କନକ ବ୍ୟୁରୋ : ରାୟଗଡ଼ାରେ ବନ୍ଦ ପାଳନ ବେଳେ ଦୁର୍ଘଟଣା ।  ବ୍ରେକ୍ ଫେଲ ହେବାରୁ ମାଡିଗଲା ପୁଲିସ୍ ବସ୍ । ଡ଼୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଗଲା ବଡ଼ ଅଘଟଣ । ବ୍ରେକ୍ ଫେଲ୍ ହେଲା ପୋଲିସ ବସ, ଅଳ୍ପକେ ବର୍ତ୍ତିଲେ ଶତାଧିକ ଆନ୍ଦୋଳନକାରୀ, ପୁଲିସ୍ ଓ ସାମ୍ୱାଦିକ । ବିଭିନ୍ନ ଦାବି ନେଇ ଆଜି କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ ଓ ସ୍ବାଧୀନ ଫେଡରେସନ୍ ସର୍ବଭାରତୀୟ ସ୍ତରରେ ବନ୍ଦ ଡାକରା ଦେଇଥିବାବେଳେ ରାୟଗଡା ସହରର ଶିରିଗୁଡ଼ା ଛକରେ ଅନେକ ଯାନବାହାନ ଅଟକିଥିଲା, ଶତାଧିକ ଆନ୍ଦୋଳନ ଜାରି ରହିଥିବାବେଳେ ସୁରକ୍ଷା ଦୃଷ୍ଟିରୁ ପୋଲିସ ଉପସ୍ଥିତ ଥିଲେ ଏଵଂ ସାମ୍ୱାଦିକ ମାନେ ଖବର ସଂଗ୍ରହ କରୁଥିଲେ ।

Advertisment

ଅଧିକ ପଢନ୍ତୁ : ରାୟଗଡ଼ାରେ ବଢୁଛି ସଡ଼କ ଦୁର୍ଘଟଣା ; ଅକାଳରେ ଲିଭି ଯାଉଛି ଜୀବନ ଦୀପ

ଠିକ୍ ଏତିକି ବେଳେ ଅଟକି ଥିବା ପୁଲିସ୍ ବସ୍ ବ୍ରେକ୍ ଫେଲ୍ ହୋଇ ହଠାତ୍ ଗଡିଗଲା । ସମ୍ମୁଖରେ ଥିବା ଲୋକ ଚିଲେଇବା ଫଳରେ ଡ୍ରାଇଭର  ତୁରନ୍ତ ସ୍ଥାନ ଛାଡ଼ିଥିଲେ । ଡ଼୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ  ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ସମସ୍ତେ । ପ୍ରକାଶ ଥାଉକି ନବରଙ୍ଗପୁରରେ ମୁଖ୍ୟମନ୍ତ୍ରୀ ପ୍ରୋଗ୍ରାମ ନିମନ୍ତେ ରାୟଗଡ଼ାରୁ ପୁଲିସ୍ ବସରେ ୩୮ ଜଣ ପୁଲିସ୍ କର୍ମୀ ଉପସ୍ଥିତ ଥିଲେ ।