କନକ ବ୍ୟୁରୋ : ଜୀବନ ନେଉଛି ବାରୁଦ ବିସ୍ଫୋରଣ । ଲୁଚାଛପାରେ ପୁଲିସ ନାକ ତଳେ ଚାଲିଛି ବେଆଇନ ବାଣ ତିଆରି । ଯାହା ଅନେକ ସମୟରେ କାଳ ସାଜୁଛି । ରାଜଧାନୀ ଭୁବନେଶ୍ବର ଏବଂ ଏହାର ଉପକଣ୍ଠରେ ଦୁଇ ଦିନରେ ସାମ୍ନାକୁ ଆସିଲାଣି ଦୁଇଟି ଘଟଣା । ଯାହାକୁ ନେଇ ପୁଲିସର ପାରିବା ପଣିଆ ଉପରେ ଉଠିଛି ପ୍ରଶ୍ନ ।

Advertisment

ଅଧିକ ପଢ଼ନ୍ତୁ : ବେଆଇନ ବାଣ କାରଖାନାରେ ବିସ୍ଫୋରଣ : ଜଣେ ମୃତ, ୩ ଆହତ

ଦୁଇଟି ସ୍ଥାନରେ ବେଆଇନ ଭାବେ ଚାଲିଥିଲା ବାଣ ପ୍ରସ୍ତୁତି । ଆଉ ଦୁଇଟି ସ୍ଥାନରେ ହିଁ ବିସ୍ଫୋରଣ ପରେ ଏ ଘଟଣା ସାମ୍ନାକୁ ଆସିଛି । ଗତକାଲି ଭୁବନେଶ୍ବର ସୁନ୍ଦରପଦା ଆଜାଦ ନଗରରେ ଏବଂ ଆଜି ରାଜଧାନୀ ଉପକଣ୍ଠ ବାଲିପାଟଣା ନରିଶୋରେ । ସୁନ୍ଦରପଦାରେ ବିସ୍ଫୋରଣରେ ଦୁଇ ଯୁବକଙ୍କ ସହ ୪ଜଣ ଆହତ ହୋଇଥିବା ବେଳେ ନରିଶୋରେ ବିସ୍ଫୋରଣରେ ଜଣଙ୍କ ଜୀବନ ଯାଇଛି, ୩ ଜଣ ଗୁରୁତର ଆହତ ହୋଇଛନ୍ତି। 

 ମଙ୍ଗଳବାର ରାତିରେ ନରିଶୋରେ ଥିବା ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଶବ୍ଦ ଏତେ ତୀବ୍ର ଥିଲା ଯେ ମାଇଲ ମାଇଲ ପର୍ଯ୍ୟନ୍ତ  ଶୁଭିଥିଲା । ପରେ ସ୍ଥାନୀୟ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଆୟତ୍ତ କରିଥିଲେ । ଏପଟେ ସୁନ୍ଦରପଦା ବିସ୍ପୋରଣ ଘଟଣାରେ ଏନଆଇଏ ଟିମ୍ କ୍ରାଇମ୍ ସ୍ପଷ୍ଟରେ ଛାନଭିନ୍‌ କରିଛି। ବିସ୍ପୋରଣର କାରଣ ବାବଦରେ ଯାଞ୍ଚ କରିଛି ଏନଆଇଏ ଟିମ୍। କମିସନରେଟ ପୁଲିସ ଘଟଣାର ଖୋଳତାଡ଼ ଚଳାଇଛି।

ଅଧିକ ପଢ଼ନ୍ତୁ : ବାଣ ଭିଡ଼ିବା ବେଳେ ବଡ଼ ଅଘଟଣ: ବିସ୍ଫୋରଣରେ ବାଣ ଭିଡୁଥିବା ବ୍ୟକ୍ତିଙ୍କ ମୃତ୍ୟୁ, ଜଳିଗଲା ତିନି ବଖରା ଘର

 ପ୍ରଶ୍ନ ଉଠୁଛି କେବଳ ବିସ୍ଫୋରଣ ପରେ ହିଁ କ’ଣ ସଜାଗ ହେଉଛି ପୁଲିସ? ପୂର୍ବରୁ କାହିଁକି ହେଉନି ଚଢ଼ାଉ? ଆଉ କେତେ ସ୍ଥାନରେ ଚାଲିଛି ବେଆଇନ ବାଣ ପ୍ରସ୍ତୁତି? ଆଉ କେତେ ଜୀବନ ଗଲେ ଚେତିବ ପ୍ରଶାସନ ?