ଅଶ୍ଳୀଳ ଓ ବେଆଇନ୍ କଣ୍ଟେଣ୍ଟ ଦେଉଥିବା ୟୁଜର୍ସଙ୍କୁ ‘ଏକ୍ସ’ର କଡ଼ା ଚେତାବନୀ, ଏଣିକି ‘ଏକ୍ସ’ରେ ବେଆଇନ୍ ପୋଷ୍ଟ କଲେ ବନ୍ଦ ହେବ ଆକାଉଣ୍ଟ

Advertisment

ମହିଳା ଓ ଶିଶୁଙ୍କ ଛବିକୁ ବିକୃତ କରି ପୋଷ୍ଟ ପରେ ପଦକ୍ଷେପ । ପୂର୍ବରୁ ଏକ୍ସକୁ ଆକ୍ସନ ଟେକେନ୍ ରିପୋର୍ଟ ମାଗିଥିଲା କେନ୍ଦ୍ର ଆଇଟି ମନ୍ତ୍ରାଳୟ ।

Updated On

ମହିଳା ଓ ଶିଶୁଙ୍କ ଛବିକୁ ବିକୃତ କରି ପୋଷ୍ଟ ପରେ ପଦକ୍ଷେପ । ପୂର୍ବରୁ ଏକ୍ସକୁ ଆକ୍ସନ ଟେକେନ୍ ରିପୋର୍ଟ ମାଗିଥିଲା କେନ୍ଦ୍ର ଆଇଟି ମନ୍ତ୍ରାଳୟ ।

ଅଦ୍ୟତନ ହୋଇଛି
Elon Musk X

Elon Musk X Photograph: (KanakNews)

କନକ ବ୍ୟୁରୋ;  ଅଶ୍ଳୀଳ ଓ ବେଆଇନ କଣ୍ଟେଣ୍ଟ ସୃଷ୍ଟି କରିବା ଲାଗି ଏଆଇ ଟୁଲ୍‌ ‘ଗ୍ରୋକ୍‌’କୁ ନିର୍ଦ୍ଦେଶ ଦେଉଥିବା ଲୋକମାନଙ୍କୁ ସୋସିଆଲ ମିଡିଆ ‘ଏକ୍ସ’ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି । ପ୍ଲାଟଫର୍ମରେ ପୋଷ୍ଟ କରାଯାଉଥିବା ସବୁ ବେଆଇନ ପୋଷ୍ଟ୍‌କୁ କମ୍ପାନି ହଟାଇଦେବ । ଏପରିକି ଯେଉଁମାନେ ଏଭଳି ପୋଷ୍ଟ୍‌ କରୁଛନ୍ତି, ସେମାନଙ୍କ ଆକାଉଣ୍ଟକୁ ସବୁଦିନ ପାଇଁ ବନ୍ଦ କରିଦିଆଯିବ ବୋଲି ‘ଏକ୍ସ’ର ଗ୍ଲୋବାଲ୍‌ ଗଭର୍ଣ୍ଣମେଣ୍ଟ୍‌ ଆଫେୟାର୍ସ ଆକାଉଣ୍ଟ୍‌ ପକ୍ଷରୁ କୁହାଯାଇଛି । କମ୍ପାନିର ମାଲିକ ଏଲନ ମସ୍କ ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି । କିଛି ଦିନ ଧରି ‘ଏକ୍ସ’ରେ ଏଆଇ ଟୁଲ୍‌ ଗ୍ରୋକ୍‌କୁ ବ୍ୟବହାର କରି ମହିଳା ଓ ଶିଶୁମାନଙ୍କ ଛବିକୁ ବିକୃତ ଓ ଅଶ୍ଳୀଳ କରି ପୋଷ୍ଟ କରାଯାଉଥିଲା ।

 ଏହାପରେ କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ‘ଏକ୍ସ’କୁ ନୋଟିସ୍‌ ଜାରି କରାଯାଇଥିଲା । ୭୨ ଘଣ୍ଟା ମଧ୍ୟରେ ଆକ୍ସନ୍ ଟେକେନ୍‌ ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିଲା । ଶେଷରେ ‘ଏକ୍ସ’ ପକ୍ଷରୁ ବେଆଇନ କଣ୍ଟେଣ୍ଟ୍‌ ପୋଷ୍ଟ କରୁଥିବା ଲୋକମାନଙ୍କୁ ଆକାଉଣ୍ଟ୍‌ ବନ୍ଦ କରିବା ଚେତାବନୀ ଦିଆଯାଇଛି ।

ଅଧିକ ପଢନ୍ତୁ;  ଭାରତରେ ନିଜ ସାମ୍ରାଜ୍ୟ ଆରମ୍ଭ କରିବେ ଏଲନ ମସ୍କ । ସାଟେଲାଇଟ ବ୍ୟବସାୟରେ ମସ୍କ ବନାମ ଅମ୍ବାନୀ ଟକ୍କର ।

ନୂଆ ନିୟମ ଅନୁଯାୟୀ, ଯେଉଁ ୟୁଜର୍ସମାନେ ବାରମ୍ବାର 'ଏକ୍ସ'ର ନିୟମାବଳୀ ଉଲ୍ଲଂଘନ କରିବେ କିମ୍ବା ଗୁରୁତର ବେଆଇନ କାର୍ଯ୍ୟରେ ଲିପ୍ତ ରହିବେ, ସେମାନଙ୍କ ଆକାଉଣ୍ଟକୁ ସ୍ଥାୟୀ ଭାବରେ ବନ୍ଦ କରିଦିଆଯିବ । ପୂର୍ବରୁ ଅନେକ ସମୟରେ ଆକାଉଣ୍ଟକୁ କିଛି ଦିନ ପାଇଁ ସସପେଣ୍ଡ କରାଯାଉଥିଲା, କିନ୍ତୁ ଏବେ 'ଜିରୋ ଟଲରାନ୍ସ' ନୀତି ଆପଣାଯାଇଛି । ଏହାର ଅର୍ଥ ହେଉଛି, ଅପରାଧୀଙ୍କ ପାଇଁ ପ୍ଲାଟଫର୍ମରେ କୌଣସି ଦ୍ୱିତୀୟ ସୁଯୋଗ ରହିବ ନାହିଁ । ଯଦିଓ ଏହି ପଦକ୍ଷେପ ସ୍ୱାଗତଯୋଗ୍ୟ, ତଥାପି ଅନେକ ବିଶେଷଜ୍ଞ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେମାନଙ୍କ ମତରେ, "ବେଆଇନ ବିଷୟବସ୍ତୁ"ର ସଂଜ୍ଞା ବିଭିନ୍ନ ଦେଶରେ ଅଲଗା ଅଲଗା ହୋଇଥାଏ । ତେଣୁ 'ଏକ୍ସ' କିଭଳି ଭାବରେ ବିଶ୍ୱସ୍ତରରେ ଏହାକୁ ସମାନ ଭାବରେ ଲାଗୁ କରିବ, ତାହା ଏକ ବଡ଼ ଆହ୍ୱାନ। ଏଥିସହିତ, ମୁକ୍ତ ଅଭିବ୍ୟକ୍ତି ଏବଂ ନିୟନ୍ତ୍ରଣ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ମସ୍କଙ୍କ ପାଇଁ ଏକ କଷ୍ଟକର କାମ ହେବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe