ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନରେ ଭାବବିହ୍ୱଳ ହେଲେ ଝିଅ ଈଷା ଦେଓଲ: ବାପାଙ୍କ ଦେହାନ୍ତ ପରେ ପ୍ରଥମ ଥର କଲେ ହୃଦୟସ୍ପର୍ଶୀ  ପୋଷ୍ଟ

Advertisment

"ତୁମେ ସବୁବେଳେ ମୋ ହୃଦୟରେ ରହିବ ପାପା..." ଈଷାଙ୍କ ପୋଷ୍ଟ କଲା ଭାବବିହ୍ୱଳ ।

"ତୁମେ ସବୁବେଳେ ମୋ ହୃଦୟରେ ରହିବ ପାପା..." ଈଷାଙ୍କ ପୋଷ୍ଟ କଲା ଭାବବିହ୍ୱଳ ।

Dharmendra

Dharmendra Photograph: (Google)

କନକ ବ୍ୟୁରୋ:  ବଲିଉଡର କିମ୍ବଦନ୍ତୀ ଅଭିନେତା ତଥା 'ହି-ମ୍ୟାନ୍' ଭାବରେ ପରିଚିତ ଧର୍ମେନ୍ଦ୍ରଙ୍କ ଆଜି ୯୦ତମ ଜନ୍ମଦିନ । କିନ୍ତୁ ବିଡମ୍ବନାର ବିଷୟ ଯେ, ନିଜର ୯୦ତମ ଜନ୍ମଦିନ ପାଳନ କରିବାର ମାତ୍ର କିଛି ଦିନ ପୂର୍ବରୁ ଅର୍ଥାତ୍ ଗତ ନଭେମ୍ବର ୨୪ ତାରିଖରେ ସେ ଏହି ଦୁନିଆରୁ ବିଦାୟ ନେଇଥିଲେ । ଆଜି ତାଙ୍କ ଜନ୍ମଦିନ ଅବସରରେ ପୁରା ବଲିଉଡ୍ ଏବଂ ତାଙ୍କ ପରିବାର ତାଙ୍କୁ ଝୁରୁଛନ୍ତି । ବିଶେଷକରି ତାଙ୍କ ଝିଅ ଈଷା ଦେଓଲ ବାପାଙ୍କୁ ମନେ ପକାଇ ଖୁବ୍ ଭାବବିହ୍ୱଳ ହୋଇପଡିଛନ୍ତି । ବାପାଙ୍କ ଦେହାନ୍ତ ପରେ ପ୍ରଥମ ଥର ପାଇଁ ଈଷା ସୋସିଆଲ ମିଡିଆରେ ଏକ ଲମ୍ବା ଏବଂ ହୃଦୟସ୍ପର୍ଶୀ ନୋଟ୍ ଲେଖି ନିଜର ମନର କୋହକୁ ବ୍ୟକ୍ତ କରିଛନ୍ତି ।

 
"ତୁମେ ସବୁବେଳେ ମୋ ହୃଦୟରେ ରହିବ ପାପା..."
ଈଷା ଦେଓଲ ନିଜ ଇନଷ୍ଟାଗ୍ରାମରେ ବାପା ଧର୍ମେନ୍ଦ୍ରଙ୍କ ସହ କିଛି ପୁରୁଣା ଏବଂ ସ୍ମରଣୀୟ ଫଟୋ ସେୟାର କରିଛନ୍ତି। ଏହି ଫଟୋଗୁଡ଼ିକ ସହିତ ସେ ଯେଉଁ କ୍ୟାପସନ୍ ଲେଖିଛନ୍ତି, ତାହା ପଢିଲେ ଯେକେହି ବି ଭାବପ୍ରବଣ ହୋଇଯିବେ। ଈଷା ଲେଖିଛନ୍ତି, "ମୋର ପ୍ରିୟ ପାପା, ଆମର ସମ୍ପର୍କ ସବୁଠାରୁ ମଜବୁତ । ସ୍ୱର୍ଗ ହେଉ କିମ୍ବା ପୃଥିବୀ, ଆମେ ସର୍ବଦା ଏକାଠି ଅଛୁ । ବର୍ତ୍ତମାନ ପାଇଁ, ମୁଁ ତୁମକୁ ମୋ ହୃଦୟର ଅତି ଗଭୀରରେ ଯତ୍ନର ସହ ସାଇତି ରଖିଛି, ଯାହା ସାରା ଜୀବନ ମୋ ସାଥୀରେ ରହିବ।" ସେ ଆହୁରି ମଧ୍ୟ ଲେଖିଛନ୍ତି, "ମୁଁ ତୁମକୁ ବହୁତ କଷ୍ଟର ସହ ମନେ ପକାଉଛି ପାପା... ତୁମର ସେହି ସ୍ନେହଭରା ଆଲିଙ୍ଗନ, ଯାହା ମୋ ପାଇଁ ଦୁନିଆର ସବୁଠାରୁ ସୁରକ୍ଷିତ ସ୍ଥାନ ଥିଲା। ତୁମର ସେହି ନରମ ଅଥଚ ଶକ୍ତ ହାତ, ଯାହା ଅନେକ ଅକୁହା କଥା କହିଦେଉଥିଲା ଏବଂ ମୋ ନାମ ଧରି ଡାକୁଥିବା ତୁମର ସେହି ସ୍ୱର, ମୁଁ ସବୁକିଛିକୁ ଖୁବ୍ ମିସ୍ କରୁଛି ।" 

ଅଧିକ ପଢନ୍ତୁ :  ହି-ମ୍ୟାନଙ୍କ ପ୍ରଥମ ପତ୍ନୀ ; ୭୦ ବର୍ଷର ପୁରୁଣା ଧର୍ମେନ୍ଦ୍ରଙ୍କ ଲଭ୍ ଷ୍ଟୋରି

ଉଲ୍ଲେଖଯୋଗ୍ୟ ଯେ, ଧର୍ମେନ୍ଦ୍ରଙ୍କ ଦେହାନ୍ତ ପରେ ଦେଓଲ ପରିବାର ଗଭୀର ଶୋକରେ ଅଛନ୍ତି । ପତ୍ନୀ ହେମା ମାଳିନୀ, ପୁଅ ସନ୍ନି ଏବଂ ବବି ଦେଓଲ ମଧ୍ୟ ବାପାଙ୍କୁ ହରାଇ ଭାଙ୍ଗି ପଡିଛନ୍ତି । କିନ୍ତୁ   ତାଙ୍କର ୯୦ତମ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ପରିବାର ବର୍ଗ ଏକାଠି ହୋଇ ତାଙ୍କ ସ୍ମୃତିଚାରଣ କରୁଛନ୍ତି। ଈଷାଙ୍କ ଏହି ପୋଷ୍ଟରେ ବଲିଉଡର ଅନେକ କଳାକାର ଏବଂ ପ୍ରଶଂସକମାନେ କମେଣ୍ଟ କରି ଧର୍ମେନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଧର୍ମେନ୍ଦ୍ର କେବଳ ଜଣେ ଅଭିନେତା ନଥିଲେ, ସେ ଥିଲେ କୋଟି କୋଟି ଦର୍ଶକଙ୍କ ହୃଦୟର ରାଜା । ଆଜି ସେ ଆମ ଗହଣରେ ନାହାନ୍ତି ସତ, କିନ୍ତୁ ନିଜର ଅଭିନୟ ଏବଂ ବ୍ୟକ୍ତିତ୍ୱ ମାଧ୍ୟମରେ ସେ ଚିରକାଳ ପାଇଁ ଅମର ରହିବେ । ଈଷାଙ୍କ ଏହି ଭାବବିହ୍ୱଳ ପୋଷ୍ଟ ପ୍ରମାଣ କରୁଛି ଯେ ଜଣେ ଝିଅ ପାଇଁ ବାପା କେବେବି ଅତୀତ ହୁଅନ୍ତି ନାହିଁ, ସେ ସର୍ବଦା ଏକ ଅନୁଭବ ହୋଇ ରହିଥାନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe