ ଫସଲ ନଷ୍ଟ ହୋଇଯାଇଛି । ବାରମ୍ବାର କୃଷି ବିଭାଗକୁ ଏନେଇ ଜଣାଯାଇଛି । ହେଲେ ଏବେ ସୁଦ୍ଧା ବିଭାଗ ଘଟଣାସ୍ଥଳକୁ ଯାଇନି କି ଅନୁଧ୍ୟାନ କରିନି ସ୍ଥିତି । 

ଅଧିକ ପଢ଼ନ୍ତୁ--ଦିନ ୧୨ଟା ବାଜିଲାଣି, ଏହି ଜାଗାରେ ପଡ଼ିନି ଗୋଟିଏ ବି ଭୋଟ୍ ; ଜାଣନ୍ତୁ, କାରଣ...

ଚାଷୀଙ୍କ ମତରେ ଜଳବାୟୁ ପରିବର୍ତ୍ତନ ପାଇଁ ଧାନରେ ନୂଆ ରୋଗ ପୋକ ଲାଗିଛି । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କହୁଛନ୍ତି, ନେକ୍‌ ବ୍ଲାଷ୍ଟ ରୋଗ ପାଇଁ ଫସଲ ନଷ୍ଟ ହୋଇଛି । ଖୁବଶୀଘ୍ର କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦିଆଯିବ । ଋଣ, ହାତ ଉଧାରି କରି ଚାଷ କରିଥିବା ଚାଷୀ ଏବେ କ’ଣ କରିବ ତାକୁ ନେଇ ଚିନ୍ତାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe