କନକ ବ୍ୟୁରୋ : କୋରାପୁଟ ଜିଲ୍ଲାରେ ନାହିଁ ମକା ମଣ୍ଡି । ଏଥିଯୋଗୁ କମ୍ ଦରରେ ବିକି କେଜି ପିଛା ପାଞ୍ଚ ଟଙ୍କା କ୍ଷତି ସହିଛନ୍ତି ମକା ଚାଷୀ । ଏଭଳି ଭଳି ଅଭିଯୋଗ କରିଛନ୍ତି କୋରାପୁଟ ଜିଲ୍ଲା ମହାଦେଇପୁଟ ବ୍ଳକ୍ର ସାତ ଟି ପଞ୍ଚାୟତର ଚାଷୀମାନେ । ତୁରନ୍ତ ଜିଲ୍ଲାରେ ମକାମଣ୍ଡି ଖୋଲିବାକୁ ସେମାନେ ଦାବି କରିଛନ୍ତି । ଖୋଲା ଆକାଶ ତଳେ ମକା ମଞ୍ଜି ପଡ଼ିରହିଛି । ପାଖରେ ଜରିପାଲ ଟାଣି ବସି ରହିଛି ଚାଷୀ । ଏ ଖବର କୋରାପୁଟର... ଜୟପୁର, କୁନ୍ଦୁରା, ବୈପାରୀଗୁଡ଼ା, ସିମିଳିଗୁଡ଼ା, ନନ୍ଦପୁର, ଲମତାପୁଟ, ଦଶମନ୍ତପୁର ବ୍ଲକରେ ଅଧିକ ମକା ଚାଷ ହୋଇଥାଏ । କିନ୍ତୁ ଜିଲ୍ଲାରେ ମକା ମଣ୍ଡି ନାହିଁ । ସରକାରଙ୍କ ପକ୍ଷରୁ ମକା କିଣିବାକୁ ବି କୌଣସି ବ୍ୟବସ୍ଥା ନାହିଁ । ଫଳରେ ଚାଷୀ ହାଡ଼ଭଙ୍ଗା ଶୀତରେ ନିଜ ଫସଲକୁ ଜଗି ବସୁଛି । ଏପରିକି ମହାଦେଇପୁଟ ବ୍ଳକର ୭ଟି ପଞ୍ଚାୟତର ଚାଷୀ ଅଳ୍ପ ଦରରେ ମକା ବିକି କେଜି ପିଛି ୫ ଟଙ୍କା କ୍ଷତି ସହିଥିବା ଅଭିଯୋଗ କରିଛନ୍ତି ।
ବନ୍ଧୁଗାଁରେ ୬୫୦ ହେକ୍ଟର, ବୈପାରୀଗୁଡ଼ା ୪୨୬ ହେକ୍ଟର, ବୋରିଗୁମ୍ମା ୨୭୪ ହେକ୍ଟର, କୋଟପାଡ଼ ୮୪୩ ହେକ୍ଟର, କୁନ୍ଦ୍ରା ୧୧୫୦ ହେକ୍ଟର ଜମିରେ ମକା ଚାଷ ହୋଇଛି । ଗତ ବର୍ଷ ତୁଳନାରେ ଚାଷ ବଢ଼ିଛି । କ୍ବିଣ୍ଟାଲ୍ ପିଛା ମକାର ସରକାରୀ ଦର ୨୪ ଶହ ଟଙ୍କା ରହିଥିବା କହୁଛନ୍ତି ଜିଲ୍ଲା କୃଷି ଅଧିକାରୀ । ହେଲେ କିନ୍ତୁ ଅଞ୍ଚଳରେ ବିକ୍ରିର ସୁବିଧା ନଥିବାରୁ ପଡ଼ୋଶୀ ଆନ୍ଧ୍ର ଓ ଛତିଶଗଡ଼ ଦଲାଲଙ୍କୁ ୧୬ଶହ ଟଙ୍କାରେ ବିକ୍ରି କରି କ୍ଷତି ସହୁଛନ୍ତି ! ଧାର ଖରଜ କରି ଚାଷ କରିଥିବା ଚାଷୀ ଏବେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଅଭିଯୋଗ ପରେ ବି ସୁଫଳ ମିଳୁନି । ଚାଷୀଙ୍କ ସ୍ବାର୍ଥକୁ ଗୁରୁତ୍ବ ଦେଇ ଜିଲ୍ଲାରେ ମକାମଣ୍ଡି ଖୋଲିବା ଦିଗରେ ବ୍ୟବସ୍ଥା କରିବାକୁ ଚାଷୀ ମାନେ ଦାବି କରିଛନ୍ତି ।
ଅଧିକ ପଢ଼ନ୍ତୁ---ମଣ୍ଡିରେ ସରକାରୀ ନିୟମକୁ ଫୁ’! ଶୋଷଣର ଶିକାର ହେଉଛନ୍ତି ଚାଷୀ!
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2026/01/09/farmer-2026-01-09-18-04-58.jpg)