କନକ ବ୍ୟୁରୋ: ଭାରତର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କୁ ଟକ୍କର ଦେବେ ବିଶ୍ୱର ଏକ ନମ୍ବର ଧନୀ ଏଲନ ମସ୍କ । ମସ୍କଙ୍କ ଷ୍ଟାରଲିଙ୍କ ଖୁବଶୀଘ୍ର ସାଟେଲାଇଟ ଇଣ୍ଟରନେଟ ସେବା ଆରମ୍ଭ କରିବାକୁ ଯାଉଛନ୍ତି । ମୁକେଶ ଅମ୍ବାନୀଙ୍କ ଜିଓ ଓ ମିତଲଙ୍କ ଏୟାରଟେଲ ପାଇଁ ସିଧା ପ୍ରତିଯୋଗିତା ଆଣିବ ।
ଏହି ସାଟେଲାଇଟ ଇଣ୍ଟରନେଟ ସେବା ଦ୍ବାରା ଆମ ଦେଶର ବହୁ ଅପହଁଚ ଅଂଚଳରେ ଇଣ୍ଟରଟେନଟ ଖୁବ ସହଜରେ ପହଁଚିପାରିବ । ଯାହାକି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସେହି ଉଦ୍ଦେଶ୍ୟକୁ ପୂରା କରିବ ଯାହା ପ୍ରତ୍ୟକ ଲୋକଙ୍କ ପାଖରେ ଇଣ୍ଟରନେଟ ସେବା ଯୋଗାଇବାକୁ ଉଦ୍ଦେଶ୍ୟ ରଖାଯାଇଛି । ଏଲନ ମସ୍କ ଏହି ସାଟେଲାଇଟ ଇଣ୍ଟରନେଟ ସେବା ଭାରତ ସରକାର ସଂଚାର ମନ୍ତ୍ରାଳୟର ଲାଇସେନ୍ସ ହାସଲ ପାଇଁ ସମସ୍ତ ଯୋଗ୍ୟତା ପୂରା କରିସାରିଛି ।
ଏହା ସାଧାରଣ ଜନତାଙ୍କ ପାଇଁ ଖୁସି ଖବର ହୋଇଥାଇପାରେ । ମାତ୍ର ଦେଶରେ ଇଣ୍ଟରନେଟ ସେବା ଦେଉଥିବା ଜିଓ ଓ ଏୟାରଟେଲ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିପାରେ । କାରଣ ଭାରତ ସରକାର ସ୍ପେକ୍ଟଟ୍ରମ ନିଲାମ ନକରି ପ୍ରଶାସନିକ ସ୍ତରରେ ଷ୍ଟାରଲିଙ୍କକୁ ସାଟେଲାଇଟ ଇଣ୍ଟରନେଟ ସେବା ଲାଇସେନ୍ସ ଦେବାକୁ ଯାଉଛନ୍ତି । ଯାହାକୁ ଉଭୟ ଜିଓ ଓ ଏୟାରଟେଲ ବିରୋଧ କରିଥିଲେ । ଉଭୟ ମୁକେଶ ଅମ୍ବାନୀ ଓ ସୁନିଲ ମିତ୍ତଲ ୨ହଜାର କୋଟି ଟଙ୍କା ଖର୍ଚ୍ଚ କରି ନିଲାମ ମାଧ୍ୟମରେ ଇଣ୍ଟରନେଟ ସେବା ପାଇଁ ସ୍ପେକ୍ଟ୍ରମ ହାସଲ କରିଥିଲେ । ଯାହାକୁ ଆଧାର କରି ଜିଓ ଓ ଏୟାରଟେଲ ଦେଶରେ ଯଥାକ୍ରମେ ୫୦କୋଟି ଓ ୩୦କୋଟି ସବସ୍କ୍ରାଇବର ତିଆରି କରିପାରିଛନ୍ତି । ମାତ୍ର ନିଲାମ ବିନା ଷ୍ଟାରଲିଙ୍କ ଲାଇସେନ୍ସ ପାଇବା ପରେ ଜିଓ ଓ ଏୟାରଟେଲର ବ୍ୟବସାୟ ଉପରେ ପ୍ରଭାବ ପକାଇବ ନିଶ୍ଚୟ ।
ଅନ୍ୟପକ୍ଷରେ ଏଲନ ମସ୍କଙ୍କ ଷ୍ଟାରଲିଙ୍କକୁ ଭାରତରେ ବ୍ୟବସାୟ କରିବା ସହଜ ହୋଇନପାରେ । ଜିଓ ପ୍ରଥମେ ଇଣ୍ଟରନେଟ ସେବା ମାଗଣା ଦେଇଥିଲା । ଏବେ ମଧ୍ୟ ଅନ୍ୟ ଦେଶ ତୁଳନାରେ ଭାରତରେ ଇଣ୍ଟରନେଟ ସେବା ଦମା କରି ଅଛି । ବିଦେଶୀ ଜ୍ଞାନକୌଶଳରେ ନିର୍ମିତ ଷ୍ଟାରଲାଇନ ସ୍ୱେଦେଶୀ ଜ୍ଞାନ ବ୍ୟବହାର କରି ସେବା ଯୋଗାଉଥିବା ଜିଓ ଓ ଏୟାରଟେଲକୁ ଦାମରେ ଟକ୍କର ଦେବା ଏକ ଆହ୍ୱାନ ହେବ ।