ସରକାର ଓ ମିଲର୍ସ କଳି ତୁଟିବା ପରେ ବି ସ୍ୱାଭାବିକ ହେଉନି ମଣ୍ଡି, କଟନି ଛଟନି ଓ ଟୋକନ ସମସ୍ୟାକୁ ନେଇ ଘାଣ୍ଟି ହେଉଛନ୍ତି ଚାଷୀ

Advertisment

ବାଲେଶ୍ବର ନୀଳଗିରିରେ ଏପର୍ଯ୍ୟନ୍ତ  ମଣ୍ଡି ଖୋଲିନି। ବର୍ଷ ଯାକ ପରିଶ୍ରମ କରି ଧାନ ଅମଳ କରିବା ପରେ ଏବେ ବିକ୍ରି ପାଇଁ ଧାରଣା ଦେଇଛନ୍ତି। ୧୯ ନମ୍ବର ରାଜ୍ୟ ରାଜପଥରେ ଧାନବସ୍ଥା ରଖି ମଣ୍ଡି ଖୋଲିବା ପାଇଁ ଦାବି କରିଛନ୍ତି । ଏବେ ପ୍ରଶ୍ନ ଉଠୁଛି, ମଣ୍ଡି ସ୍ବାଭାବିକ ଭାବେ ଚାଲୁଛି ବୋଲି ସରକାର କହୁଥିଲେ ବି ଏତେ ଅବ୍ୟବସ୍ଥା କାହିଁକି? କାହିଁକି ଏ ପର୍ଯ୍ୟନ୍ତ ସବୁଠି ଖୋଲିନି ମଣ୍ଡି? 

farmer

କନକ ବ୍ୟୁରୋ : ମିଲର୍ସ ଓ ସରକାରଙ୍କ କଳି ତୁଟିଥିଲେ ବି ରାଜ୍ୟର ବିଭିନ୍ନ ମଣ୍ଡିରେ ଲାଗି ରହିଛି ଅଚଳାବସ୍ଥା । ଅମଳ ଧାନ ବିକିବାକୁ ଶୀତ କାକରରେ ଜଗି ବସିଛନ୍ତି ଚାଷୀ । ଆଉ କେତେକେ ସ୍ଥାନରେ ମଣ୍ଡି ନଖୋଲିବାକୁ ନେଇ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏମଏସପି ବୃଦ୍ଧି ପରେ ଆଶା ଥିଲା ଚାଷୀଙ୍କ ଦୁଃଖ ଯିବ। ଭଲ ଦାମରେ ଧାନ ବିକିବ। କିନ୍ତୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଏହି ଚିତ୍ର କିନ୍ତୁ ସମସ୍ତଙ୍କୁ ବ୍ୟଥିତ କରିଛି ।  ଲାଗି ରହିଛି ମଣ୍ଡି ଅବ୍ୟବସ୍ଥା। ମିଲର୍ସ ଓ ସରକାରଙ୍କ କଳି ତୁଟିବା ପରେ ବି ସ୍ବାଭାବିକ ହୋଇପାରୁନି ଧାନ ଉଠାଣ। ଗଞ୍ଜାମ ବେଲଗୁଣ୍ଠା ବ୍ଲକରେ ମଣ୍ଡିରୁ ଉଠୁନି ଧାନ। ବସ୍ତା ବସ୍ତା ଧାନ ରଖି ଶୀତ କାକରରେ ଜଗି ରହିଛି ଚାଷୀ। ମିଲରମାନେ ସରକାରଙ୍କ ନିର୍ଦ୍ଦେଶକୁ ମାନୁନଥିବା ଦେଖିବାକୁ ମିଳିଛି। ପ୍ରତିବାଦରେ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । 

ଅଧିକ ପଢ଼ନ୍ତୁ :  କୋରାପୁଟରେ ନାହିଁ ମକା ମଣ୍ଡି ; ହତାଶ ହେଉଛି ଚାଷୀ

 ଧରାକୋଟ ବ୍ଲକ ଚାଷୀ ଆଣିଛନ୍ତି ଆହୁରି ସାଂଘାତିକ ଅଭିଯୋଗ। ଚାଷୀଙ୍କ ଧାନର ଓଜନ କି ଯାଂଚ ନକରି ସିଧା ମିଲକୁ ପଠାଇ ଦିଆଯାଉଛି। ଯାହାଫଳରେ ମିଲଲ କୁଇଣ୍ଟାଲ ପିଛା ଅଧିକ ପାଂଚ କିଲୋ ଧାନ ନେଉଥିବା ଅଭିଯୋଗ କରିଛନ୍ତି ଚାଷୀ। ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ କଟନୀ ଛଟନି ସାଂଗକୁ ଟୋକନ ସମସ୍ୟାରେ ଛନ୍ଦି ହୋଇଛନ୍ତି ଚାଷୀ। ଧାନ ବିକ୍ରି ପରେ ବି ଟଙ୍କା ତୁରନ୍ତ ପ୍ରଦାନ କରାଯାଉନଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ଚାଷୀ ସଂଗଠନ । 

ଅଧିକ ପଢ଼ନ୍ତୁ :  ମଣ୍ଡିରେ ସରକାରୀ ନିୟମକୁ ଫୁ’! ଶୋଷଣର ଶିକାର ହେଉଛନ୍ତି ଚାଷୀ!

ବାଲେଶ୍ବର ନୀଳଗିରିରେ ଏପର୍ଯ୍ୟନ୍ତ  ମଣ୍ଡି ଖୋଲିନି। ବର୍ଷ ଯାକ ପରିଶ୍ରମ କରି ଧାନ ଅମଳ କରିବା ପରେ ଏବେ ବିକ୍ରି ପାଇଁ ଧାରଣା ଦେଇଛନ୍ତି। ୧୯ ନମ୍ବର ରାଜ୍ୟ ରାଜପଥରେ ଧାନବସ୍ଥା ରଖି ମଣ୍ଡି ଖୋଲିବା ପାଇଁ ଦାବି କରିଛନ୍ତି । ଏବେ ପ୍ରଶ୍ନ ଉଠୁଛି, ମଣ୍ଡି ସ୍ବାଭାବିକ ଭାବେ ଚାଲୁଛି ବୋଲି ସରକାର କହୁଥିଲେ ବି ଏତେ ଅବ୍ୟବସ୍ଥା କାହିଁକି? କାହିଁକି ଏ ପର୍ଯ୍ୟନ୍ତ ସବୁଠି ଖୋଲିନି ମଣ୍ଡି? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe