ଚୌଦ୍ୱାର ଜେଲରୁ ଫେରାର କଏଦୀ ଗିରଫ ମାମଲା : କୋର୍ଟରେ ହାଜର ପରେ ଜେଲ ଗଲା ଅଭିଯୁକ୍ତ

Advertisment

ଡକାୟତି ଓ ହତ୍ୟା ମାମଲାରେ ଦୁଇ ବିହାରୀ ଅଭିଯୁକ୍ତ ଗତ ଅକ୍ଟୋବର ୩ ତାରିଖରେ ଚୌଦ୍ଵାର ଜେଲ୍‌ରୁ ଫେରାର ହୋଇ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣକୁ କମିସନରେଟ୍ ପୁଲିସ ବୃନ୍ଦାବନରୁ ଗିରଫ କରିଛି ।

ଡକାୟତି ଓ ହତ୍ୟା ମାମଲାରେ ଦୁଇ ବିହାରୀ ଅଭିଯୁକ୍ତ ଗତ ଅକ୍ଟୋବର ୩ ତାରିଖରେ ଚୌଦ୍ଵାର ଜେଲ୍‌ରୁ ଫେରାର ହୋଇ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣକୁ କମିସନରେଟ୍ ପୁଲିସ ବୃନ୍ଦାବନରୁ ଗିରଫ କରିଛି ।

jail

Photograph: (kanaknews)

କନକ ବ୍ୟୁରୋ : ଡକାୟତି ଓ ହତ୍ୟା ମାମଲାରେ ଦୁଇ ବିହାରୀ ଅଭିଯୁକ୍ତ ଗତ ଅକ୍ଟୋବର ୩ ତାରିଖରେ ଚୌଦ୍ଵାର ଜେଲ୍‌ରୁ ଫେରାର ହୋଇ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣକୁ କମିସନରେଟ୍ ପୁଲିସ ବୃନ୍ଦାବନରୁ ଗିରଫ କରିଛି । ଶନିବାର ଅଭିଯୁକ୍ତକୁ କଟକ ଅଣାଯିବା ପରେ କୋର୍ଟଚାଲାଣ କରାଯାଇଛି । ଅଭିଯୁକ୍ତ ହେଉଛି ବିହାର ସରନ ଜିଲ୍ଲା ଛପ୍ରାର ମଧୁକାନ୍ତ କୁମାର ରାଣା ସେ ବୃନ୍ଦାବନରେ ନିଶଦାଢ଼ି ବଢ଼ାଇ ବାସୁ ପାଣ୍ଡେ ଛଦ୍ମନାମରେ ଏକ ଆଶ୍ରମ ଗେଷ୍ଟ୍ ହାଉସ୍‌ରେ ଆତ୍ମଗୋପନ କରିଥିଲା । ଫେରାର୍ ଅନ୍ୟତମ ଅଭିଯୁକ୍ତ ରାଜା ସାହାଣିକୁ ଏବେ ବି ପୁଲିସ ଖୋଜୁଛି ।

ଅଧିକ ପଢନ୍ତୁ : ରାୟଗଡାରେ ବ୍ରେକ୍ ଫେଲ୍ ହେଲା ପୁଲିସ ବସ୍ , ଟଳିଲା ବଡ଼ ଦୁର୍ଘଟଣା

ଉଭୟଙ୍କୁ ଧରିବା କମିସନରେଟ୍ ନରେଟ୍ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଥିଲା । କମିସନରେଟ୍ ପୁଲିସର ୨୬ ଜଣ କର୍ମଚାରୀ ୬ଟି ଟିମ୍‌ରେ ଭାଗ ହୋଇ ବିଭିନ୍ନ ରାଜ୍ୟରେ ଚଢ଼ାଉ ଜାରି ରଖିଥିଲେ । ଗତବର୍ଷ ଜାନୁଆରି ୪ ତାରିଖରେ ଦୁଇ ଅଭିଯୁକ୍ତ ଯାଜପୁର ପାଣିକୋଇଲି ବଜାରରେ ଘଟିଥିବା ଏକ ସଶସ୍ତ୍ର ଡକାୟତି ଓ ହତ୍ୟା ମାମଲାରେ ସଂପୃକ୍ତ ଥିଲେ । ପୁଲିସ ଦୁଇ ଆନ୍ତଃରାଜ୍ୟ ଅପରାଧୀଙ୍କୁ ଗିରଫ କରିଥିଲା । ଉଭୟଙ୍କୁ ୧ ତାରିଖରେ ଚୌଦ୍ଵାର ସର୍କଲ ଜେଲ୍‌କୁ ସ୍ଥାନାନ୍ତର କରାଯାଇଥିଲା । ଗତ ଅକ୍ଟୋବର ୨ ତାରିଖ ରାତିରେ କଟକ ପ୍ରସିଦ୍ଧ ଦୁର୍ଗାପୂଜା ଭସାଣି ଦିନ ଦୁଇ ଅଭିଯୁକ୍ତ ଜେଲ୍ କାନ୍ଥ ଡେଇଁ ଫେରାର୍ ହୋଇଯାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe