କନକ ବ୍ୟୁରୋ : ଆରପାରିରେ ବଲିଉଡର ହି-ମ୍ୟାନ୍ । ୮୯ ବର୍ଷରେ ଦୁନିଆକୁ ଅଲବିଦା କହିଲେ ଶୋଲେର ବୀରୁ । ଶରୀର ପଞ୍ଚଭୂତରେ ଲୀନ ହେଲା ସତ କିନ୍ତୁ ତାଙ୍କ ଅଭିନୟ,ସରଳତା ଏବଂ ବ୍ୟକ୍ତିତ୍ୱ ପାଇଁ ସଦାସର୍ବଦା ସେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ବଞ୍ଚି ରହିବେ । ଜୀବନର ପ୍ରତିଟି କ୍ଷେତ୍ରରେ ସେ ଚର୍ଚ୍ଚିତ ଥିବା ବେଳେ ଗୋଟିଏ ଅଧ୍ୟାୟ ଗ୍ଲାମରଠାରୁ ବହୁତ ଦୂରରେ ରହିଥିଲା ଆଉ ସେ ହେଉଛି ତାଙ୍କ ପ୍ରଥମ ପତ୍ନୀ ପ୍ରକାଶ କୌର । ପ୍ରକାଶ ମିଡିଆ ହାଇଲାଇଟରୁ ସବୁବେଳେ ଦୂରେଇ ରହୁଥିଲେ ସିନା କିନ୍ତୁ ହି -ମ୍ୟାନ୍ ଓ ଦେଓଲ୍ ପରିବାରର ମୂଳଦୁଆ ପାଲଟିଥିଲେ ।
୧୯୫୪ ରେ ଯେତେବେଳେ ଜଣେ ପଞ୍ଜାବୀ ପୁଅ ଧର୍ମେନ୍ଦ୍ର ପ୍ରକାଶ କୌରଙ୍କୁ ବିବାହ କରିଥିଲେ ସେତେବେଳେ ଧରମ ପାଜୀଙ୍କ ବଲିଉଡରେ ଷ୍ଟାରଡମ୍ ନଥିଲା । ଧର୍ମେନ୍ଦ୍ର ପରଦାର ଗ୍ଲାମର ବାଛିଥିଲେ କିନ୍ତୁ ପ୍ରକାଶ କୌର ସବୁବେଳେ ଶୋ’ବିଜଠାରୁ ଦୂରରେ ରହିଲେ । ତା’ରେ ଘରର ଲକ୍ଷ୍ମୀ ଗୃହିଣୀ ଧର୍ମକୁ ପାଳନ କଲେ ପ୍ରକାଶ ଏବଂ ପାଲଟିଗଲେ ଚାରି ପିଲାଙ୍କ ମାଆ । ତାଙ୍କ ଜୀବନରେ କେବଳ ଗୋଟିଏ ସାକ୍ଷାତକାରରେ ତାଙ୍କ ସମ୍ପର୍କ ବିଷୟରେ ସେ କହିଥିଲେ ଏବଂ ସେହି ସାକ୍ଷାତକାର ପ୍ରକାଶ କୌରଙ୍କର ପ୍ରଥମ ଏବଂ ଶେଷ ସାକ୍ଷାତକାର ଥିଲା । ଦୁଇଟି ପୁଅ ବଲିଉଡର ଜଣେ ଜଣେ ଅଭିନେତା ଏବଂ ସ୍ୱାମୀ ମଧ୍ୟ ସେହି ସମୟର ସବୁଠାରୁ ହ୍ୟାଣ୍ଡସମ୍ ହିରୋ ଥିଲେ କିନ୍ତୁ ପ୍ରକାଶ କୌର ଚୁପଚାପ୍ ପରିବାର ପରିଚାଳନା କରୁଥିଲେ । ସେତେବେଳେ ଧର୍ମେନ୍ଦ୍ରଙ୍କ ବୟସ ଥିଲା ମାତ୍ର ୧୯ ବର୍ଷ ।
ଅଧିକ ପଢ଼ନ୍ତୁ--ହେମାମାଳିନୀଙ୍କ ଗୋଟିଏ ଝଲକରେ ପ୍ରେମରେ ପଡ଼ିଥିଲେ ଧର୍ମେନ୍ଦ୍ର; ଦୁହିଁଙ୍କ ଲଭ୍ ଷ୍ଟୋରି କେଉଁ ବଲିଉଡ୍ ଫିଲ୍ମଠୁ କମ୍ ନୁହେଁ
ପଞ୍ଜାବର ଫଗୱାଡ଼ାର ଏକ ଜାଟ୍ ଶିଖ୍ ପରିବାରରେ ଜନ୍ମ ନେଇଥିବା ଧର୍ମେନ୍ଦ୍ର ଫିଲ୍ମଫେୟାର ଟ୍ୟାଲେଣ୍ଟ ହଣ୍ଟ ଜିତିଥିଲେ । ଧର୍ମେନ୍ଦ୍ର ଯଦି ହ୍ୟାଣ୍ଡସମ୍ ହଙ୍କ୍ ପ୍ରକାଶ ବି କେଉଁ ଗୁଣରେ କମ୍ ନଥିଲେ । ପଞ୍ଜାବୀ ସୁନ୍ଦରୀ ପ୍ରକାଶଙ୍କ ବିଶେଷତ୍ବ ଥିଲା ତାଙ୍କ ସରଳତା , ମର୍ଯ୍ୟାଦା ଏବଂ ଧର୍ଯ୍ୟ । ହି-ମ୍ୟାନ୍ ନିଜେ କହିଥିଲେ ଯେ ମୁଁ ଚଳଚ୍ଚିତ୍ରରେ ପ୍ରବେଶ କରିବା ପୂର୍ବରୁ ବିବାହିତ ଥିଲି ଏବଂ ମୋ ଜୀବନର ପ୍ରଥମ ଓ ପ୍ରକୃତ ନାୟିକା ହେଉଛନ୍ତି ପ୍ରକାଶ କୌର ।
ସବୁଠାରୁ ବଡ଼ କଥା ହେଉଛି ଧର୍ମେନ୍ଦ୍ରଙ୍କ ସହ ହେମା ମାଳିନୀଙ୍କ ବିବାହକୁ ସେ କେବେ ବି ଭୁଲ୍ ବୋଲି ଭାବିନଥିଲେ ଏବଂ ଛାଡ଼ପତ୍ର ନନେଇ ପୂରା ଜୀବନ ପିଲାଙ୍କ ସହ ବିତାଇଥିଲେ । ଧର୍ମେନ୍ଦ୍ର ଏବଂ ପ୍ରକାଶଙ୍କର ୪ ସନ୍ତାନ ସନ୍ନି ଦେଓଲ , ବବି ଦେଓଲ , ଅଜିତା ଏବଂ ବିଜେତା । ସନ୍ନି ଏବଂ ବବି ବାପାଙ୍କ ରାସ୍ତାରେ ଚାଲିଲେ ଏବଂ ଦୁଇ ଝିଅ ମନସ୍ତତ୍ତ୍ବବିତ୍ ଏବଂ ନିର୍ଦ୍ଦେଶକ ବାଟ ବାଛିଲେ । ୧୯୮୦ ରେ ଯେତେବେଳେ ଧର୍ମେନ୍ଦ୍ର ଡ୍ରିମଗାର୍ଲ ହେମା ମାଳିନୀଙ୍କୁ ବିବାହ କଲେ ସେତେବେଳେ ଏହି ଖବର ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।
ଆହୁରି ପଢ଼ନ୍ତୁ : ବଲିଉଡ୍ରେ ଶୋକର ଛାୟା, ୩୦୦ରୁ ଅଧିକ ଫିଲ୍ମରେ କାମ କରିଥିଲେ ଧର୍ମେନ୍ଦ୍ର
ଦ୍ବିତୀୟ ବିବାହ ପାଇଁ ଧର୍ମେନ୍ଦ୍ର ଧର୍ମ ପରିବର୍ତ୍ତନ କରିଥିବାର କଥା ମଧ୍ୟ କୁହାଯାଇଥିଲା । ତଥାପି ସ୍ବାମୀଙ୍କ ଏପରି କାମକୁ ସହି ନେଇଥିଲେ ପ୍ରକାଶ ଏବଂ ଗଣମାଧ୍ୟମରେ କୌଣସି ନକରାତ୍ମକ ଟିପ୍ପଣୀ ମଧ୍ୟ ଦେଇନଥିଲେ । ଏକ ସାକ୍ଷାତକାରରେ ସେ କେବଳ କହିଥିଲେ ଯେ ଧର୍ମେନ୍ଦ୍ର ଜଣେ ଭଲ ସ୍ବାମୀ ନ ହୋଇପାରନ୍ତି କିନ୍ତୁ ସେ ଜଣେ ଭଲ ବାପା । ହେମା ବହୁତ ସୁନ୍ଦର ଯେକେହିବି ପୁରୁଷ ତାଙ୍କ ପ୍ରତି ଆକର୍ଷିତ ହେବା ଏକ ସାଧାରଣ କଥା । ଜୀବନରେ ଏତେ ବଡ଼ ଘଟଣା ଘଟିଗଲା ପରେ ବି ତାଙ୍କର ଏଭଳି ମର୍ଯ୍ୟାଦାର ସହ ପ୍ରତିକ୍ରିୟା ଦେବା ତାଙ୍କ ଧର୍ଯ୍ୟକୁ ସୂଚାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/24/dharmendra-fst-wife-2025-11-24-16-11-39.webp)