କନକ ବ୍ୟୁରୋ : ଫରିଦାବାଦର ଅଲଫଲାହ ବିଶ୍ବବିଦ୍ୟାଳୟ । ସାରାଦେଶରେ ଚର୍ଚ୍ଚା ସାଉଁଟିଛି । ଆଉ ଏହି ଚର୍ଚ୍ଚା ପାଠପଢ଼ା କିମ୍ବା କୌଣସି କୃତିତ୍ବ ପାଇଁ ନୁହେଁ ବଂର ଆତଙ୍କୀ କାର୍ଯ୍ୟକଳାପ ପାଇଁ । ଅନ୍ୟପଟେ ୪୧୫କୋଟି ମନି ଲଡ୍ରିଂ ମାମଲାରେ ଛନ୍ଧି ହୋଇପଡିଥିବା ବିଶ୍ବବିଦ୍ୟାଳୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାଡାରକୁ ଆସିଛି ।
ମଣ୍ଡି ହ୍ୟାଣ୍ଡଲିଂ ନାଁରେ ଶହ ଶହ କୋଟି ଲୁଟ୍; କନକ ନ୍ୟୁଜ୍ ହାତରେ ଲାଗିଲା ଦସ୍ତାବିଜ୍
ପାଠପଢ଼ା ନାଁରେ ଅଲଫଲାହ ବିଶ୍ବବିଦ୍ୟାଳୟ ଯେ ଆତଙ୍କୀ ଗଢ଼ା କାରଖାନା ଥିଲା ସେକଥାର ପର୍ଦ୍ଦାଫାଶ ହୋଇସାରିଛି । ଗୋଟେପଟେ କାଶ୍ମୀରରୁ ଫରିଦାବାଦ ପର୍ଯ୍ୟନ୍ତ ଆତଙ୍କୀ ଚେର ଲମ୍ବିଥିବା ଠୋସ ପ୍ରମାଣ ମିଳିବା ପରେ ବର୍ତ୍ତମାନ ସାମ୍ନାକୁ ଆସିଛି ଆଉ ଏକ ଚାଂଚଲ୍ୟକର ତଥ୍ୟ । ଅନୁଦାନ ଆଳରେ କଲେଜ ଆକାଉଣ୍ଟକୁ ଆସୁଥିଲା କୋଟିକୋଟି ଟଙ୍କାର ଟେରର ଫଣ୍ଡିଂ । କେବଳ ସେତିକି ନୁହେଁ ବିଶ୍ବବିଦ୍ୟାଳୟ ଟ୍ରଷ୍ଟ ସତମିଛ କହି ଅଭିଭାବକଙ୍କୁ ଲୁଟୁଥିଲେ ପୁଳାପୁଳା ଟଙ୍କା । ୧୦, ୫୦ ନୁହେଁ ପୂରା ୪୧୫କୋଟି ଟଙ୍କା ମନି ଲଡ୍ରିଂ ମାମଲାର ତଦନ୍ତ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସେପଟେ ମଙ୍ଗଳବାର ମନି ଲଣ୍ଡ୍ରିଂ ନିବାରଣ ଆଇନ ୨୦୦୨ର ଧାରା ୧୯ ଅନୁଯାୟୀ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଜାଭେଦ ଅହମ୍ମଦ ସିଦ୍ଦିକୀଙ୍କୁ ଗିରଫ କରାଯାଇଛି । ଆଜି ତାଙ୍କୁ ୧୩ ଦିନ ପାଇଁ ଇଡି ରିମାଣ୍ଡରେ ପଠାଇଛନ୍ତି କୋର୍ଟ ।
ଜଳପ୍ରପାତର ମଜା ନେବା ହେଲା କାଳ ; ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ
- ଆତଙ୍କୀଙ୍କ ଆଡ୍ଡା ଅଲ୍-ଫଲାହ ବିଶ୍ବବିଦ୍ୟାଳୟ
- ନାକ୍ ମାନ୍ୟତା ପାଇଥିବା ଅଲ୍-ଫଲାହର ବିଶ୍ବବିଦ୍ୟାଳୟର ମିଛ ଦାବି
- ଏହା ଏକ ରାଜ୍ୟ ଘରୋଇ ବିଶ୍ୱବିଦ୍ୟାଳୟ ଭାବେ ତାଲିକାଭୁକ୍ତ
- ନାକ୍ ମାନ୍ୟତା ପାଇଁ ଆବେଦନ କରିନାହିଁ
- ବିଶ୍ୱବିଦ୍ୟାଳୟ ଓ ଟ୍ରଷ୍ଟ ସହିତ ଜଡ଼ିତ ପ୍ରମୁଖ ବ୍ୟକ୍ତିଙ୍କ ଠିକଣାରେ ଚଢ଼ାଉ
- ନଗଦ ଟଙ୍କା ଅନେକ ଡିଜିଟାଲ୍ ଡିଭାଇସ୍, ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ
- ଆପରାଧିକ ଆୟକୁ ଲୁଚାଇଥିଲେ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାତା
- ଅଲ୍-ଫଲାହ ୧୯୯୫ ରେ ପ୍ରତିଷ୍ଠା ହୋଇଥିଲା
ବିଶ୍ବବିଦ୍ୟାଳୟ ତଦନ୍ତକାରୀ ସଂସ୍ଥାଙ୍କ ରାଡ଼ାରରେ ଆସିବା ପରେ ୧୫୦ରୁ ଅଧିକ ଡାକ୍ତରୀ ଛାତ୍ର ଓ ଡାକ୍ତର ଫେରାର ହୋଇଥିବା ସୂଚନର ରହିଛି । ସେପଟେ ସ୍ଥିତିକୁ ଦେଖି ବିଶ୍ବବିଦ୍ୟାଳୟ ଛାଡୁଛନ୍ତି ଛାତ୍ର । ଜମ୍ମୁକାଶ୍ମୀର, ହରିୟାଣା, ଦିଲ୍ଲୀ, ଉତ୍ତରପ୍ରଦେଶ ପରେ ବର୍ତ୍ତମାନ ତଦନ୍ତକାରୀ ଟିମ ଉତ୍ତରାଖଣ୍ଡରେ ପହଁଞ୍ଚଛି । ରାଜ୍ୟର ବିଭିନ୍ନ ସ୍ଥାନରେ ୭ଜଣ ସନ୍ଦିଗ୍ଧଙ୍କଚ ଚିହ୍ନଟ କରାଯାଇଛି । ଆତଙ୍କୀ ଡାକ୍ତରଙ୍କ ସହ ଏମାନଙ୍କ ସିଧାସଳଖ ସମ୍ପର୍କ ଥିବା ସୂଚନା ମିଳିବା ପରେ ଜୋରଦାର କରାଯାଇଛି ସର୍ଚ୍ଚ ଅପରେସନ । କାଶ୍ମୀରର ଆତଙ୍କୀ ଡାକ୍ତରଙ୍କ ଚେର ଦେଶରେ କେଉଁ କେଉଁ ଜାଗାକୁ ମାଡିଛି ତାର ଟିକିନିକି ଯାଂଚ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/19/allfalha-2025-11-19-20-51-03.jpg)