କନକ ବ୍ୟୁରୋ : କେନ୍ଦୁଝର ଏଵଂ ମୟୂରଭଞ୍ଜର ଏ ଜଙ୍ଗଲରୁ ସେ ଜଙ୍ଗଲ ଘୁରି ବୁଲୁଛନ୍ତି ୩୦ ଟିକିଆ ହାତୀପଲ । ୧୨ଟି ମାଈହାତୀ, ୧୧ଟି ଦନ୍ତା ଏଵଂ ୭ଟି ଛୁଆ ହାତୀ । ଏମାନଙ୍କ ମଧ୍ୟର ରହିଛି ଏକ ଆହତ ହାତୀଛୁଆ । ଗୋଡରେ ଆଘାତ ପାଇଁ ମାସେ ହେବ ଛୋଟେଇ ଛୋଟେଇ ଘୂରି ବୁଲୁଛି । ପହଁରି ପହଁରି ନଦୀ ପାର ହେଉଛି । ଯିଏ ଏହି ହାତୀ ଛୁଆର କଷ୍ଟ ଦେଖୁଛି, ମନରୁ ଆପେଆପେ ଆହା ବାହାରି ଆସୁଛି ।
ଏପଟେ ବନ ବିଭାଗ ଆହାତ ଛୁଆ ହାତୀ ଉପରେ ନଜର ରଖିଥିଲେ ବି ତାର ଚିକିତ୍ସା ଆରମ୍ଭ ହୋଇପାରୁନି । କାରଣ ହାତୀପଲ ଆହାତ ଛୁଆକୁ ଜଗି ରହୁଛନ୍ତି । ସେମାନଙ୍କ ଭିତରୁ ତାକୁ ଅଲଗା କରିବା କଷ୍ଟକର ହୋଇପଡିଛି । ଅନ୍ୟପଟେ ହାତୀ ଛୁଆଟି ମାଆ କ୍ଷୀର ଖାଉଥିବାରୁ ତାକୁ ଅଲଗା କଲେ ହାତୀପଲ ଉଗ୍ର ହୋଇପଡ଼ିବେ ବୋଲି କହିଛନ୍ତି ଡିଏଫଓ ।
ହାତୀ ଗୋଡ଼ରେ ଆଘାତ ଲାଗିଥିବା ବେଳେ ପାଣି ଲାଗି ତାହା ସଂକ୍ରମଣ ହେବାର ଆଶଙ୍କା ରହିଛି । ତେଣୁ ତୁରନ୍ତ ତାକୁ ଉଦ୍ଧାର କରି ଚିକିତ୍ସା ଆରମ୍ଭ କରିବା ଜରୁରୀ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/12/16-2025-10-12-17-48-34.jpg)