କନକ ବ୍ୟୁରୋ : ବେଆଇନ ବାଣ କାରଖାନାରେ ବିସ୍ଫୋରଣ । ୩ ଆହତ, ଜଣେ ମୃତ । ମଙ୍ଗଳବାର ରାତିରେ ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଥାନା ନରିଶୋରେ ଭୟଙ୍କର ବାଣ ବିସ୍ଫୋରଣ ଘଟିଛି । ଏଥିରେ ବାଣ କାରଖାନା ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଥିବା ବେଳେ ଏଠାରେ କାମ କରୁଥିବା ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଅଭିନା କାଣ୍ଡିଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଥିବା ବେଳେ ମୁନା ଭୋଇ, ପ୍ରମୋଦ ସାହୁ ଏବଂ ରମେଶ ତିଆଡି ଗୁରୁତର ହୋଇଛନ୍ତି । ସ୍ଥାନୀୟ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ନିଆଳି ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି । ରାତି ପ୍ରାୟ ସାଢ଼େ ୧୦ଟାରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଶବ୍ଦ ଏତେ ଭୟଙ୍କର ଥିଲା ଯେ ମାଇଲ ମାଇଲ ଦୂର ପର୍ଯ୍ୟନ୍ତ ଶବ୍ଦ ଶୁଭିଥିଲା । ଗୁରୁତରଙ୍କୁ ନିଆଳି ହସ୍ପିଟାଲରେ ଭତ୍ତି କରାଯାଇଥିଲା।
ବେଆଇନ ବାଣ କାରଖାନାରେ ବିସ୍ଫୋରଣ : ଜଣେ ମୃତ, ୩ ଆହତ
ମଙ୍ଗଳବାର ରାତିରେ ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଥାନା ନରିଶୋରେ ଭୟଙ୍କର ବାଣ ବିସ୍ଫୋରଣ ଘଟିଛି । ଏଥିରେ ବାଣ କାରଖାନା ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଥିବା ବେଳେ ଏଠାରେ କାମ କରୁଥିବା ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି ।
/kanak/media/media_files/2026/01/28/bomb-2026-01-28-07-58-22.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)