କନକ ବ୍ୟୁରୋ : ଯାଜପୁର ଜିଲ୍ଳା ଧର୍ମଶାଳା ଓ ବଡଚଣା କ୍ଷୁଦ୍ରଜଳସେଚନ ବିଭାଗର ଯନ୍ତ୍ରୀ ଓ ଠିକାଦାରଙ୍କ ଲାଭଖୋର ମନୋଭାବର ଶିକାର ହୋଇଛନ୍ତି ଚାଷୀ । କାମରେ ଆସୁନି ୧୫ରୁ ଅଧିକ ଚେକ୍ ଡ୍ୟାମ୍ । ପୂର୍ବ ସରକାର ଅମଳରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଡ୍ୟାମ୍ ଗୁଡ଼ିକ ତ୍ରୁଟିପୂର୍ଣ୍ଣ ନିର୍ମାଣ ପାଇଁ ଅଚଳ ହୋଇପଡ଼ିଥିବା ଅଭିଯୋଗ ଆସିଛି ।
ଧର୍ମଶାଳା ବ୍ଲକ ଦେଇ ପ୍ରବାହିତ ହେଉଛି ଶଗଡ଼ିଆ ନାଳ । ଦିନେ ଏହି ନାଳ ଉପରେ ନିର୍ଭର କରି ଶହଶହ ଚାଷୀ କ୍ଷେତରେ ସୁନା ଫଳାଉଥିଲେ । ପରେ ଧର୍ମଶାଳା କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଶଗଡ଼ିଆ ନାଳ ଉପରେ ନିର୍ମାଣ କରାଗଲା ୧୫ରୁ ଅଧିକ ଆଡ଼ିବନ୍ଧ । ହେଲେ ଚାଷୀଙ୍କ ସ୍ବାର୍ଥରେ ନିର୍ମିତ ଏହି ଆଡ଼ି ବନ୍ଧ ଏବେ ଦୁଃଖର କାରଣ ପାଲଟିଛି । ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ତ୍ରୁଟିପୂର୍ଣ୍ଣ କାମ ପାଇଁ ଅଚଳ ହୋଇପଡ଼ିଛି କୋଟିକୋଟି ଟଙ୍କାରେ ନିର୍ମିତ ଚେକ୍ ଡ୍ୟାମ୍ ।
ଅଧିକ ପଢ଼ନ୍ତୁ--ପଶ୍ଚିମବଙ୍ଗରେ ଏସ୍ଆଇଆର୍ ଆରମ୍ଭ ପରେ ଅବୈଧ ବାଲାଂଦେଶୀ ଛାଡୁଛନ୍ତି ଭାରତ
କେନାଲ୍ର ସ୍ଥିତି ବି ଭଲ ନାହିଁ , ଦଳ କବଜାରେ ପୁରା କେନାଲ୍ । ଯାହା ଫଳରେ ତଳ ମୁଣ୍ଡକୁ ପାଣି ଯାଉନି । କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ନାଳକୁ ସଫା କରିବାକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ପରେ ବି ଅବସ୍ଥା ସମାନ । ଫଳରେ ନାଳର ପାଣି ଉପରେ ନିର୍ଭର କରୁଥିବା କଣ୍ଟିଗଡ଼ିଆ, ପଟୁଣିଆ, ପାଟପୁର, ମିର୍ଜାପୁର ପ୍ରଭୂତି ପଞ୍ଚାୟତର ଚାଷୀଙ୍କ ଚାଷ ଜନିତ ସମସ୍ୟା ବଢ଼ିବାରେ ଲାଗିଛି । ଏନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ଜାରକା କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ । ତୁରନ୍ତ ଏହି ଚେକ୍ ଡ୍ୟାମ୍ ଗୁଡ଼ିକର ପୁନଉଦ୍ଧାର କରିବା ସହ ଦୁର୍ନୀତିର ତଦନ୍ତ କରିବା ପାଇଁ ଦାବି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/22/dhrmasala-dam-2025-11-22-17-40-47.jpg)