କନକ ବ୍ୟୁରୋ:  ମେରାମଣ୍ଡଳି ସେକ୍ସନରେ ୨୬ଟିକିଆ ହାତୀ ପଲଙ୍କ ଉପଦ୍ରରେ ଅଞ୍ଚଳବାସୀ ଅତିଷ୍ଠ l ଆଜି ସକାଳୁ ଜଣେ ଯୁବକଙ୍କୁ ଘର ଭିତରୁ ଘୋଷାଡି ନେଇ ଦଳି ଦେଲା ହାତୀ । ଢେଙ୍କାନାଳ ବନଖଣ୍ଡ ମେରାମଣ୍ଡଳୀ ସେକ୍ସସନ ମୋଟଙ୍ଗା ଥାନା ଅନ୍ତର୍ଗତ ନଗାରୀ ଗାଁରେ ଭୋର ସମୟ ରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗାଁର ଯୁବକ କଷ୍ଟୁ ବେହେରା ଶୋଇଥିବା ବେଳେ ତାଙ୍କୁ ହାତୀ ଘର ଭିତରୁ ଘୋଷାଡ଼ି ନେଇ ଦଳି ଦେଇଛି । ଘଟଣା ସ୍ଥଳରେ କଷ୍ଟୁଙ୍କର ମୃତ୍ୟୁ ଘଟିଛି ।

Advertisment

ଅଧିକ ପଢନ୍ତୁ: ହାତୀ ମୁହଁରୁ କେମିତି ବଞ୍ଚିଲି.. ମହିଳା ବଖାଣିଲେ ହାତୀ ଆକ୍ରମଣ ସମୟର ଲୋମଟାଙ୍କୁରା ଅନୁଭୂତି

ଖବର ପାଇ ଘଟଣା ସ୍ଥଳରେ ବନ କର୍ମଚାରୀ ପହଞ୍ଚି ଆଇନ ବିଶୃଙ୍ଖଳା ଆଶଙ୍କାରେ ଶବକୁ ଯୁଦ୍ଧ କାଳୀନ ଅବସ୍ଥାରେ ଉଦ୍ଧାର କରି ବ୍ୟବଚ୍ଛେଦ ପଠାଇ ଦେଇଥିବା ସୂଚନା ମିଳିଛି । ବନ ବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ହାତୀପଲଙ୍କୁ ଜାତୀୟ ରାଜପଥ ଓ ରେଳ ପଥ ପାର କରିବା ପରେ କାର୍ଯ୍ୟାଳୟରେ ଯାଇ ଶୋଇ ପଡୁଥିବାରୁ ଏପରି ଅଭାବନୀୟ ଘଟଣା ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ହାତୀ ଉପଦ୍ରବରୁ ଗ୍ରାମବାସୀଙ୍କୁ ସୁରକ୍ଷା ଦେବାରେ ବନ ବିଭାଗ ବିଫଳ l